Below header

ଏ ଟାଙ୍କିରୁ ପାାଣି ପିଉଥିବା ଲୋକଙ୍କୁ ସତରେ ଭଗବାନ ଭରସା, ଆପଣ ବି ଥରେ ପକାନ୍ତୁ ନଜର

ଆପଣଙ୍କ ହିସାବରେ ଗୋଟିଏ ସରକାରୀ କାର୍ଯ୍ୟାଳୟର ଚିତ୍ର କେମିତି ହେବା ଦରକାର ?… ସେକଥା ଭାବିବା ପୂର୍ବରୁ ଆପଣ ଆଗେ ଏ ଦୃଶ୍ୟ ଟିକେ ଦେଖି ନିଅନ୍ତୁ । ନାକ ଟେକୁଥିବେ ନିଶ୍ଚୟ । ଆଜ୍ଞା ଇଏ ବି ଏକ ସରକାରୀ ଅଫିସ୍‌ । ଆପଣ ଭାବନ୍ତୁନି ଯେ ଇଏ କେବେଠାରୁ ପରିତ୍ୟକ୍ତ ହୋଇ ସାରିଛି । ଏଠି ବି କର୍ମଚାରୀ ଅଛନ୍ତି ଓ କାମ କରୁଛନ୍ତି । ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଏଠାରେ ଟାଙ୍କି ନିର୍ମାଣ ସହ ଅଫିସ୍‌ ବି ରହିଛି । ହେଲେ ଏଠାକାର ଦୃଶ୍ୟ ଆପଣଙ୍କୁ ମର୍ମାହତ କରିବ । ମନକୁ ପ୍ରଶ୍ନ ଆସିବ, ଅଫିସ୍‌ ଯଦି ଏଭଳି ଅବସ୍ଥାରେ ତେବେ ଏଠାକାର ସ୍ୱଚ୍ଛ ଜଳ କେମିତି ହୋଇଥିବ ?

ଏ ହେଉଛି କଟକ କିଶୋର ନଗର ଠାରେ ଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ। ପ୍ରାୟ ୫ଟି ପଞ୍ଚାୟତ ର ଲୋକେ ପାନୀୟ ଜଳ ପାଇଁ ଏହା ଉପରେ ନିର୍ଭର କରନ୍ତି । ଏହି କାର୍ଯ୍ୟାଳୟ ଏବେ ବଣ ଜଙ୍ଗଲ ଅଳିଆ ଆବର୍ଜନାରେ ଭର୍ତ୍ତି । ଏହାକୁ ଯେ କେହି ବି ଦେଖିଲେ ଭାବିବ ଏଠି ଆଉ ଅଫିସ୍‌ ନାହିଁ । ସରକାରୀ ଗାଡିରେ ଜାଳ ସବୁ ଗଦା ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଖତ ଖାଉଛି। ପାଇପଗୁଡ଼ିକ ଉପରେ ଗଛ ଉଠି ଜଙ୍ଗଲ ହୋଇଗଲାଣି।

paniiଆଉ ଅଫିସ କଥା କହିଲେ ଭଲ । ଦୀର୍ଘ ଦିନ ହେବ ଖୋଲା ନହୋଇ କିଭଳି ଅବସ୍ଥାରେ ରହିଛି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେନି। ଜଣେ ମାତ୍ର ଠିକା କର୍ମଚାରୀଙ୍କ ଦାଇତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଳୟ ଥିବା ବେଳେ ଏଠାକୁ କୌଣସି ଅଧିକାରୀ ଆସୁ ନାହାନ୍ତି କି କିଛି ସମସ୍ୟା ହେଲେ ଶୁଣିବାକୁ କେହି ନାହାନ୍ତି। ସବୁ ସମୟରେ ତାଲା ପଡ଼ି ରହୁଛି ।

ପାଣି ଟାଙ୍କିର ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି । ଯାହା ଆମ କ୍ୟାମେରାରେ କଏଦ ହୋଇଛି । ଦୀର୍ଘ ବର୍ଷ ଧରି ଏହି ପାଣି ଟାଙ୍କିଟି ମୁକୁଳା ପଡିଥିଲା ବେଳେ ସେହି ଟାଙ୍କିରୁ ଗ୍ରାମାଞ୍ଚଳକୁ ଜଳ ଯୋଗାଇ ଦିଆଯାଉଛି । ତେଣୁ କେତେ ସ୍ୱଚ୍ଛ ପାଣି ପାଉଥିବେ ଲୋକେ ତାହା ସହଜରେ ବୁଝି ହେଉଛି । ଆମେ ଯେତେବେଳେ ଏହି ଅବ୍ୟବସ୍ଥା ସମ୍ପର୍କରେ ଉପର ଅଧିକାରୀଙ୍କୁ ଜଣାଇଲୁ, ଉତ୍ତର ମିଳିଲା ଆମ ପାଖରେ କୌଣସି ଖବର ନାହିଁ । ଆମେ ତୁରନ୍ତ ପଦକ୍ଷେପ ନେବୁ । ସତରେ ଆମର ବିଧି ବ୍ୟବସ୍ଥା ଏଇଆ । ସରକାରୀ ଅଧିକାରୀ ଭୁଲିଯିବେ ଆଉ ସାଧାରଣ ଲୋକେ ହଇରାଣ ହେଉଥିଲେ ବି ସ୍ୱର ଉଠାଇବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.