ଘରେ ପିମ୍ପୁଡି-ଜନ୍ଦା ଦେଖାଦେଲେ, ଆସୁଥିବା ବିପଦ ସମ୍ପର୍କରେ ଦେଇଥାଏ ସୂଚନା, ଏମିତି ଜାଣନ୍ତୁ

ଆମେ ଆମର ଚାରିପାଖରେ ଥିବା ଜୀବଜନ୍ତୁ ଓ ବାତାବରଣରୁ ଜୀବନର ଭଲ ମନ୍ଦ ନେଇ ବହୁ ସୂଚନା ପାଇଥାଉ । କୁଆ ହେଉ ବା ପିମ୍ପୁଡି ଏସବୁ ମଧ୍ୟ ମନୁଷ୍ୟର ଭଳ ମନ୍ଦ ନେଇ ବହୁ ସୂଚନା ଦେଇଥାନ୍ତି । ଆଗକୁ ଆମ ସହ କ’ଣ ବିପଦ ଘଟିବାର ଅଛି ସେ ସମ୍ପର୍କରେ ସୂଚନା ଦେଇଥାନ୍ତି ।

ଶାସ୍ତ୍ରରେ କୁହାଯାଇଛି, ଘରକୁ ବାରମ୍ବାର ପିମ୍ପୁଡି-ଜନ୍ଦା ଆସିବା ଆଗାମୀ ବିପଦ ସମ୍ପର୍କରେ ସୂଚନା ଦେଇଥାଏ । ଏମାନଙ୍କର ରଂଗ ଓ ଘରକୁ ଏମାନଙ୍କର ଆଗମନରୁ ଜାଣିପାରିବେ ଏହା ଶୁଭ ସଂକେତ କି ଅଶୁଭ ସଂକେତ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର –

କ’ଣ ସୂଚନା ଦେଇଥାଏ ପିମ୍ପୁଡିଙ୍କ ଆଗମନ :

୧. କଳା ପିମ୍ପୁଡି ବା ଜନ୍ଦା ଘରର ପଶ୍ଚିମ ଦିଗରୁ ବାହାରିବା, ଶୀଘ୍ର ବିଦେଶ ଯାତ୍ରାର ସଂକେତ ଦେଇଥାଏ । କଳା ପିମ୍ପୁଡିକୁ ଐଶ୍ୱର୍ଯ୍ୟର ପ୍ରତୀକ ମନାଯାଇଥାଏ ।

୨. ଶାସ୍ତ୍ର ଅନୁସାରେ ଯେବେ ପିମ୍ପୁଡି ଚାଉଳ ଥିବା ପାତ୍ରରୁ ବାହାରିଥାନ୍ତି,ଏହାକୁ ଶୁଭ ମନାଯାଇଥାଏ । ଏହା ଧନ ବୃଦ୍ଧିର ସଂକେତ ଦେଇଥାଏ । ଏହା ଆର୍ଥିକ ଅସୁବିଧା ଦୂର କରିବାର ଇଶାରା ଦେଇଥାଏ ।

୩. ଲାଲ ପିମ୍ପୁଡି ଘରକୁ ପ୍ରବେଶ କରିବା ଶୁଭ ମନାଯାଇ ନଥାଏ । କୁହାଯାଏ ଏହା ଆଗାମୀରେ କିଛି ଧନହାନୀ ଓ ବିବାଦ ଆସିବାର ସଂକେତ ଦେଇଥାଏ ।

୪. ଲାଲ ପିମ୍ପୁଡି ଘରେ ହେବା ଶୁଭ ହୋଇ ନଥାଏ, ହେଲେ ଯଦି ଏହି ଲାଲ ପିମ୍ପୁଡି ମୁହଁରେ ଅଣ୍ଡା ନେଇକରି ଘରୁ ଯାଉଥିବା ଦେଖାଯାଏ ତ ଶୁଭ ସଂକେତ ହୋଇଥାଏ । କୁହାଯାଏ ଘରୁ ନକରାତ୍ମକ ଶକ୍ତିକୁ ନିଜ ସହ ନେଇଯାଇଥାନ୍ତି । ଏହାର ଅର୍ଥ ଜୀବନରେ କିଛି ପ୍ରଗତି ହେବାକୁ ଯାଉଛି ।

୫. ଶାସ୍ତ୍ର ଅନୁସାରେ ଘରେ କଳା ପିମ୍ପୁଡି ଉପର ଆଡକୁ ଯିବାର ସଂକେତ ଦିଏ କି ଜୀବନର ସୁଖ,ଶାନ୍ତି ଓ ସମୃଦ୍ଧିରେ ବୃଦ୍ଧି ଘଟିବ । ଯଦି କାନ୍ଥରୁ ତଳ ଆଡକୁ ଏହି ପିମ୍ପୁଡି ଓହ୍ଲାଉଥିବେ ତେବେ ଏହା ନକରାତ୍ମକ ସୂଚନା ଦେଇଥାଏ ।

୬. କୁହାଯାଏ ପିମ୍ପୁଡି ଛାତରୁ ଓହ୍ଲାଉଥିବା ଦେଖାଗଲେ ଧନ ଲାଭ ଓ ସମ୍ପତ୍ତିର ବୃଦ୍ଧି ସଂକେତ ଦେଇଥାଏ । ଏଥିସହିତ ଭୌତିକ ସୁଖ ଭଳି ବୈବାହିକ ଜୀବନ ଓ ସନ୍ତାନ ସମ୍ପର୍କିତ ଖୁସୀ ମିଳିବାର ସୂଚନା ଦେଇଥାଏ ।

୭. କଳା ପିମ୍ପୁଡି ଯଦି ଘରେ ଅଛନ୍ତି ତ ଏମାନଙ୍କୁ ଅଟା ଓ ଚିନି ମିଶାଇ ଜରୁର ଖୁଆନ୍ତୁ । କୁହାଯାଏ ଏହାଦ୍ୱାରା ବ୍ୟକ୍ତି ସବୁ ପ୍ରକାର ବନ୍ଧନରୁ ମୁକ୍ତି ହୋଇ ଯାଆନ୍ତି ଓ ଖୁସୀ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.