ଭାଇରାଲ ହେଉଛି ଭୟଙ୍କର ଖତରନାକ ବେଞ୍ଚ, ଏଥିରେ ବସିବା ନୁହେଁ ଏତେ ସହଜ

ଭାରତରେ ଏମିତି ଅନେକ ଜିନିଷ ଅଛି ଯାହାକୁ ନେଇ ଆଜି ବି ଲୋକେ ଆଲୋଚନା କଲେ ଯୁକ୍ତିତର୍କ ହୋଇଥାଏ। ଯଦି ଆମେ କହିବୁ ଏବେ ସବୁ ଜିନିଷୟରେ ବ୍ୟବସାୟ ହେଲାଣି ତାହେଲେ ଭୁଲ ହେବନାହିଁ। ଇଣ୍ଟରନେଟରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଯାହାକୁ ନେଇ ଲୋକଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ସାଧାରଣତଃ ଆମେ ଯେତେବେଳେ ଘରୁ ବାହାରକୁ ଯାଆନ୍ତି, ସେତେବେଳେ ସ୍ଥାନେ ସ୍ଥାନେ ଲୋକଙ୍କର ବିଶ୍ରାମ ପାଇଁ ବେଞ୍ଚ ତିଆରି ହୋଇଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ଯେତେବେଳେ ଲୋକେ ଥକିଯିବେ ସେଠାରେ କିଛି ସମୟ ବସି ଆରାମ ପାଇବା ସହିତ ଥକ୍କା ମେଣ୍ଟାଇବେ। କିନ୍ତୁ ଏଥିରେ ଯଦି ବାଧା ଉପୁଜେ ତାହେଲେ କଣ ହେବ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମଜାଦାର ଭିଡିଓରେ ଆପଣ ଦେଖିପାରିବେ ଯେ ରାସ୍ତା ପାର୍ଶ୍ୱରେ ବସିବା ପାଇଁ ଏକ ବେଞ୍ଚ ପଡିଛି, କିନ୍ତୁ ସେହି ବେଞ୍ଚ ଉପରେ କଣ୍ଟା ଲଗାଯାଇଛି। ଆଉ ବେଞ୍ଚ ତଳେ ଏକ ବକ୍ସ ରହିଛି। ଜଣେ ବ୍ୟକ୍ତି ଆସୁଛନ୍ତି ସେଥିରେ ଟଙ୍କାଟିଏ ଭରୁଛନ୍ତି, ଆଉ ଦେଖିବାକୁ ମିଳୁଛି ଯେ କଏନ ଭରିବା ପରେ ବେଞ୍ଚରେ ଲାଗିଥିବା ସବୁ ଆପେ ଆପେ କଣ୍ଟା ଭିତରକୁ ପଶି ଯାଉଛି।

ବ୍ୟକ୍ତି କିଛି ସମୟ ବସିବା ପରେ କିଛି ସାଇରନ ବାଜିଲା, ଯାହା ଇସାରା କରୁଛି ଯେ ବ୍ୟକ୍ତିଙ୍କର ବସିବା ସମୟ ପୂରା ହୋଇଯାଉଛି। ଏହାପରେ ବ୍ୟକ୍ତି ଜଣଙ୍କ ବେଞ୍ଚରୁ ଉଠି ଯାଉଛନ୍ତି ଏବଂ ସମସ୍ତ କଣ୍ଟା ପୁଣି ଉପରକୁ ଉଠି ଯାଉଛି। ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର ମଜାଦାର ପ୍ରତିକ୍ରୀୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.