ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା

ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ ।

ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ । ପେଣ୍ଟିଂକୁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସଂରକ୍ଷିତ ରଖାଯାଇଥିବାରୁ ଏହାକୁ କୌଣସି କ୍ଷତି ହୋଇ ନ ଥିଲା ।

ବିକ୍ଷୋଭକାରୀମାନେ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟକର ତଥା ସୁଲଭ ଖାଦ୍ୟର ମହତ୍ତ୍ୱ ଉପରେ ଜୋର୍‌ ଦେଇଥିଲେ । ଏହି ଘଟଣା ପରେ ସଂଗ୍ରହାଳୟରେ ନିୟୋଜିତ ସୁରକ୍ଷାକର୍ମୀମାନେ ପେଣ୍ଟିଂ ସମ୍ମୁଖରେ କଳା ପରଦା ଘୋଡାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଘଟଣା ପ୍ୟାରିସରେ କୃଷକମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଘଟିଛି । ଏଠାରେ କ୍ରମାଗତ ଭାବେ ଇନ୍ଧନର ମୂଲ୍ୟ ବୃଦ୍ଧି ଏବଂ ନିୟମାବଳୀକୁ ସରଳ କରିବାକୁ ଦାବି କରାଯାଉଛି ।

୧୯୫୦ ଦଶକ ଆରମ୍ଭରେ ମୋନାଲିସା ପେଣ୍ଟିଂକୁ ସୁରକ୍ଷା ଗ୍ଲାସ୍ ଭିତରେ ରଖାଯାଇଥିଲା । ଥରେ ଜଣେ ବ୍ୟକ୍ତି ଏହି ପେଣ୍ଟିଂ ଉପରେ ଏସିଡ୍ ପିଙ୍ଗି ଦେଇଥିଲେ, ଯଦ୍ଦ୍ଵାରା ପେଣ୍ଟିଂକୁ କ୍ଷତି ହୋଇଥିଲା । ଏହାପରେ ଏହାକୁ ଅଧିକ ସୁରକ୍ଷିତ ରଖିବା ପାଇଁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସ୍ଥାପନ କରାଯାଇଥିଲା ।

ତେବେ ୧୯୧୧ ମସିହାରେ ସଂଗ୍ରହାଳୟର ଜଣେ କର୍ମଚାରୀ ଏଠାରୁ ପେଣ୍ଟିଂ ଚୋରି ଘଟଣାରେ ସାମିଲ ଥିଲେ । ୧୯୧୩ରେ ଏହି ପେଣ୍ଟିଂକୁ ପୁନରୁଦ୍ଧାର କରାଯାଇଥିଲା । ଇଟାଲୀର ଏକ ବଜାରରେ ଏହାକୁ ବିକ୍ରି କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.