Below header

ହତିଆର କିମ୍ବା ବନ୍ଧୁକ କିଣିବା ପାଇଁ କିପରି ମିଳେ ଲାଇସେନ୍ସ ? କଣ ରହିଛି ନିୟମ ଆଉ ସର୍ତ୍ତାବଳି ..

ହତିଆର ହେଉ କିମ୍ବା ବନ୍ଧୁକ ପୋଲିସ ପାଖରେ ଥାଏ ନଚେତ ସେନା ପାଖରେ ଥାଏ ଏବଂ ସାଧାରଣ ନାଗରିକ ବି ରଖିପାରିବେ ଲାଇସେନ୍ସ ନେଇ କିନ୍ତୁ ଗୁଣ୍ଡା କିମ୍ବା ବଦମାସ ରଖି ପାରିବେ ନାହିଁ ..ତାହେଲେ ବିକାଶ ଦୁବେ ପାଖରେ କେଉଁଠୁ ଆସିଲା ..ତାହାର ତଦନ୍ତ ଚାଲିଛି କିନ୍ତୁ ଆଜି ଆମେ କଥା ହେବା ହତିଆର ପାଇଁ ଲାଇସେନ୍ସ କିପରି ମିଳେ ..? ଏଥିପାଇଁ କଣ ସବୁ ସର୍ତ୍ତ ରହିଛି..? କିଏ କିଏ ନେଇପାରିବେ ..? ଆଉ ଶେଷରେ କେଉଁ କାରଣରୁ ହତିଆରର ଲାଇସେନ୍ସ କ୍ୟାନ୍ସଲ କରାଯାଇଥାଏ ?

କିଏ କିଏ ନେଇପାରିବେ ଏହି ଲାଇସେନ୍ସ ?

ଆର୍ମସ୍ ଆକ୍ଟ, ୧୯୫୯ ଅନୁଯାୟୀ ଭାରତର ଯେକୌଣସି ନାଗରିକ ପ୍ରଶାସନଠାରୁ ଲାଇସେନ୍ସ ନେଇ ଆତ୍ମରକ୍ଷା ପାଇଁ ଅସ୍ତ୍ର ନେଇପାରିବେ । ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଅସ୍ତ୍ରଶସ୍ତ୍ର ପାଇଁ ଲାଇସେନ୍ସ ଦେବାର କ୍ଷମତା ଦିଆଯାଇଛି। ଏହି ବିଷୟରେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ କହିଥିଲେ ଯେ ..

gun

ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ସେଠାରେ ଅଛି କିନ୍ତୁ ଯଦି କେହି ବ୍ୟକ୍ତିଗତ ସୁରକ୍ଷା ଚାହୁଁଛନ୍ତି, ତେବେ ସେ ହତିଆର ପାଇଁ ଆବେଦନ କରିପାରିବେ । ଏହି ଅସ୍ତ୍ର ଆତ୍ମରକ୍ଷା ପାଇଁ ଦିଆଯାଏ । ଏହା ମାଧ୍ୟମରେ କାହାକୁ ଆକ୍ରମଣ କିମ୍ବା ଧମକ ଦିଆଯାଇପାରିବ ନାହିଁ । ଆହୁରି ମଧ୍ୟ, ଏହାକୁ ସର୍ବସାଧାରଣରେ ଉପସ୍ଥାପିତ କରାଯାଇପାରିବ ନାହିଁ । ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଆବେଦନ କରିବାକୁ ପଡିଥାଏ । ଅନୁସନ୍ଧାନରେ ଯଦି ଆବେଦନ ସଠିକ୍ ହୁଏ, ତେବେ ଅସ୍ତ୍ର ଦିଆଯାଏ ।

66

ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ?

ମେଡିକାଲ୍ ସାର୍ଟିଫିକେଟ୍
ଆଡ୍ରେସ ପ୍ରୁଫ
ବୟସ ପ୍ରମାଣପତ୍ର
କ୍ୟାରେକ୍ଟର ସାର୍ଟିଫିକେଟ୍
ଇନକମ ସାର୍ଟିଫିକେଟ
ସମ୍ପତ୍ତି ସୂଚନା
ଋଣ ବିଷୟରେ ସୂଚନା
ଚାକିରି କିମ୍ବା ବ୍ୟବସାୟ ସୂଚନା

ଏହା ସହିତ ତାଙ୍କୁ କହିବାକୁ ପଡିବ ଯେ ସେ କେଉଁ ପ୍ରକାରର ଅସ୍ତ୍ର ଆବଶ୍ୟକ କରନ୍ତି । ପିସ୍ତଲ, ରିଭଲଭର ପରି ଛୋଟ ଅସ୍ତ୍ର କିମ୍ବା ରାଇଫଲ ପରି ବଡ଼ ଅସ୍ତ୍ର ।

guli

ଅସ୍ତ୍ରଶସ୍ତ୍ର ଲାଇସେନ୍ସ କିପରି ପାଇବେ :

୧. ସର୍ବପ୍ରଥମେ, ଯେଉଁମାନେ ଲାଇସେନ୍ସ ଆବଶ୍ୟକ କରନ୍ତି, ସେମାନଙ୍କୁ ଡିଏମ୍ କାର‌୍ୟ୍ୟାଳୟରେ ଆବେଦନ କରିବାକୁ ପଡିବ । ଯଦି ପୋଲିସ କମିଶନରଙ୍କ ଅଂଚଳ ତେବେ କମିଶନରଙ୍କୁ ଆବେଦନ କରାଯିବ। ଏଥିରେ ବନ୍ଧୁକ ରଖିବାର କାରଣ ସହ କେଉଁ ପ୍ରକାରର ଅସ୍ତ୍ର ଆବଶ୍ୟକ ତାହା ମଧ୍ୟ କହିବାକୁ ପଡିବ ।

୨. ଡିଏମ୍ ଆପ୍ଲିକେସନ ଯାଞ୍ଚ ପାଇଁ ଏସପିଙ୍କ କାର‌୍ୟ୍ୟାଳୟକୁ ଆବେଦନ ପଠାଇଥାନ୍ତି । ଏସପି କାର‌୍ୟ୍ୟାଳୟରୁ ଆପ୍ଲିକେସନ ଆବେଦନକାରୀଙ୍କ ଥାନାକୁ ପଠାଯାଏ ।

୩. ଆପ୍ଲିକେସନ ଥାନାରେ ପହଞ୍ଚିବା ପରେ ଆବେଦକଙ୍କ ଭେରିଫିକେସନ କରାଯାଇଥାଏ । ଏଥିରେ ତାଙ୍କର ସ୍ଥାୟୀ ଠିକଣା, ବ୍ୟାକଗ୍ରାଉଣ୍ଡ, କାମଧନ୍ଦା ଏବଂ ଅପରାଧିକ ରେକର୍ଡ ବିଷୟରେ ଯାଞ୍ଚ କରାଯାଇଥାଏ ।

୪. ଭେରିଫିକେସନ ପରେ ଆପ୍ଲିକେସନକୁ ଜିଲ୍ଲା କ୍ରାଇମ ରେକର୍ଡ ବ୍ୟୁରୋକୁ ପଠାଯାଏ । ଆଉ ଏଠାରେ ଯାଞ୍ଚ ସାରିବା ପରେ ରିପୋର୍ଟ ଏସପି କାର‌୍ୟ୍ୟାଳୟକୁ ପଠାଯାଏ ।

୫. ଏସପି ଅଫିସ୍ କାଗଜପତ୍ର ସହିତ ଊଗଙ୍କୁ ଫାଇଲ୍ ଫେରସ୍ତ କରେ ଜ୍ଝ

୬. ଲାଇସେନ୍ସ ଖୋଜୁଥିବା ବ୍ୟକ୍ତିଙ୍କ ବିଷୟରେ ଇଣ୍ଟେଲିଜେନ୍ସ ବିଭାଗ ମଧ୍ୟ ଅନୁସନ୍ଧାନ କରେ । ବ୍ୟକ୍ତି ଜଣକ କୌଣସି ଭୁଲ କାମରେ ଜଡିତ ଅଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ଯାଞ୍ଚ କରାଯାଏ ।

୭. ଏହି ରିପୋର୍ଟ ଆଧାରରେ ଡିଏମ୍ ଅସ୍ତ୍ରଶାସ୍ତ୍ର ପାଇଁ ଲାଇସେନ୍ସ ପ୍ରଦାନ କରିବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଅନ୍ତି । ଏହା ସମ୍ପୂର୍ଣ ରୂପେ ତାଙ୍କ ଉପରେ ହିଁ ନିର୍ଭର କରେ ସେ ଲାଇସେନ୍ସ ଦେବେ କି ନାହିଁ । ସବୁକିଛି ଠିକ୍ ହୋଇଥିଲେ ମଧ୍ୟ ବେଳେବେଳେ ଲାଇସେନ୍ସ ପ୍ରାପ୍ତ ହୋଇନପାରେ ।

wepon

ଲାଇସେନ୍ସ ମିଳିବା ପରେ କଣ ହୁଏ ?

ସରକାରଙ୍କଠା ତରଫରୁ କେବଳ ସରକାରୀ ଅସ୍ତ୍ରଶସ୍ତ୍ର ଦୋକାନଗୁଡ଼ିକରୁ ହିଁ ଅସ୍ତ୍ରଶସ୍ତ୍ର କିଣାଯାଇପାରିବ । ବନ୍ଧୁକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସେଠାରେ ଥିବା ଲାଇସେନ୍ସରେ ରେକର୍ଡ କରାଯାଇଥାଏ । ଅସ୍ତ୍ର କିଣିବା ପରେ ଏହାକୁ ପ୍ରଶାସନ ପାଖକୁ ନିଆଯାଇଥାଏ । ସେଠାରେ କିଣା ଯାଇଥିବା ଲାଇସେନ୍ସ ଏବଂ ଅସ୍ତ୍ରଶସ୍ତ୍ରର ସମସ୍ତ ବିବରଣୀ ରଖାଯାଇଥାଏ । ତାସହିତ ଏହାକୁ ପୋଲିସ ଷ୍ଟେସନରେ ମଧ୍ୟ ରେଜିଷ୍ଟର କରିବାକୁ ପଡିଥାଏ । ଏହିସବୁ ପରେ ଜଣେ ବ୍ୟକ୍ତି ଲାଇସେନ୍ସ ସହିତ ବନ୍ଧୁକକୁ ଘରକୁ ନେଇଯାଇ ପାରିବେ ।

ବୁଲେଟ୍

ଯଦି ଅସ୍ତ୍ରଶସ୍ତ୍ରକୁ ଲାଇସେନ୍ସ ମିଳେ ତାହେଲେ ଗୁଳି ପାଇଁ ମଧ୍ୟ ମିଳିବ କିନ୍ତୁ ଗୁଳି ପାଇବା ପାଇଁ ଏକ ଫିକ୍ସ କୋଟା ରହିଥାଏ । କେନ୍ଦ୍ର ସରକାର ଗୋଟିଏ ବର୍ଷରେ ୨୦୦ ଗୁଳିର କୋଟା ରଖିଛନ୍ତି। ବାକି ରାଜ୍ୟ ସରକାରମାନେ ନିଜ ହିସାବରେ କମ-ବେଶୀ କରିଥାନ୍ତି । ଜଣେ ବ୍ୟକ୍ତି ଥରେ ୧୦୦ଟି ଗୁଳି ନେଇପାରିବେ ।

33

ଯଦି ଆପଣଙ୍କ ବୁଲେଟ ସରିଯାଇଛି ତାହେଲେ ପୁଣିଥରେ ଗୁଳି କିଣାଯାଇପାରିବ କିନ୍ତୁ ନୂଆ ଗୁଳି ନେବାପାଇଁ ଆପଣଙ୍କୁ ପୁରୁଣା ଗୁଳି ବିଷୟରେ ସମସ୍ତ ତଥ୍ୟ ଦେବାକୁ ପଡିବ ।

ଆପଣ କେତେ ଦିନରେ ବନ୍ଧୁକର ଲାଇସେନ୍ସ ପାଇବେ ?

ଲାଇସେନ୍ସ ପାଇବା ପାଇଁ କୌଣସି ସମୟ ସୀମା ନାହିଁ । ପୂର୍ବରୁ ବନ୍ଧୁକର ଲାଇସେନ୍ସ ତିନି ବର୍ଷ ପାଇଁ ଉପଲବ୍ଧ ଥିଲା କିନ୍ତୁ ବର୍ତ୍ତମାନ ସରକାର ଲାଇସେନ୍ସ ଅବଧି ପାଞ୍ଚ ବର୍ଷ କରିଛନ୍ତି। ପାଞ୍ଚ ବର୍ଷ ପରେ ଏହାକୁ ରିନିୟୁ କରିବାକୁ ପଡିଥାଏ । ରିନିୟୁ ସମୟରେ ବି ଲାଇସେନ୍ସଧାରୀଙ୍କା ପୁଣିଥରେ ଯାଞ୍ଚ କରାଯାଇଥାଏ ।

444

ଲାଇସେନ୍ସପ୍ରାପ୍ତ ଅସ୍ତ୍ର ରଖିବା ପାଇଁ କଣ ସବୁ ସର୍ତ୍ତ ରହିଛି ?

ଏହା କୌଣସି ବିବାହ, ପାର୍ଟୀ କିମ୍ବା ଉତ୍ସବ ସମୟରେ ବ୍ୟବହାର କରାଯାଇପାରିବ ନାହିଁ ।
କାହାକୁ ଡରାଇବା ଏବଂ ଗାଳି ଦେବା ପାଇଁ ଲାଇସେନ୍ସ ଅସ୍ତ୍ର ବ୍ୟବହାର କରାଯାଇପାରିବ ନାହିଁ ।
ଯାହା ନାମରେ ହତିଆର ଅଛି କେବଳ ସେହି ବ୍ୟକ୍ତି ହିଁ ଏହାକୁ ଆତ୍ମରକ୍ଷା ପାଇଁ ଚଳାଇ ପାରିବେ ।
ଏହାକୁ ଅନ୍ୟ କାହାକୁ ବିକ୍ରୟ କରାଯାଇ ପାରିବ ନାହିଁ ।
ମନୋରଞ୍ଜନ କିମ୍ବା ଶିକାର ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।
ହତିଆର ଦେଖାଇ ଗୁଣ୍ଡାଗର୍ଦ୍ଦି କରାଯାଇପାରିବ ନାହିଁ ।
ଯେତେବେଳେ ପ୍ରଶାସନ କହିବ, ସେତେବେଳେ ଅସ୍ତ୍ରଶସ୍ତ୍ରକୁ ପୋଲିସ ଷ୍ଟେସନ, ପୋଲିସ ଲାଇନ କିମ୍ବା ବନ୍ଧୁକ ଦୋକାନରେ ଜମା କରିବାକୁ ପଡ଼ିବ ।

ଯଦି ଏହି ନିୟମ ଏବଂ ସର୍ତ୍ତଗୁଡିକ ପାଳନ କରାଯାଏ ନାହିଁ ତେବେ ଲାଇସେନ୍ସ ରଦ୍ଦ କରି ହତିଆର ପ୍ରତ୍ୟାହାର କରାଯାଇପାରିବ । ଏହାସହିତ ଲାଇସେନ୍ସଧାରୀଙ୍କୁ ଦଣ୍ଡ ମଧ୍ୟ ଦିଆଯାଇପାରେ । ଏହା ଅଧୀନରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ସହିତ ଅନ୍ୟର ଜୀବନ ପ୍ରତି ବିପଦ ଅପରାଧରେ ଦୁଇ ବର୍ଷ ଜେଲ କିମ୍ବା ଏକ ଲକ୍ଷ ଟଙ୍କା କିମ୍ବା ଉଭୟ ଜରିମାନା ହୋଇପାରେ ।

ସର୍ବଶେଷରେ ଯଦି ଲାଇସେନ୍ସଧାରୀ ମରି ଯାଆନ୍ତି ତାହେଲେ ଲାଇସେନ୍ସ ଏବଂ ବନ୍ଧୁକକୁ ସରକାରଙ୍କ ନିକଟରେ ଜମା କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.