ଏଠି ବୋହୂଙ୍କୁ ଲକ୍ଷ୍ମୀ ରୂପରେ ସଜାଇ ପୂଜା କରନ୍ତି ଶାଶୁ ମାନେ, ପାଦ ଧୋଇ ଆର୍ଶୀବାଦ ନିଅନ୍ତି

ପରିବାର ଭିତରେ ଶାଶୁ ବୋହୂର ସମ୍ପର୍କ ବହୁତ ସୁନ୍ଦର ସମ୍ପର୍କ ହୋଇଥାଏ । ଏହି ସମ୍ପର୍କ ମାଆ ଝିଅର ସମ୍ପର୍କ ଭଳି ହୋଇଥାଏ । ଏହାକୁ ଯଦି ଆଦରର ସହ ରଖିବା, ତେବେ ଏହି ସମ୍ପର୍କ ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କରେ ପରିଣତ ହୋଇପାରିବ । କିନ୍ତୁ ଅଧିକାଂଶ ଏପରି ଦେଖିବାକୁ ମିଳେ ଯେ, ଆରମ୍ଭରେ ଶାଶୁ ବୋହୂ ସମ୍ପର୍କରେ ବହୁତ ଭଲ ପାଇବା ଦେଖାଯାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆସ୍ତେ ଆସ୍ତେ ବିଗିଡିବାକୁ ଲାଗେ । ଆଉ ସମ୍ପର୍କରେ ଦୂରତା ଦେଖାଯାଏ, ତଥା ଭଲ ପାଇବା ବଦଳରେ କଳହ ସୃଷ୍ଟି ହୁଏ ।

କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରର ୱାଶିମରୁ ଏକ ନିଆରା ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଶାଶୁ ଏବଂ ବୋହୂର ସମ୍ପର୍କ ବିଷୟରେ ଅନେକ ଥର ନକାରାତ୍ମକ ଜିନିଷ ଶୁଣିବାକୁ ମିଳିଥାଏ । କିନ୍ତୁ ୱାଶିମ୍ ଜିଲ୍ଲାରେ ଜଣେ ଏପରି ଶାଶୁ ଅଛନ୍ତି, ଯିଏକି ଗୌରୀ ପୂଜାସମୟରେ ତାଙ୍କ ବୋହୁ ମାନଙ୍କୁ ଲକ୍ଷ୍ମୀ ରୂପରେ ସଜାଇ ୩ ଦିନ ଧରି ତାଙ୍କର ସେବା କରିଥାନ୍ତି । ସିନ୍ଧୁବାଇ ସୋନୁନ ଗତ ୩- ୪ ବର୍ଷ ଧରି ପ୍ରତ୍ୟେକ ଗୌରୀ ପୂଜନରେ ତାଙ୍କ ବୋହୂମାନଙ୍କୁ ସଜାନ୍ତି,ଓ ସେମାନଙ୍କୁ ପୂଜା କରିବା ପରେ ତାଙ୍କ ପାଦ ଧୋଇ ଆର୍ଶୀବାଦ ନେଇଥାନ୍ତି । ଏଥିରୁ ଜଣାପଡୁଛି ଯେ ସେ କେବଳ ଘରର ବୋହୂମାନଙ୍କୁ ଲକ୍ଷ୍ମୀ ଭାବରେ ପୂଜା କରି ଏକ ଉଦାହରଣ ସୃଷ୍ଟି କରିନାହାଁନ୍ତି, ବରଂ ଘରେ ଏକ ସୁସଙ୍ଗତ ପରିବେଶ ମଧ୍ୟ ସୃଷ୍ଟି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.