ନିଜ ଜୀବନ ବଞ୍ଚାଇବା ପାଇଁ ସତ ଚେଷ୍ଟା କରି ମଧ୍ୟ ହାରିଗଲା ଚଢେଇ, ଦେଖନ୍ତୁ ଭାଇରଲ ଭିଡିଓ

କଇଁଛ ଶାକାହାରୀ ଜୀବ, ତାହା ଆମେ ସମସ୍ତେ ଜାଣିଛେ। କଇଁଛ ଶୈବାଳ ଖାଇ ବଞ୍ଚିଥାଏ। କିନ୍ତୁ ଆପଣ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଚିନ୍ତାଧାରା ପରିବର୍ତ୍ତନ କରିଦେବେ। ଏହି ଭାଇରଲ ଭିଡିଓ ଦେଖି ବୈଜ୍ଞାନିକ ମଧ୍ୟ ଚିନ୍ତାରେ ରହିଛନ୍ତି। କଇଁଛକୁ ଆଜୀବନ ଶାକାହାରୀ ବୋଲି ଆମେ ସମସ୍ତେ ଜାଣିଛେ।

ଜୁଲାଇ ୨୦୨୦ରେ ଫ୍ରିଗେଟ୍ ଦ୍ବୀପରେ ରେକର୍ଡ କରାଯାଇଥିବା ଏହି ଭିଡିଓରେ ଏକ ବୟସ୍କ ମାଈ କଇଁଛ ଏକ କାଠ ଖଣ୍ଡ ଉପରେ ବସିଥିବା ଛୋଟ ଚଢେଇର ପିଛା କରୁଥିବା ଦେଖିବାକୁ ମିଳିଥିଲା। କଇଁଛ ଠାରୁ ଦୂରକୁ ଯିବା ପାଇଁ ଛୋଟ ପକ୍ଷୀର ପର ବାଡେଇ ପଛକୁ ଯିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଉଡିପାରୁନଥିଲା। ବାରମ୍ବାର କଇଁଛ ତା ପାଟିରେ ତାକୁ ଧରିବାକୁ ଚେଷ୍ଟା କରୁଥିଲା। ଶେଷରେ ପକ୍ଷୀଟି ଆଉ ଯାଇପାରିନଥିଲା ଆଉ କଇଁଛର ଶିକାର ହୋଇଥିଲା।

ଏବେ ଏହି ଭିଡିଓ ବୈଜ୍ଞାନିକଙ୍କ ଚିନ୍ତାର କାରଣ ପାଲଟିଛି। ଆଜୀବନ ଶାକାହାରୀ କଇଁଛ କିପରି ଚଢେଇକୁ ମାରି ଖାଇପାରେ ତାହା ଜାଣିବା ପାଇଁ ସେମାନେ ଉଦ୍ଯମ କରୁଛନ୍ତି। କିନ୍ତୁ ଏହି ଭିଡିଓରେ କେତେ ସତ୍ଯତା ରହିଛି, ତାହା ପରେ ଜଣାପଡିଛି।

ସୂଚନାଯୋଗ୍ଯ, ଏହି ବିଶାଳକାୟ କଇଁଛ କେବଳ ସିଶେଲ୍ସ ଏବଂ ଗେଲାପାଗୋସ ଦ୍ବୀପ ସମୂହରେ ଦେଖିବାକୁ ମିଳିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.