ଭାବିଛନ୍ତି କି ଯଦି ବିଷର ଏକ୍ସପାଏରୀ ଡେଟ୍ ଚାଲିଯାଏ ତେବେ କଣ ହୋଇଥାଏ ? ଅଧିକ ବିଷାକ୍ତ ହୁଏ ନା କମ୍

ଏକ୍ସପାଏରୀ ଡେଟ୍ ହେଉଛି ସେ ସମୟ ଯାହା ପରେ କୌଣସି ବସ୍ତୁ ବ୍ୟବହାର ଉପଯୋଗୀ ରହେନି । ସବୁ ଜିନିଷର ଏକ୍ସପାଏରୀ ଡେଟ୍ ଥାଏ । ତେଣିକି ତାହା କୌଣସି ଖାଦ୍ୟ ପଦାର୍ଥ ହେଉ ଅବା ବିଷ । ତେବେ କୌଣସି ବିଷ କିମ୍ବା ବିଷାକ୍ତ ପଦାର୍ଥକୁ ଏଥିପାଇଁ ତିଆରି ହୋଇନଥାଏ ଯେ ଲୋକମାନେ ଏହାକୁ ଖାଇ ମୃତ୍ୟୁଲୋକରୁ ମୁକ୍ତି ପାଇବେ । ଏହାକୁ ଅଲଗା କୌଣସି କାମ ପାଇଁ ବନା ଯାଇଥାଏ ବାସ୍ ସେଥିରେ କିଛି ରସାୟନ୍ ଥାଏ ମଣିଷଙ୍କ ପାଇଁ କ୍ଷତିକାରକ ହେବା ସହ ଜୀବନ ନେଇଥାଏ ।

କେବେ ଭାବିଛନ୍ତି କୌଣସି ବିଷର ଯଦି ଏକ୍ସପାଏରୀ ତାରିଖ ଚାଲିଯାଏଁ ତେବେ କଣ ହୋଇଥାଏ । ଏହା ଅଧିକ ବିଷାକ୍ତ ହୋଇଥାଏ ନା କମ୍ । ଏବେ ଜାଣନ୍ତୁ ଏହାର ଉତ୍ତର ।

ଭାଙ୍ଗିଯାଇଥାଏ ରାସାୟନିକ ସମ୍ବନ୍ଧ :

ଯଦି ପଦାଥଁ ଭାଙ୍ଗି ଏପରି ରୟାୟନ ହୋଇଥାଏ ଯାହା ଅଧିକ ବିଷାକ୍ତ ତେବେ ଏକ୍ସପାଏରୀ ଡେଟ୍ ଚାଲିଯାଇଥିବା ବିଷ ଅଧିକ ବିଷାକ୍ତ ହୋଇଯାଏ । ସେହିପରି ନୂଆ ରସାୟନ ଯଦି କମ୍ ବିଷାକ୍ତ ହୁଏ ତେବେ ପଦାର୍ଥ କମ୍ ବିଷାକ୍ତ ହୋଇଥାଏ । ତେବେ ଏପରି ବି ହୋଇପାରେ ପଦାର୍ଥ ସେତିକି ହିଁ ବିଷାକ୍ତ ରହିବ ଯେତିକି ପୂର୍ବରୁ ଥିଲା । କିନ୍ତୁ ଏହାର ସମ୍ଭାବନା ଖୁବ୍ କମ୍ ।

ଉଦାହରଣ ସ୍ବରୂପ, ଆପଣଙ୍କ ନିକଟରେ କୌଣସି ପୋକମାରିବା ଔଷଧ ଅଛି କିନ୍ତୁ ଏହାର ଏକ୍ସପାଏରୀ ତାରିଖ ଚାଲିଯାଇଛି । ଆପଣ ଏହା ଭାବି ଏହାକୁ ବ୍ୟବହାର କରୁଛନ୍ତି କି ଯଦି କୀଟପତଙ୍ଗ ମରୁଛନ୍ତି ତ ଭଲ ନଚେତ୍ ନାହିଁ । କିନ୍ତୁ ଏହା ଭୁଲ୍ । ହୋଇପାରେ ଏକ୍ସପାଏରୀ ଡେଟ୍ ପରେ ଏହା ଅଧିକ ବିଷାକ୍ତ ହୋଇଯାଇଥିବ । ଆଉ ଏହାର ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏପରିକି ଆପଣଙ୍କ ଜୀବନ ଚାଲିଯାଇପାରେ । ତେଣୁ ଏକ୍ସପାଏରୀ ତାରିଖ ଚାଲିଯିବା ପରେ କୌଣସି ବି ଜିନିଷ ବା ପଦାର୍ଥ ବ୍ୟବହାର କରିବା ଅନୁଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.