ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ ! ପାଣିରେ ପହଁରୁଥିଲା ମାଛ, ହଠାତ୍ ଆସି ବୋତଲରୁ ପିଇବାକୁ ଲାଗିଲା କ୍ଷୀର

ଦୁନିଆରେ ଆପଣ ଅନେକ ପ୍ରକାର ଅଦ୍ଭୁତ ଘଟଣା ଦେଖିଥିବେ। ଯାହା ବିଷୟରେ ଆପଣ ଶୁଣି ହୁଏତ ନିଜ କାନକୁ ବିଶ୍ବାସ କରିପାରିବେ ନାହିଁ। ପ୍ରତିଦିନ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପୁଣି ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା ଆପଣ ଦେଖି ଆଖିକୁ ବିଶ୍ବାସ କରିପାରିବେ ନାହିଁ। କେବେ ଆପଣ ଶୁଣିଛନ୍ତି କି, ମାଛ କ୍ଷୀର ପିଉଛି, ତାହା ପୁଣି ବୋତଲରେ। ଆଶ୍ଚର୍ଯ୍ଯ ଲାଗୁଛି ନା, କିନ୍ତୁ ସତ। ଛୋଟ ପିଲା ଖାଉଥିବା କ୍ଷୀର ବୋତଲରେ ମାଛ କ୍ଷୀର ପିଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ଏକ ଗୋଲ୍ଡଫିଶ ପାଣି କୂଳରେ ଏକ ବ୍ଯକ୍ତିଙ୍କ ହାତରୁ ବୋତଲରୁ କ୍ଷୀର ପିଉଛି। କିଛି ସେକେଣ୍ଡରେ ବୋତଲରେ ମୁହଁ ଲଗାଇ କ୍ଷୀର ପିଉଛି। ଭିଡିଓ ଦେଖି ପ୍ରଥମେ କେହି ବିଶ୍ବାସ କରିପାରିନଥିଲେ, କିପରି ଏହା ସମ୍ଭବ।

 

View this post on Instagram

 

A post shared by @cool_and_funny.hn

ଇନଷ୍ଟାଗ୍ରାମର ଜଷ୍ଟ ଫର ଫନ ନାମକ ଏକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି। ଏହାକୁ ଏପର୍ଯ୍ଯନ୍ତ ୩୨ ହଜାରରୁ ଅଧିକ ଲାଇକ୍ସ ମିଳିଛି। ପାଖାପାଖି ୧ ଲକ୍ଷ ଭ୍ଯୁ ହୋଇସାରିଲାଣି। ଭିଡିଓ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

Leave A Reply

Your email address will not be published.