ରାସ୍ତା ଉପରେ ପାଣି ସୁଅ, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌

ବଣାଇ(କେନ୍ଯୁଜ୍): ରାସ୍ତା ଉପରେ ପାଣି, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ମନ୍ଦିର ନିକଟ ରାସ୍ତା ଉପରେ ପାଣି ଜମି ରାସ୍ତା ଜାମ୍‌ ହୋଇଥିଲା । ଲଗାଣ ବର୍ଷାରେ ପାହାଡ଼ ପାଣି ତଳକୁ ଖସି ରାସ୍ତା ଜାମ୍‌ ହୋଇଥିଲା ।

ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇ ଗାଡିଗୁଡିକ ଫସି ରହିଥିଲା । ଏପରିକି ଏକ ଟ୍ରକ ସହ ଟ୍ରଲର ଲାଗିକି ମାଟିରେ ଫସି ରହିଥିଲା । ଟେମ୍ପୋକୁ ଠେଲି ରାସ୍ତା ପାର କରୁଥିଲେ ଲୋକେ । ବର୍ଷା ସାମାନ୍ୟ କମିବା ପରେ ଚାନ୍ଦିପୋଷ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଜାମ୍‌କୁ ହଟାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.