Below header

ପଶ୍ଚିମ ଓଡିଶାର ନିଆରା ପୁରାଉଆଁସ ବା ସପ୍ତପୁରୀ ଅମାବାସ୍ୟା ପର୍ବ, ଜାଣନ୍ତୁ ଏହାର କଣ ରହିଛି ପରମ୍ପରା

ବସିଛି ପୁରା ଉଆଁସ ହାଟ । ମାଟିର କୁଣ୍ଢି,କାଂଚି,ଘୋଡା,କାଠର ଘୋଡା ହାତୀ ସହ ମିଳୁଛି ପୁଣି ଚଣା,ଲିଆ ଭଳି ୧୨ କିସମର ଖାଦ୍ୟ । ଆସନ୍ତା ୧୪ତାରିଖରେ ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ପୁରାଉଆଁସ ବା ସପ୍ତପୁରୀ ଅମବାସ୍ୟା । ପୁର ପଲ୍ଲୀରେ ପାଳନ କରିବେ ଏହି ନିଆରା ପର୍ବ ।

ସୁବର୍ଣ୍ଣପୁର(କେନ୍ୟୁଜ):  ବସିଛି ପୁରା ଉଆଁସ ହାଟ । ମାଟିର କୁଣ୍ଢି,କାଂଚି,ଘୋଡା,କାଠର ଘୋଡା ହାତୀ ସହ ମିଳୁଛି ପୁଣି ଚଣା,ଲିଆ ଭଳି ୧୨ କିସମର ଖାଦ୍ୟ । ଆସନ୍ତା ୧୪ତାରିଖରେ ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ପୁରାଉଆଁସ ବା ସପ୍ତପୁରୀ ଅମାବାସ୍ୟା । ପୁର ପଲ୍ଲୀରେ ପାଳନ କରିବେ ଏହି ନିଆରା ପର୍ବ । ସେଇଥିପାଇଁ ସୋନପୁର ମଳବାର ବଜାରରେ ବସିଛି ଏହି ସ୍ୱତନ୍ତ୍ର ପୁରାଉଆଁସ ହାଟ । ଏହି ପର୍ବପାଇଁ ମାସକ ପୂର୍ବରୁ ଏଥିପାଇଁ କୁମ୍ଭାର,ମହାରଣା ଓ ବ୍ୟବସାୟୀ ପ୍ରସ୍ତୁତ ହୁଅନ୍ତି । ଏହି ସମୟରେ ଭଲ ଦୁଇପାଇସା ବେପାର ହେଉଥିବାରୁ ଏହାକୁ ସେମାନେ ବି ଅପେକ୍ଷା କରି ରହିଥାନ୍ତି । ଚଳିତ ବର୍ଷ ଏହି ବଜାରରେ ଏସବୁ ଜିନିଷ ବିକ୍ରୀ କରି ଭଲ ଦୁଇପଇସା ରୋଜଗାର କରିଥିବା କହିଛନ୍ତି ବ୍ୟବସାୟୀ ।

festival

୨ ପଶ୍ଚିମ ଓଡିଶାର ଏହା ଏକ ଅନନ୍ୟ ପର୍ବ । ଏହିଦିନ କନି କୁନି ଝିଅମାନେ ମାଟିରେ ତିଆରି କୁଣ୍ଢି କାଂଚି ଖେଳିଥିବାବେଳେ ପିଲାମାନେ ଟାଣିଥାନ୍ତି ମାଟି ଓ କାଠ ତିଆରି ଘୋଡା ଓ ହାତୀ । ଏହାଦ୍ୱାରା ଝିଅପିଲାନେ ଘରକରଣା ଶିଖିଥିବାବେଳେ ପିଲାମାନେ ଯୁଦ୍ଧର ପ୍ରତିକ ସ୍ୱରୁପ ଟାଣିଥାନ୍ତି ଘୋଡା ଓ ହାତୀ । ଏଥିପାଇଁ ବାପା ମାଁଙ୍କ ପାଖରେ ପିଲାମାନେ ଅଝଟ କରନ୍ତି ସାମଗ୍ରୀ କିଣିଦେବାକୁ ।

ଆଉ ବାପା ମାଁ ମାନେବି ପିଲାଙ୍କ ପାଇଁ ସବୁ ସାମଗ୍ରୀ ଦିନକ ଆଗକୁ ସ୍ଥାନୀୟ ବଜାରରୁ କିଣିଆଣିଥାନ୍ତି । ଚଳିତ ବର୍ଷବି ପିଲାମାନେ ଖେଳିବେ ପୁରାଉାଁସ । ସେଇଥି ପାଇଁ ବଜାରରେ ଲୋକଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଛି । ଏଇଥି ପାଇଁ ବେଶ ଖୁସି ଅଛନ୍ତି କୁନି କୁନି ଝିଅମାନେ । ତେବେ ଆସନ୍ତା ୧୪ ତାରିଖରେ ପାଳନ କରାଯିବାକୁ ଥିବା ପଶ୍ଚିମ ଓଡିଶାର ଏହି ପୁରାଉଆଁସ ବା ସପ୍ତପୁରୀ ଅମାବାସ୍ୟା କୁନି କୁନି ଛୁଆଙ୍କୁ ସେତିକି ଉତ୍ସାହ ଦେଇଥାଏ ପରମ୍ପରାକୁ ବଞ୍ଚାଇ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.