Below header

ରାଜରାସ୍ତାରେ ଚିତାବାଘ ଓ ଝିଙ୍କ ମଧ୍ୟରେ ଲଢେଇ, ଉପାୟ ନପାଇ ଫେରିଗଲା ଚିତାବାଘ ଦେଖନ୍ତୁ ଭିଡିଓ

ରାଜରାସ୍ତାରେ ଚିତାବାଘ ଓ ଝିଙ୍କ ମଧ୍ୟରେ ଲଢେଇ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡ଼ିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଫିସର ପ୍ରବିଣ କାସବାନ ଟ୍ୱିଟରରେ ସେୟାର କରିଥିଲେ । ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ରାସ୍ତାରେ ଝିଙ୍କଟି ବସିଥିବା ସମୟରେ ପଛପଟୁ ଚିତାବାଘ ଆସି ତାକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ବାଘକୁ ଜଣା ନଥିଲା ଯେ ଶେଷରେ ତାର ହିଁ ଶିକାର ହୋଇଯିବ ।

ଝିଙ୍କର ଶରୀର କଣ୍ଟାଯୁକ୍ତ ହୋଇଥାଏ । ଯଦି କେହି ତାକୁ ଆକ୍ରମଣ କରିବାକୁ ଚେଷ୍ଟା କରେ ତାହେଲେ ସେ ତାର କଣ୍ଟାକୁ ଅନ୍ୟର ଶରୀରରେ ଛାଡି ଦେଇଥାଏ । ଯାହାଦ୍ୱାରା ଶିକାର କରୁଥିବା ପ୍ରାଣୀ ନିଜେ ଶିକାର ହୋଇଯାଇଥାଏ । ଏଥର ମଧ୍ଯ ଠିକ୍ ସେଇଆ ହୋଇଥିଲା ।

ଏହାସହ ପଢନ୍ତୁ ଅଜବ ଅନ୍ତେଷ୍ଟି, ଅନ୍ତିମ ସଂସ୍କାରର ଏଭଳି ଭିନ୍ନ ପରମ୍ପରା ଯାହା ଉଡାଇଦେବ ଆପଣଙ୍କ ହୋସ

ଚିତାବାଘଟି ଯେତେବେଳେ ଝିଙ୍କକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ସେ ତାର କଣ୍ଟାକୁ ବାଘ ମୁହଁରେ ଛାଡି ଦେଇଥିଲା । ଆଉ ତାପରେ ଯାହା ହେଲା ଦେଖିବା ପରେ ଆପଣ ହସି ହସି ବେଦମ ହୋଇଯିବେ । ବାଘର ମୁହଁରେ କଣ୍ଟା ଲଗାଯାଇଥିଲା ଏବଂ ସେ ତାକୁ ବାହାର କରିବାକୁ ବହୁତ୍ ଚେଷ୍ଟା କରୁଥିଲା । ଶେଷରେ ଅନ୍ୟ କିଛି ଉପାୟ ନପାଇ ବାଘଟି ଜଙ୍ଗଲ ଭିତରକୁ ଫେରି ଯାଇଥିଲା ।

ପ୍ରବିଣ ଏହି ଭିଡିଓକୁ ସେୟାର କରିବା ସହ ଲେଖିଥିଲେ “ଏହା ଏକ ପୁରୁଣା ଭିଡିଓ ଅଟେ ଓ ଏହି ଲଢେଇରେ ଝିଙ୍କ ଠାରୁ ବାଘକୁ ଏକ ଶିକ୍ଷା ମିଳିଯାଇଥିବ ନିଶ୍ଚୟ । ଏବେ ଆଉ କେବେବି ଚିତାବାଘ ଝିଙ୍କ ଉପରେ ଆକ୍ରମଣ କରିବ ନାହିଁ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.