ଲାଇଟ ପ୍ରଦୂଷଣ କ’ଣ ? କିପରି ହୋଇଥାଏ ପ୍ରଦୂଷଣ ଏବଂ କ’ଣ ହୋଇଥାଏ କ୍ଷତି ?

ଲାଇଟ ପଲ୍ୟୁସନ ବା ଆଲୋକ ପ୍ରଦୂଷଣ ହେଉଛି ଶିଳ୍ପ ସଭ୍ୟତା ବିସ୍ତାରର ଏକ ପାର୍ଶ୍ୱ ପ୍ରତିକ୍ରିୟା । ଏହା ଭିନ୍ନ ଭିନ୍ନ ପ୍ରକାରର ରହିଥାଏ । ଗ୍ଲେୟର ଲାଇଟ ପଲ୍ୟୁସନ, ସ୍କାଏଗ୍ଲୋ ପଲ୍ୟୁସନ, ଲାଇଟ ଟ୍ରେସପାସ ଏବଂ କ୍ଲଟର ଭଳି ପ୍ରଦୁଷଣକୁ ଲାଇଟ ପଲ୍ୟୁସନ କୁହାଯାଏ ।

(କେନ୍ୟୁଜ ବ୍ୟୁରୋ): ଯେତେବେଳେ ବି ପ୍ରଦୂଷଣ କଥା ଉଠିଥାଏ ସମସ୍ତଙ୍କ ମନରେ ସାଧାରଣତଃ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ କଥା ମନକୁ ଆସିଥାଏ । ଆମେ ଅନେକ ପ୍ରକାରର ପ୍ରଦୂଷଣ ବିଷୟରେ ଜାଣିଛୁ, କିନ୍ତୁ ଲାଇଟ ପଲ୍ୟୁସନ ବା ଆଲୋକ ପ୍ରଦୂଷଣ ବିଷୟରେ ଆପଣ ଜାଣି ନଥିବେ । ଆଲୋକ ପ୍ରଦୂଷଣ କ’ଣ, ଏହା କିପରି ପରିବେଶକୁ ପ୍ରଦୁଷିତ କରିଥାଏ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହିଥାଏ ? ଏହା ବିଷୟରେ ଜାଣି ରଖନ୍ତୁ ।

ଯେତେବେଳେ କୃତ୍ରିମ ଆଲୋକ ଅତ୍ୟଧିକ ବ୍ୟବହୃତ ହୁଏ, ଏହାକୁ ଆଲୋକ ପ୍ରଦୂଷଣ କୁହାଯାଏ । ବର୍ତ୍ତମାନ ସମୟରେ ଏହା ଅଧିକ ଦେଖାଯାଉଛି । ବଢୁଥିବା ଆଲୋକ ପ୍ରଦୂଷଣ ପ୍ରାଣୀ ଏବଂ ଛୋଟ ଛୋଟ ଅଣୁଜୀବଙ୍କ ଜୀବନ ପ୍ରତି ସମସ୍ୟା ସୃଷ୍ଟି କରୁଛି । ଲାଇଟ ପଲ୍ୟୁସନ ବା ଆଲୋକ ପ୍ରଦୂଷଣ ହେଉଛି ଶିଳ୍ପ ସଭ୍ୟତା ବିସ୍ତାରର ଏକ ପାର୍ଶ୍ୱ ପ୍ରତିକ୍ରିୟା । ଏହା ଭିନ୍ନ ଭିନ୍ନ ପ୍ରକାରର ରହିଥାଏ । ଗ୍ଲେୟର ଲାଇଟ ପଲ୍ୟୁସନ, ସ୍କାଏଗ୍ଲୋ ପଲ୍ୟୁସନ, ଲାଇଟ ଟ୍ରେସପାସ ଏବଂ କ୍ଲଟର ଭଳି ପ୍ରଦୁଷଣକୁ ଲାଇଟ ପଲ୍ୟୁସନ କୁହାଯାଏ ।

ମିଳିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ରାତି ପୂର୍ବ ପରି ଆଉ ଅନ୍ଧକାର ହେଉନାହିଁ । ରାସ୍ତାରେ ଲାଗିଥିବା ଲାଇଟ, ଘର ମାନଙ୍କରେ ଲାଗିଥିବା ଉଜ୍ଜ୍ୱଳ ଆଲୋକ, ଷ୍ଟାଡିୟମ ଲାଇଟ ଏବଂ ଇଣ୍ଟେରିୟର ମାନଙ୍କର ସାମୂହିକ ଆଲୋକ ରାତିର ଅନ୍ଧକାରକୁ ଦୂର କରୁଛି ଏବଂ ଆକଶର ତାରାଗୁଡ଼ିକୁ ଦେଖିବା ମଣିଷ ପାଇଁ କଷ୍ଟକର ହୋଇଥାଏ । ୨୦୧୬ ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ସହରାଞ୍ଚଳର ୮୦ ପ୍ରତିଶତ ଲୋକ ସ୍କାଏଗ୍ଲୋ ପ୍ରଦୂଷଣର ଶିକାର ହେଉଛନ୍ତି ।

ଏହି ପ୍ରଦୁଷଣ ଦ୍ୱାରା ମଣିଷ ପ୍ରାକୃତିକ ଏବଂ କୃତ୍ରିମ ଆଲୋକ ମଧ୍ୟରେ ପାର୍ଥକ୍ୟ ଅନୁଭବ କରିବାକୁ ସକ୍ଷମ ହେଉନାହିଁ । ରିପୋର୍ଟ ଅନୁଯାୟୀ, ୟୁରୋପ ଏବଂ ଆମେରିକାର ୯୯ ପ୍ରତିଶତ ଲୋକ ପ୍ରାକୃତିକ ଏବଂ କୃତ୍ରିମ ଆଲୋକ ମଧ୍ୟରେ ପାର୍ଥକ୍ୟ ଜାଣି ପାରନ୍ତି ନାହିଁ । ଏହା ପଛର କାରଣ ହେଉଛି କୃତ୍ରିମ ଆଲୋକରେ ୨୪ ଘଣ୍ଟା ରହିବା । ଏଭଳି ପରିସ୍ଥିତିରେ ମଣିଷ ପ୍ରାକୃତିକ ଆଲୋକକୁ ଚିହ୍ନିବାରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତିବର୍ଷ ଆଲୋକରୁ ୨୧ ମିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୁଏ, ଯାହା ଇକୋସିଷ୍ଟମ୍ ସହିତ ମଣିଷ ଏବଂ ପଶୁମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ପକ୍ଷୀମାନେ ପ୍ରାୟତଃ ଆଲୋକ ହେତୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଏହି ଲାଇଟ ପଲ୍ୟୁସନ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି । ରାତିରେ ନିଦ ନହେବା କିମ୍ବା ଅତ୍ୟଧିକ ଆଲୋକ ହେତୁ ବିଳମ୍ବରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ଏହା ସହିତ, ଅତ୍ୟଧିକ ଆଲୋକ ବ୍ୟବହାର ହେବା ଦ୍ୱାରା ଶକ୍ତିର ଅପଚୟ ହୋଇଥାଏ । ଏଥିସହ ଲାଇଟ ପ୍ରଦୂଷଣ ଅନେକ ପ୍ରକାରର ଜୀବଙ୍କ ପାଇଁ ବିପଦ ବଢାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.