୩୫୦ କୋଟିର ଚିଟଫଣ୍ଡ ସ୍କାମ, ଟାୱାର ଇନଫୋଟେକ ସିଏମଡି ଓ ନିର୍ଦ୍ଦେଶକଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋଟ

ଭୁବନେଶ୍ବର: ୩୫୦ କୋଟି ଟଙ୍କାର ଚିଟଫଣ୍ଡ ସ୍କାମରେ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ । ଓଡ଼ିଶା ହାଇକୋର୍ଟ ଜାମିନ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଏହି ବଡ଼ ଧରଣର ସ୍କାମରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । ଯେହେତୁ ନିରୀହ ଜମାକାରୀଙ୍କଠାରୁ ବଡ଼ ଧରଣର ଟଙ୍କା ଠକେଇ ହୋଇଛି ତେଣୁ ହାଇକୋର୍ଟ ସେମାନଙ୍କୁ ଜାମିନ ମଂଜୁର କରିବାର ନଥିଲା ବୋଲି କହିଛନ୍ତି । ଏଭଳି ବହୁ ଟଙ୍କାର ଅର୍ଥନୈତିକ ଅପରାଧ ସ୍କାମ୍‌କୁ ଖୁବ୍ ଗମ୍ଭୀରତାର ସହ ନେଉଛୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଚିଟଫଣ୍ଡ କଂପାନୀ ଟାୱାର ଇନଫୋଟେକ ଲିମିଟେଡର ସିଏମଡି ରମେନ୍ଦୁ ଚଟ୍ଟୋପାଧ୍ୟାୟ ଓ ନିର୍ଦ୍ଦେଶକ ଆଶିଷ ଚାଟାର୍ଜୀଙ୍କ ଜାମିନ ଖାରଜ ହୋଇଯାଇଛି ।

ଚିଟଫଣ୍ଡ କଂପାନୀ ଟାୱାର ଇନଫୋଟେକ ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ ୩୫୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୧୩ ମସିହା ମେ ୧୫ରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାରେ କଂପାନୀ ସିଏମଡି ରମେନ୍ଦୁ ଚଟ୍ଟୋପାଧ୍ୟାୟ ଓ ନିର୍ଦ୍ଦେଶକ ଆଶିଷ ଚାଟାର୍ଜୀଙ୍କୁ ସିବିଆଇ ଗତ ୨୦୧୬ ମସିହା ମାର୍ଚ୍ଚ ୧୦ ତାରିଖରେ ଗିରଫ ହୋଇଥିଲେ । ଏହାପରେ ୨୦୧୭ ମସିହା ଅଗଷ୍ଟ ୧୭ରେ ହାଇକୋର୍ଟ ଜାମିନ ମଂଜୁର କରିଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ମୋହନ ଏମ. ସାନ୍ତାନଗୌଦାର ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ହାଇକୋର୍ଟ ଦେଇଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.