Below header

ପାରିବାରିକ କଳହ ହେଲା କାଳ: ବିଷ ପିଇ ମା’ ମୃତ ଝିଅ ଗୁରୁତର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଉତୁକୁଡା ପଂଚାୟତର ମୃଗନୟନୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିର କଳହରୁ ବିଷ ପିଇ ମା ମୃତ ୮ ବର୍ଷର ଝିଅ ଗୁରୁତର। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି ଝିଅ ।

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଉତୁକୁଡା ପଂଚାୟତର ମୃଗନୟନୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିର କଳହରୁ ବିଷ ପିଇ ମା ମୃତ ୮ ବର୍ଷର ଝିଅ ଗୁରୁତର। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି ଝିଅ ।

ସୂଚନା ଅନୁସାରେ ମଗନୟନୀ ଗାଁରେ ସୁଶାନ୍ତ ନାୟକ ଓ ତାଙ୍କ ସ୍ତ୍ରୀ କବିତା ନାୟକଙ୍କ ଭିତରେ କୈାଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହି ଘଟଣାରେ ମା କବିତା ରାତିରେ ନିଜେ ବିଷ ପିଇବା ସହ ଆଠ ବର୍ଷର ଝିଅକୁ ପାଣିରେ ମୂଷା ଔଷଧ ମିଶାଇ ଖୁଆଇ ଦେଇଥିଲା । ମା ଓ ଝିଅର ଦେହ ଖରାପ ହେବାରୁ ଝିଅ ଘର ଲୋକଙ୍କ ଆଗରେ ମା ବିଷ ଖୁଆଇ ଦେଇଛି ବୋଲି ଝିଅ କହିଥିଲା । ପରେ ପରିବାର ଲୋକେ ଉଭୟଙ୍କୁ ଚାନ୍ଦବାଲି ମେଡିକାଲ ଆଣିଥିଲେ । ସେଠାରେ ମାର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.