Below header

ବର୍ତ୍ତମାନ ପ୍ରେମରେ ଅଡୁଆ କରୁଛି କି ପୁରୁଣା ସମ୍ପର୍କ ? ତେବେ ଆଜି ହିଁ କରନ୍ତୁ ଏହି କାମ

ପାର୍ଟନରଙ୍କ ସହ ଜଣେ ସବୁ କଥା ସହଜରେ ସେୟାର କରିପାରେ। କିନ୍ତୁ ଯେତେବେଳେ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ କଥା ଉଠେ ସେ ବିଷୟରେ ପାର୍ଟନରଙ୍କୁ କହିବା ବେଳେ ଆମେ ପଛଘୁଞ୍ଚା ଦେଇଥାଉ। ଏକ୍ସଙ୍କ ବିଷୟରେ ଶୁଣିବାକୁ ତାଙ୍କ ଇଚ୍ଛା ଥିବ କି ନାହିଁ, ଶୁଣିବା ପରେ ତାଙ୍କ ବ୍ୟବହାର କିପରି ରହିବ ଏସବୁ କଥା ଭାବି ସାଧାରଣତଃ ଲୋକମାନେ ପୂର୍ବ ସମ୍ପର୍କ ବିଷୟରେ କହିପାରିନଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ ଯଦି ଆପଣ ବର୍ତ୍ତମାନର ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ପୂର୍ବ ସମ୍ପର୍କ ବିଷୟରେ ସବୁ କଥା ଖୋଲି କହିବା ଉଚିତ। ଆସନ୍ତୁ ଜାଣିବା ପାର୍ଟନରଙ୍କୁ ପୂର୍ବ ସମ୍ପର୍କ ବିଷୟରେ କେମିତି କହିବେ…

ବର୍ତ୍ତମାନ ସମୟ ହିଁ ପ୍ରକୃଷ୍ଟ ସମୟ

ପୂର୍ବ ସମ୍ପର୍କ ବିଷୟରେ ପାର୍ଟନରଙ୍କୁ କହିବାକୁ ଲୋକମାନେ ସଠିକ୍‌ ସମୟକୁ ଅପେକ୍ଷା କରିଥାନ୍ତି। କିନ୍ତୁ ଏଭଳି ଭାବିବା ଭୁଲ୍‌। ବର୍ତ୍ତମାନ ସମୟ ହିଁ ପ୍ରକୃଷ୍ଟ ସମୟ ନିଜ ସମ୍ପର୍କ ବିଷୟରେ ପାର୍ଟନରଙ୍କୁ କହିବାକୁ। ଏଣୁ ଯେତେବେଳେ ବି ଆପଣଙ୍କୁ ଲାଗୁଛି ପୂର୍ବ ସମ୍ପର୍କ ବିଷୟରେ ବର୍ତ୍ତମାନର ପାର୍ଟନରଙ୍କୁ କହିବା ଉଚିତ, ସାଙ୍ଗେ ସାଙ୍ଗେ ତାଙ୍କୁ କହିଦିଅନ୍ତୁ।

ବାରମ୍ବାର ପୂର୍ବ ସମ୍ପର୍କ କଥା ଦୋହରାନ୍ତୁ ନାହିଁ

ଥରେ ପୂର୍ବତନ ପାର୍ଟନରଙ୍କ ସମ୍ପର୍କରେ ବର୍ତ୍ତମାନର ପାର୍ଟନରଙ୍କୁ କହି ସାରିବା ପରେ କିଛି ଲୋକ ନିର୍ଭୟରେ ବାରମ୍ବାର ପୂର୍ବ ସମ୍ପର୍କ କଥା ଦୋହରାଇଥାନ୍ତି। ମାତ୍ର ଏଭଳି କରିବା ଅନୁଚିତ। ବାରମ୍ବାର ପୂର୍ବ କଥାକୁ କହିଲେ ପାର୍ଟନରଙ୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ। ସେ ଈର୍ଷାନ୍ଵିତ ହୋଇପାରନ୍ତି। ଏଣୁ ଯେତିକି ଦରକାର ସେତିକି ପୂର୍ବ ସମ୍ପର୍କ ବିଷୟରେ କଥା ହୁଅନ୍ତୁ, ଅଧିକ ଆଲୋଚନା ଆପଣଙ୍କ ବର୍ତ୍ତମାନର ସମ୍ପର୍କକୁ ଖରାପ କରିପାରେ।

ଏହାସହ ପଢନ୍ତୁ: ମାତ୍ର ୧୦ ଦିନ ରସୁଣ ତେଲ ବ୍ୟବହାର କରି କେଶକୁ କରନ୍ତୁ ମୁଲାୟମ ଓ ରୂପିମୁକ୍ତ

ଅନ୍ୟକୁ ସବୁଦୋଷ ଦିଅନ୍ତୁ ନାହିଁ

କୌଣସି ସମ୍ପର୍କ ଭାଙ୍ଗିଲେ ଲୋକମାନେ ସାଧାରଣତଃ ଅପରପକ୍ଷକୁ ଦୋଷାରୋପ କରିଥାନ୍ତି। ବେଳେବେଳେ ପୂର୍ବ ସମ୍ପର୍କ ବିଷୟରେ କହିବା ବେଳେ ଆମେ ପୂର୍ବ ପାର୍ଟନରଙ୍କ ଉପରେ ସବୁ ଦୋଷ ଲଦି ଦେଇଥାଉ ଓ ନିଜକୁ ଠିକ୍‌ ଦର୍ଶାଇଥାଉ। ମାତ୍ର ଏଭଳି କରିବା ଅନୁଚିତ୍‌। ପୂର୍ବ ସମ୍ପର୍କ ବିଷୟରେ କହିବା ବେଳେ କିଛି ଏମିତି କୁହନ୍ତୁନି ଯାହା ଆପଣଙ୍କ ବର୍ତ୍ତମାନର ସମ୍ପର୍କକୁ ଖରାପ କରିବ।

ପୂର୍ବ ସମ୍ପର୍କରୁ କ’ଣ ଶିକ୍ଷା କଲେ କୁହନ୍ତୁ

ବର୍ତ୍ତମାନର ପାର୍ଟନରଙ୍କୁ ପୂର୍ବ ସମ୍ପର୍କ ବିଷୟରେ କହିବା ବେଳେ ସେ ସମ୍ପର୍କ କାହିଁକି ଭାଙ୍ଗିଗଲା ସେ ବିଷୟରେ କୁହନ୍ତୁ। ଏଥିସହ ସେ ସମ୍ପର୍କରୁ ଆପଣ କେଉଁ କଥା ଶିକ୍ଷା କଲେ ତାହା ବି କୁହନ୍ତୁ। ଏହା ଦ୍ୱାରା ପାର୍ଟନର ଆପଣଙ୍କୁ ଭଲ ଭାବେ ବୁଝିପାରିବେ।

ଏହାସହ ପଢନ୍ତୁ: ବେଡ଼ରୁମକୁ ଯିବା ପୂର୍ବରୁ କରନ୍ତୁ ଏହି ପାଞ୍ଚଟି କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ବର୍ତ୍ତମାନ ଏକ୍ସଙ୍କ ସହ ସମ୍ପର୍କ ସମ୍ବନ୍ଧରେ ସ୍ପଷ୍ଟ କରନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ବି ଆପଣ ପାର୍ଟନରଙ୍କୁ ପୂର୍ବ ସମ୍ପର୍କ ବିଷୟରେ କହୁଛନ୍ତି ତାଙ୍କୁ ପୂର୍ବତମ ପାର୍ଟନର ସହ ଆପଣଙ୍କ ସମ୍ପର୍କ ବର୍ତ୍ତମାନ କେମିତି ତାହା ସ୍ପଷ୍ଟ କରନ୍ତୁ। ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ ସହ ଏବେ ବି ସାଙ୍ଗ ଭଳି ଅଛନ୍ତି କି ନାହିଁ ତାହା କୁହନ୍ତୁ। ପାର୍ଟନରଙ୍କୁ ବିଶ୍ୱାସ ଦିଅନ୍ତୁ ଯେ ବର୍ତ୍ତମାନ କେବଳ ସେ ହିଁ ଆପଣଙ୍କ ଜୀବନରେ ଏକମାତ୍ର ବ୍ୟକ୍ତି। ନଚେତ୍‌ ଯଦି ତାଙ୍କ ମନରେ ଏ ନେଇ ସନ୍ଦେହ ସୃଷ୍ଟି ହୁଏ ତେବେ ଆପଣଙ୍କ ସମ୍ପର୍କ ହିଁ ପ୍ରଥମେ ନଷ୍ଟ ହେବ। ଏଣୁ ଭାବିଚିନ୍ତି ପୂର୍ବ ସମ୍ପର୍କ ବିଷୟରେ ଆଲୋଚନା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.