ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, କୋଭିଡ ହସ୍ପିଟାଲ ଡାକ୍ତର ନର୍ସଙ୍କୁ ଦୈନିକ ମିଳିବ ପ୍ରୋତ୍ସାହନ ରାଶି

କେନ୍ୟୁଜ୍(ବ୍ୟୁରୋ):  ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି କୋଭିଡ ହସ୍ପିଟାଲ ଡାକ୍ତର ନର୍ସଙ୍କୁ ଦୈନିକ ମିଳିବ  ପ୍ରୋତ୍ସାହନ ରାଶି। ଡାକ୍ତର ପାଇବେ ୧୦୦୦ଟଙ୍କା ଓ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନେସିଆନ ଓ ରେଡିଓଗ୍ରାଫରଙ୍କୁ ମିଳିବ ୫୦୦ଟଙ୍କାର ପ୍ରୋତ୍ସାହନ ରାଶି। ଏହା ସହିତ କୋଡିଭ ହସ୍ପିଟାଲର ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ  ଦୈନିକ ୨୦୦ ଟଙ୍କ ଲଖାଏଁ ପ୍ରୋତ୍ସାହନ ରାଶି ମିଳିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ  ତରଫରୁ  ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.