Below header

ମା’ ସମଲେଶ୍ୱରୀଙ୍କ କରୁଣାରୁ ଆଜି ଆମେ କଳାକାର

ମା ସମଲେଶ୍ୱରୀଙ୍କ ମହିମାରୁ କେତେ କଳାକାର ମଧ୍ୟ ସଫଳତାର ଶିଖର ଛୁଇଁଛନ୍ତି । ଆଉ ତାଙ୍କର ସେହି ଦିବ୍ୟ ଅନୁଭୂତିକୁ ଗୀତ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ।

ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ । ତାଙ୍କ ମହିମା ଅପାର । ମା’ ସମଲେଇଙ୍କ ନାମ ସୁମରଣା କଲେ ସମସ୍ତ ଦୁଃଖ ହୁଏ ଦୂର । ମା’ ଙ୍କୁ ବିଶ୍ୱାସ ଆଉ ଭକ୍ତିରେ ଡାକିଲେ ଓ କରନ୍ତି ମା’। କେବଳ ସେତିକି ନୁହେଁ ଯେଉଁ ଭକ୍ତି ଭାବନାରେ ମାଙ୍କୁ ନିଜର ମନସ୍କାମନା ଆମେ ଜଣାଇଥାଉ ମା’ ସେସବୁକୁ ଶୁଣି ସମସ୍ତ ମନବାଞ୍ଛାକୁ ପୂରଣ କରିଥାଆନ୍ତି । ଯେତେବେଳେ ବିପଦ ପଡ଼ିଥାଏ ଚତୁର୍ଦିଗ ଅନ୍ଧାର ଦେଖାଯାଏ ବୁଦ୍ଧିବାଟ ନ ଦିଶେ ସେତେବେଳେ ମା’ଙ୍କୁ ସୁମରଣା କରିଲେ ସବୁ ଦୁଃଖ ହରି ନେଇଥାଆନ୍ତି ମା । ସେଥିପାଇଁ ତ କାହିଁ କେତେ ଦୂରରୁ ଭକ୍ତଗଣ ମାଙ୍କ ପାଖକୁ ଧାଇଁ ଆସିଥାଆନ୍ତି । ସତରେ ମା ସମଲେଶ୍ୱରୀଙ୍କ କୃପା ଅପାର । ଯାହାକୁ ଶଦ୍ଦରେ ବର୍ଣ୍ଣନା କରି ହେବ ନାହିଁ ।

ତେବେ ଝଲସି ଉଠିଛି ମାଁ ସମଲେଇ ପୀଠ l ମା ସମଲେଇ ମନ୍ଦିରକୁ ନୂଆ ରୂପରେ ଦେଖିବାକୁ ମିଳିଛି । ମନ୍ଦିରକୁ ଆସିଲେ ସେଠରୁ ଆଉ ଯିବାକୁ ଇଛା ମଧ୍ୟ ହେଉନାହିଁ l ଦେଖିଲେ ଲାଗୁଛି ସତେ ଯେପରି କେଉଁ ରାଜାର ମହଲରୁ କମ ନୁହଁ l ହଁ ଆଜ୍ଞା, ଲୋକାର୍ପିତ ହୋଇଛି ପ୍ରତିଷ୍ଠିତ ମା ସମଲେଇ ପ୍ରକଳ୍ପ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି l କଳସ ଯାତ୍ରାରେ ସାମିଲ ହୋଇଛନ୍ତି ୧୧ଶହ ମହିଳା। ମା ସମଲେଶ୍ୱରୀ ପୀଠରେ ୩୧ ତାରିଖ ପର୍ଯ୍ୟନ୍ତ ହୋମଜଜ୍ଞ ଅନୁଷ୍ଠିତ ହୋଇଛି । ପବିତ୍ର ମହାନଦୀରୁ ୧୧ ଶହ ମହିଳା ପୂର୍ଣ୍ଣ କୁମ୍ଭ ଜଳ କଳସ ନେଇ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଉଛି। ତେବେ ମା ସମଲେଶ୍ୱରୀଙ୍କ ମହିମାରୁ କେତେ କଳାକାର ମଧ୍ୟ ସଫଳତାର ଶିଖର ଛୁଇଁଛନ୍ତି । ଆଉ ତାଙ୍କର ସେହି ଦିବ୍ୟ ଅନୁଭୂତିକୁ ଗୀତ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.