ସମୁଦ୍ରରେ ବୁଲୁଥିଲା ପକ୍ଷୀ ଦଳ, ହଠାତ୍ ପାଣିରୁ ବାହାରି ତିମି କଲା ଶିକାର: ଦେଖନ୍ତୁ ଭିଡିଓ
ସମୁଦ୍ରି ଜୀବକୁ ନେଇ ଅଲଗା ଅଲଗା ପ୍ରକାରର ଭିଡିଓ ଆପଣ ସୋସିଆଲ ମିଡିଆରେ ନିଶ୍ଚିତ ଦେଖୁଥିବେ। ଖାସ୍କରି ତିମି ଏବଂ ଶାର୍କ ଇତ୍ୟାଦିଙ୍କର ଭାଇରଲ ଭିଡିଓ ଆପଣ ଦେଖିଥିବେ, ଯାହା ଆଶ୍ଚର୍ଯ୍ୟ କରିଦେଇଥିବ। ସୋସିଆଲ ମିଡିଆରେ ପୁଣି ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।
ସୋସିଆଲ ମିଡିଆରେ ପୁଣି ଏକ ତିମିର ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ପକ୍ଷୀ ଦଳ ସମୁଦ୍ର ଉପରେ ଉଡୁଥିବା ବେଳେ ତିମି ପାଣିରୁ ବାହାରି କିପରି ଆକ୍ରମଣ କରୁଛି, ତାହା ଆପଣ ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ। ଆଉ ଏହି ଭିଡିଓକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।
ସମୁଦ୍ର ମଧ୍ୟରେ କେତେ ଗୁଡାଏ ପକ୍ଷୀ ଉଡୁଥିବା ବେଳେ କିଛି ପକ୍ଷୀ ମାଛ ଧରିବା ପାଣି ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। ଆଉ ଏମାନଙ୍କୁ ଦେଖି ପାଣି ଭିତରେ ଥିବା ତିମି ହଠାତ୍ ଆକ୍ରମଣ କରିଥିଲା। ପକ୍ଷୀର ଶିକାର କରିବା ପାଇଁ ତିମି ପାଣିରୁ ବାହାରି ଲମ୍ଫ ମାରିଥିଲା ସତ କିନ୍ତୁ କୌଣସି ପକ୍ଷୀକୁ ମଧ୍ୟ ଧରିପାରିନଥିଲା।
View this post on Instagram
ଏହି ଭିଡିଓକୁwhales_orcas ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ନେଇ କ୍ୟାପସନରେ ଲେଖାଯାଇଛି ‘ପକ୍ଷୀ ଏବଂ ସେମାନଙ୍କ ସାଙ୍ଗ’। ଭିଡିଓକୁ ଦେଖିବା ପରେ ପ୍ୟାନ୍ସ ଅନେକ ରିଆକ୍ସନ ଦେଇଛନ୍ତି। ଆଉ ଭିଡିଓରେ ମଧ୍ୟ ଅନେକ ଭ୍ୟୁ ମିଳିଛି।