୪ ଦିନ ହେଲା ନିଖୋଜ ଥିଲେ ଏହି ଷ୍ଟାର ଖେଳାଳି, ଏବେ ମିଳିଲା ମୃତଦେହ

ଗତ ୪ ଦିନ ହେଲାଣି ନିଖୋଜ ଥିଲେ ଜେମ୍ସ ଡିନ୍ । ଏବେ ମିଳିଲା ମୃତଦେହ। ଷ୍ଟେଲିବ୍ରିଜ୍ ସେଲ୍ଟିକ୍ ଫୁଟବଲ କ୍ଲବର ଷ୍ଟାର ଫୁଟବଲର ଜେମ୍ସ ଡିନଙ୍କ ପରଲୋକ ଘଟିଛି । ଲଙ୍କାଶାୟର ପୋଲିସ ତାଙ୍କ ଶବ ଜବତ କରିଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ପୋଲିସରେ ମାମଲା ରୁଜୁ ପରେ ପୋଲିସ, ପରିବାର ଲୋକେ ଏବଂ ତାଙ୍କ ବନ୍ଧୁମାନେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କେଉଁଠାରେ ତାଙ୍କୁ ଖୋଜିପାଇନଥିଲେ ।

୩୫ ବର୍ଷୀୟ ଜେମ୍ସଙ୍କୁ ଶେଷ ଥର ପାଇଁ ମେ ୫ ତାରିଖରେ ଓର୍କର୍ଡ ଡ୍ରାଇବର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏ ନେଇ ଟ୍ବିଟର ଯୋଗେ ନିଖୋଜ ଖବର ପୋଷ୍ଟ କରିଥିଲା ଲଙ୍କାଶାୟର ପୋଲିସ । ତେବେ ରବିବାର ଦିନ ବ୍ଲାକ୍ବର୍ନ ଅଞ୍ଚଳରୁ ଜେମ୍ସ ଡିନଙ୍କ ଶବ ଜବତ କରାଯାଇଥିଲା ।

ତେବେ ଜେମ୍ସ ଡିନଙ୍କ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ପରେ ହିଁ ଘଟଣା ବାବଦରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ତାଙ୍କ ମୃତ୍ୟୁରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.