ଉତ୍ତର କୋରିଆ ଜେଲରେ କଏଦୀଙ୍କୁ ଦିଆଯାଏ ଏଭଳି ନିର୍ଯାତନା, ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଉତ୍ତର କୋରିଆ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ଅତି ଅମାନୁଷିକ ଭାବେ ଅତ୍ୟାଚାର କରାଯାଉଛି। ଏନେଇ ଖୁଲାସା କରିଛନ୍ତି ଆମେରିକାସ୍ଥିତ ହ୍ୟୁମାନ୍‌ ରାଇଟ୍ସ ଓ୍ଵାଚ୍‌। ରିପୋର୍ଟରେ କୁହାଯାଇଛି ଯେ ଅଧିକାରୀମାନେ ନିଜ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କୁ ଅତ୍ୟାଚାର କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଅଧିକାରୀଙ୍କ କଥା ନ ମାନନ୍ତି ତେବେ ତାଙ୍କୁ ଜବରଦସ୍ତି ଗିରଫ କରାଯାଏ ଓ ବିଭିନ୍ନ ନିର୍ଯାତନା ଦିଆଯାଏ। ମାନବାଧିକାର ସମୂହ କହିଛନ୍ତି ଉତ୍ତର କୋରିଆର ଆଇନ୍‌ ଲୋକଙ୍କୁ ପଶୁଭଳି ବ୍ୟବହାର କରନ୍ତି। ଏହାକୁ ସେମାନେ ଲୁଚାଇବାକୁ ବି ପୂରା ଚେଷ୍ଟା କରନ୍ତି।

ଜଣେ କଏଦୀ କହିଛନ୍ତି ଜେଲ ଭିତରେ ଆମକୁ ପଶୁ ଭଳି ବ୍ୟବହାର କରାଯାଏ। ଲାଠିରେ ଅମାନୁଷିକ ଭାବେ ପିଟାଯାଏ। ତଳେ ୧୫-୧୬ ଘଣ୍ଟା ଆଣ୍ଠେଇବାକୁ କୁହାଯାଏ। ଅନେକ ଥର ଜେଲ ଚାରିପଟେ ୧୦୦୦ ରାଉଣ୍ଡ ମାରିବାକୁ ବି କୁହାଯାଏ। ଏହି ସମୟରେ ହାତ, ଲାଠି କିମ୍ବା ଚମଡ଼ା ବେଲ୍ଟରେ ପିଟାଯାଏ। ଆଉ ଜଣେ କଏଦୀ କହିଛନ୍ତି ଯଦି ଆମେ ଦଣ୍ଡ ପୂରା ନକରି ବାରାକ୍‌ ଫେରିଯାଉ ତେବେ ଆମ ହାତକୁ ଜୋତା ପିନ୍ଧି ମକଚି ପକାନ୍ତି। ଆମକୁ ଜେଲରେ ବହୁତ ଖରାପ ବ୍ୟବହାର କରାଯାଏ।

kim2

ତେବେ କେବଳ ଏତିକି ନୁହେଁ ମହିଳା କଏଦୀମାନେ ଜେଲ ଭିତରେ ଯୌନ ହିଂସା ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଜଣେ ପୂର୍ବ ବିଜ୍‌ନେସ୍‌ ଓମେନ୍‌ କହିଛନ୍ତି ଥରେ ପଚରାଉଚରା ବେଳେ ଅଧିକାରୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ସେ ସେଠାରେ ତାହାର ବିରୋଧ କରିପାରିନଥିଲେ। ମାନବାଧିକାର ସମୂହ ରିପୋର୍ଟରେ ଉତ୍ତର କୋରିଆ ଜେଲରେ ଚାଲିଥିବା ଯାତନା, କ୍ରୁରତା, ଅମାନବୀୟ ଓ ଅପମାନଜନକ ବ୍ୟବହାରକୁ ସମାପ୍ତ କରିବା ପାଇଁ ଆହ୍ଵାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.