ସ୍ୱସ୍ତିକ ଚିହ୍ନ ବନାଇବା ସମୟରେ ରଖନ୍ତୁ ଏହି କଥା ଉପରେ ଧ୍ୟାନ, ନଚେତ ବିଗିଡିପାରେ ଭାଗ୍ୟ

ହିନ୍ଦୁ ଧର୍ମରେ ସ୍ୱସ୍ତିକର ଏକ ଭିନ୍ନ ମହତ୍ୱ ରହିଛି । ଏହି ଦୁଇ ଶବ୍ଦରେ ରହିଛି ‘ସୁ’ ଯାହାର ଅର୍ଥ ଶୁଭ ଓ ‘ଅସ୍ତି’ ଯାହାର ଅର୍ଥ ତାତ୍ପର୍ଯ୍ୟ । ଅର୍ଥାତ ସ୍ୱସ୍ତିକର ମୌଳିକ ଅର୍ଥ ହେଉଛି ‘ଶୁଭ ହେଉ’, ‘କଲ୍ୟାଣ ହେଉ ’ । ସ୍ୱସ୍ତିକର ପ୍ରୟୋଗ ପ୍ରତି ମଙ୍ଗଳ କାର୍ଯ୍ୟରେ ହୋଇଥାଏ । ଏହାକୁ ଗଣପତିଙ୍କ ବି ପ୍ରତିକ ମନାଯାଇଥାଏ । ଲୋକେ ନିଜ ଘରର ମୁଖ୍ୟ ଦ୍ୱାର ଉପରେ ପୁରା ଆସ୍ଥା ଓ ଶ୍ରଦ୍ଧାର ସହ ସ୍ୱସ୍ତିକ ବନାଇଥାନ୍ତି । କୁହାଯାଏ ଠିକ ସମୟରେ ଠିକ ଯାଗାରେ ସ୍ୱସ୍ଥିକ ଚିହ୍ନ ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ବି ସ୍ୱସ୍ତିକ ଚିହ୍ନକୁ ଘରର ମୁଖ୍ୟ ଦ୍ୱାରରେ ବନାଇବା ଶୁଭ ମନାଯାଇଥାଏ । ଆସନ୍ତୁ ଜାଣିବା ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇବା ବେଳେ କେଉଁ କଥା ପ୍ରତି ଧ୍ୟାନ ଦେବେ ।

ସ୍ୱସ୍ତିକ ଚିହ୍ନ ବନାଇବା ବେଳେ ଏହି କଥା ପ୍ରତି ଧ୍ୟାନ ଦେବେ : 

–  ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ସର୍ବଦା ସିନ୍ଦୁରରେ ହିଁ ବନାନ୍ତୁ । ସିନ୍ଦୁରରେ ତିଆରି ହୋଇଥିବା ସ୍ୱସ୍ତିକ ଘରେ ସୁଖ ଓ ସମୃଦ୍ଧିର ମାର୍ଗ ଖୋଲିଥାଏ ।

  ଯେତେବେଳେ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ବନାଇବେ, ଧ୍ୟାନ ରଖିବେ ଯେ ମୁଖ୍ୟ ଦ୍ୱାର ଯେପରି ଧୂଳି ମାଟିରେ ଅପରିସ୍କାର ନହୁଏ ।

–  ମୁଖ୍ୟ ଦ୍ୱାର ନିକଟରେ ଜୋତା, ଚପଲ ଯେପରି କୁଢ଼ ନହୁଏ ।

  ସ୍ୱସ୍ତିକ ବନାଇବା ବେଳେ ଏହାର ଆକାର ବି ଠିକ୍‌ ହେବା ଜରୁରୀ ।

–  ମନାଯାଏ ବାସ୍ତୁ ଦୋଷକୁ କମ କରିବା ପାଇଁ ୯ ଅଙ୍ଗୁଳି ଲମ୍ବା ଓ ଚୌଡାର ସ୍ୱସ୍ତିକ ବନାଇବା ଶୁଭ ହୋଇଥାଏ ।

–  ଯଦି ଘର ସାମ୍ନାରେ କିଛି ଗଛ ବା ଖମ୍ବା ଥାଏ, ତେବେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଏହାକୁ ରୋକିବାପାଇଁ ମୁଖ୍ୟ ଦ୍ୱାରରେ ନିୟମିତ ସ୍ୱସ୍ତିକ ବନାଇବା ଶୁଭ ହୋଇଥାଏ ।

  ମୁଖ୍ୟ ଦ୍ୱାର ନିକଟରେ ଥିବା ସ୍ୱସ୍ତିକ ଚିହ୍ନ ନିକଟରେ ଓସ୍ତ,ଆମ୍ବ ଓ ଅଶୋକ ପତ୍ର ଲଗାଇବା ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.