ବ୍ଯାଟେରୀ ବ୍ଯାକଅପରେ ଫେଲ ମାରିଲା ଏହି ସ୍ମାର୍ଟଫୋନ, ଦେଖନ୍ତୁ ଆପଣଙ୍କ ଫୋନ ନାହିଁ ତ ସାମିଲ୍

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ପୁରୁଣା ମୋବାଇଲ ବଦଳି ଅଧିକ ଅପଗ୍ରେସନ୍ ପାଇଁ ନୂଆ ମୋବାଇଲ କିଣିଥାନ୍ତି। ଗ୍ରାହକଙ୍କ ଅନୁଯାୟୀ, ନୂଆ ମୋବାଇଲରେ ଅଧିକ ବ୍ଯାଟେରୀ ବ୍ଯାକଅପ ସହ ମିଳିଥାଏ ଅଧିକ ଫିଚର। କିନ୍ତୁ ଏପରି କିଛି ମୋବାଇଲ କମ୍ପାନି ରହିଛି ଯାହା ମୋବାଇଲ ଗୁଡ଼ିକ ବ୍ଯାଟେରୀ ବ୍ଯାକଅପ୍ ମାମଲାରେ ଫେଲ ମାରିଛି। ତେବେ ଦେଖି ଦେଖନ୍ତୁ ଏହି ମୋବାଇଲ ତାଲକାରେ ଆପଣଙ୍କ ମୋବାଇଲ ସାମିଲ ରହିନାହିଁ ତ ?
ନୂଆ ISO ଏବଂ ଆନଣ୍ଡ୍ରୋଏଡ଼୍ ସ୍ମାର୍ଟଫୋନକୁ ଗତ ବର୍ଷ ଲଞ୍ଚ କରାଯାଇଥିବା ମଡ଼େଲ ମାନଙ୍କ ସହ ତୁଳନା କରାଯାଇଥିଲା। ତେବେ ସ୍ମାର୍ଟଫୋନ ଗୁଡ଼ିକର ବ୍ଯାଟେରୀ ବ୍ଯାକଅପ ଅଧିକା ବଦଳରେ କମ ରହିଥାଏ। ରିପୋର୍ଟ ମୁତାବକ, ଗୁଗୁଲ ଏବଂ ଆପଲର ନୂଆ ୨୦୧୮ ମଡ଼େଲ ଫୋନ୍ସକୁ ପୁରୁଣା ୨୦୧୭ ମଡ଼େଲ ଫୋନ୍ସ ସହିତ ତୁଳନା କରାଗଲା। ଏଥିରେ ଗୁଗୁଲ ପିକ୍ସଲ ୩ ଏବଂ ଆପଲ XSର ବ୍ଯାଟେରୀ ବ୍ଯାକଅପ୍ ଏହାର ପୁରୁଣା ମଡ଼େଲ ମାନଙ୍କ ତୁଳନାରେ କମ ବୋଲି ଜଣାପଡ଼ିଥିଲା।
ତେବେ ଟେଷ୍ଟ ସମୟରେ ୧୩ଟି ସ୍ମାର୍ଟଫୋନକୁ ନିଆ ଯାଇଥିଲା। ଏହି ସମୟରେ ଲଗତାର ବ୍ରାଉଜିଂ କରାଯିବା ସହ ସ୍କ୍ରିନ୍ ବ୍ରାଇଟନେସକୁ ୧୦୦ପ୍ରତିଶତ ରଖାଯାଇଥିଲା। ଏହି ସମୟରେ , ପୁରୁଣା ଗୁଗୁଲ ପିକ୍ସଲ ୨ କୁ ନୂଆ ପିକ୍ସଲ ୨XL ଏବଂ ପିକ୍ସଲ ୩ର ବ୍ଯାକଅପ ସହ ତୁଳନା କରାଯାଇଥିଲା। ଯାହାପରେ ପୁରୁଣା ଗୁଗୁଲ ପିକ୍ସଲ ନୂଆ ମୋବାଇଲ ଅପେକ୍ଷା ଭଲ ଚାଲୁଥିବା ଜଣାପଡ଼ିଥିଲା।
ସେହିପରି ଆପଲ ଆଇଫୋନ୍ XS ବ୍ଯାକଅପ୍ ଆଇଫୋନ୍ Xରୁ କମ ମିଳିଥିଲା। ଅପରପକ୍ଷରେ ଆଇଫୋନ୍ ୮ ପ୍ଲସ୍ ସାମ୍ନାରେ ୱେବବ୍ରାଉଜିଂ ଟେଷ୍ଟରେ ନୂଆ ଆଇଫୋନ୍ XS ଏବଂ XS ମ୍ଯାକ୍ସକୁ ପଛରେ ପକାଇଥିଲା।
ଆସନ୍ତୁ ଜାଣିବା କେଉଁ ମୋବାଇଲ ଦେଉଛି କେତେ ବ୍ଯାକଅପ୍
-୨୦୧୮ ମଡ଼େଲ iPhone XS ଫୁଲ ଚାର୍ଜ ବ୍ଯାଟେରୀ ୯ ଘଣ୍ଟା ୯ ମିନିଟର ବ୍ଯାକଅପ୍ ଦେଇଥାଏ।
-ସେହିପରି ୨୦୧୭ ମଡ଼େଲ iPhone 8 Plus ଦେଇଥାଏ ୧୦ ଘଣ୍ଟା ୧୦ ମିନିଟ ବ୍ଯାକଅପ୍।
-୨୦୧୮ ର ଗୁଗୁଲ ପିକ୍ସଲ ୩ ୮ ଘଣ୍ଟା ୨୮ ମିନିଟ ବ୍ଯଟେରୀ ବ୍ଯାକଅପ ଦେଇଥାଏ।
-୨୦୧୭ ମଡ଼େଲ ପିକ୍ସଲ ୨ XL ବ୍ଯାଟେରୀ ବ୍ଯାକଅପ୍ ଦେଇଥାଏ ୯ ଘଣ୍ଟା ୨୬ ମିନିଟ।
-ସାମସଙ୍ଗ ନୋଟ ୯ ଏହିମାନଙ୍କ ଅପେକ୍ଷା ଅଧିକ ବ୍ଯାକଅପ ଦେଇଥାଏ। ଏହାର ବ୍ଯାଟେରୀ ବ୍ଯାକଅପ୍ ୧୨ ଘଣ୍ଟା ୨୫ ମିନିଟ।