ମାସ୍କକୁ ବେକାର କହି ବିବାଦରେ ଟ୍ରମ୍ପଙ୍କ ପରାମର୍ଶଦାତା, ଟ୍ୱିଟର ହଟାଇଦେଲା ତାଙ୍କ ଟ୍ୱିଟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । କରୋନାକାଳରେ ଭୁଲ ଏବଂ ବିଭ୍ରାନ୍ତିକର ତଥ୍ୟ ହେତୁ ଟ୍ୱିଟର ଟ୍ରମ୍ପଙ୍କ ଅନେକ ଟ୍ୱିଟକୁ ଡିଲିଟ କରିଦେଇଛି । ବର୍ତ୍ତମାନ ଟ୍ୱିଟର ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଛି। ଅଗଷ୍ଟରେ ପରାମର୍ଶଦାତା ଭାବରେ ହ୍ୱାଇଟ ହାଉସରେ ଯୋଗ ଦେଇଥିବା ସ୍କଟ ଆଟଲାସ ଟ୍ୱିଟ କରି କହିଛନ୍ତି ଯେ ‘ମାସ୍କ କାମ କରୁଛି କି ? ନା’ ।

ଏହା ବ୍ୟତୀତ ସେ ଲେଖିଛନ୍ତି ଯେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିବା ନୀତିକୁ ସମର୍ଥନ କରାଯିବା ଅନୁଚିତ । ଜଣେ ଟୁଇଟର ମୁଖପାତ୍ର କହିଛନ୍ତି ଯେ ଏହି ଟୁଇଟ୍ ହେଉଛି କମ୍ପାନୀର ନୀତିର ଉଲ୍ଲଂଘନ । ଯେଉଁଥିରେ କୌଣସି ବ୍ୟକ୍ତି କୋଭିଡ -19 ସଂପର୍କରେ ଏପରି ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରିପାରିବେ ନାହିଁ ଯାହାଦ୍ୱାରା ଲୋକଙ୍କ କ୍ଷତି ହୋଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ସେହିସବୁ ବିବୃତ୍ତିକୁ ନୀତି ନିଷେଧ କରିଛି ଯେଉଁ ତଥ୍ୟ ଭୁଲ୍ କିମ୍ବା ବିଭ୍ରାନ୍ତକାରୀ। ଏପରି ପରିସ୍ଥିତିରେ, ଟ୍ୱିଟର ସଂପୃକ୍ତ ବ୍ୟକ୍ତିଙ୍କ ପୋଷ୍ଟ ସେପର୍ଯ୍ୟନ୍ତ ନିଷ୍କ୍ରିୟ ରଖେ ଯେଉଁପର୍ଯ୍ୟନ୍ତ ପୋଷ୍ଟ କରିଥିବା ବ୍ୟକ୍ତି ଉକ୍ତ ପୋଷ୍ଟକୁ ଡିଲିଟ ନକରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କ୍ରମାଗତ ଭାବରେ କରୋନା ମୁକାବିଲା କରିବାରେ ମାସ୍କର ଉପଯୋଗିତାକୁ କ୍ଷୁର୍ଣ୍ଣ କରୁଛନ୍ତି ଏବଂ ନିଜେ ସଂକ୍ରମିତ ହେବା ପରେ ମଧ୍ୟ ଏହା ଜାରି ରଖିଛନ୍ତି। ତେବେ ଆଟଲାସ ଏକ ଇମେଲରେ କହିଛନ୍ତି ଯେ ଟୁଇଟ୍ କାହିଁକି ଡିଲିଟ୍ ହୋଇଛି ତାହା ମୁଁ ବୁଝିପାରୁ ନାହିଁ। ଆଟଲାସ୍ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କହିଥିବା ନୀତି ପ୍ରଭାବଶାଳୀ ନୁହେଁ। ସେ ସ୍ପଷ୍ଟ କରିଛନ୍ତି ଯେ ମାସ୍କ ସମ୍ବନ୍ଧୀୟ ସଠିକ ନୀତି ହେଉଛି ଯେତେବେଳେ ଏହାକୁ ପିନ୍ଧିବା ସହିତ ସାମାଜିକ ଦୂରତା ଅନୁସରଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.