O2O ଲେଜର୍‌ ସିଷ୍ଟମ କଣ? ଜାଣନ୍ତୁ କାହିଁକି ଆର୍ଟିମିସ୍‌ ଅଭିଯାନରେ ଏହାକୁ ସାମିଲ କରାଯିବ

ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରରେ ଓରିଓନ୍‌ ମହାକାଶ ଯାନ ସହିତ ଯୋଡ଼ିବା ପାଇଁ ଏହାର ଲେଜର୍‌ ସିଷ୍ଟମ ପହଞ୍ଚିଛି । ଓରିଓନ୍‌ ମହାକାଶ ଯାନ ଦ୍ୱାରା ଆର୍ଟିମିସ୍‌ ୨ ଅଭିଯାନର କ୍ରୁ ଚନ୍ଦ୍ରର ପରିକ୍ରମା କରିବ । ଆପୋଲୋ ମିଶନ ପରେ ଏହା ପ୍ରଥମ ଅଭିଯାନ ହେବ ଯେଉଁଥିରେ ଜଣେ କ୍ରୁ ସଦସ୍ୟ ଚନ୍ଦ୍ରର ନିକଟକୁ ଯିବେ । ଏହି ମିଶନର ପରବର୍ତ୍ତୀ ପର୍ଯ୍ୟାୟରେ, ପୃଥିବୀରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଚନ୍ଦ୍ରକୁ ଯାଇ ସେଠାରେ କିଛି ଦିନ ରହିବେ ।

ନାସାର ଆର୍ଟିମିସ୍‌ ମିଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏଥି ପାଇଁ ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରରେ ଓରିଓନ୍‌ ମହାକାଶ ଯାନ ସହିତ ଯୋଡ଼ିବା ପାଇଁ ଏହାର ଲେଜର୍‌ ସିଷ୍ଟମ ପହଞ୍ଚିଛି । ଓରିଓନ୍‌ ମହାକାଶ ଯାନ ଦ୍ୱାରା ଆର୍ଟିମିସ୍‌ ୨ ଅଭିଯାନର କ୍ରୁ ଚନ୍ଦ୍ରର ପରିକ୍ରମା କରିବ । ଆପୋଲୋ ମିଶନ ପରେ ଏହା ପ୍ରଥମ ଅଭିଯାନ ହେବ ଯେଉଁଥିରେ ଜଣେ କ୍ରୁ ସଦସ୍ୟ ଚନ୍ଦ୍ରର ନିକଟକୁ ଯିବେ । ଏହି ମିଶନର ପରବର୍ତ୍ତୀ ପର୍ଯ୍ୟାୟରେ, ପୃଥିବୀରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଚନ୍ଦ୍ରକୁ ଯାଇ ସେଠାରେ କିଛି ଦିନ ରହିବେ । ଦୁଇଟି ପର୍ଯ୍ୟାୟ ସଫଳତାରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହାର ଦାୟିତ୍ୱ ଓରିଅନ୍‌ ଆର୍ଟିମିସ ୨ ଅପ୍ଟିକାଲ କମ୍ୟୁନିକେସନ ସିଷ୍ଟମ ଉପରେ ରହିବ ।

ନାସାର ଆର୍ଟିମିସ ମିଶନର ପ୍ରଥମ ପର୍ଯ୍ୟାୟ ୧୬ ନଭେମ୍ବର ୨୦୨୨ରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ କ୍ରୁ ବିନା ଉଡ଼ାଣର ପରୀକ୍ଷଣ ହୋଇଥିଲା । ତେବେ ପ୍ରଥମ ଥର ଓରିଓନ୍‌ ଯାନ ଏବଂ ନାସା ଦ୍ୱାରା ବିକଶିତ ହୋଇଥିବା ସ୍ପେସ ଲଞ୍ଚ ସିଷ୍ଟମ ରକେଟ ମଧ୍ୟ ପ୍ରଥମ ଥର ପାଇଁ ପରୀକ୍ଷଣ ହୋଇଥିଲା । ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟରେ ଓରିଓନ ଯାନର କ୍ରୁ ଉଡ଼ାଣର ଆବଶ୍ୟକତାକୁ ପରୀକ୍ଷା କରାଯିବ ।

କିଛି ଉନ୍ନତ ଟେକନିକ୍‌ର ପରୀକ୍ଷା ହେବ
ମିଶନର ଏହି ପର୍ଯ୍ୟାୟରେ କିଛି ନୂତନ ଜ୍ଞାନ କୌଶଳ ପରୀକ୍ଷା କରାଯିବ ଯେଉଁଥିରେ ଲେଜର୍‌ ଯୋଗାଯୋଗର କ୍ଷମତା ରହିବ । ଓରିଓନ ଲେଜର୍‌ କମ୍ୟୁନିକେସନ ଟର୍ମିନାଲ କୁ ଓରିଓନ ଆର୍ଟିମିସ୍‌ ଅପ୍ଟିକାଲ କମ୍ୟୁନିକେସନ ସିଷ୍ଟମ ବା O2O କୁହାଯାଏ । ଏହା ଦ୍ୱାରା ଯାନ ଏବଂ ପୃଥିବୀ ମଧ୍ୟରେ ଯୋଗାଯୋଗ ସୂଚାରୁରୂପେ ହେବା ପାଇଁ ନିଶ୍ଚିିତ କରାଯାଇଛି । O2O ଅଭିଯାନରେ ଉଚ୍ଚ ତଥ୍ୟ ସ୍ଥାନାନ୍ତର ପାଇଁ ସୁବିଧା ଦିଆଯିବ । ଅର୍ଥାତ ଗୋଟିଏ ଟ୍ରାନ୍ସମିଟରେ ଅଧିକ ସୂଚନା ଆଦାନ ପ୍ରଦାନ କରାଯାଇ ପାରିବ ।

ତେବେ ଏହି O2O କଣ କାମ କରିବ ତାହା ଜାଣି ରଖନ୍ତୁ –
O2O ପ୍ରୋଜେକ୍ଟ ମ୍ୟାନେଜର ଷ୍ଟିଭ ହୋରୋଭିଟଜଙ୍କ କହିବା ଅନୁସାରେ O2O ଯୋଗାଯୋଗ ବ୍ୟବସ୍ଥାରେ ସମସ୍ତ ତଥ୍ୟର ଗତି ପ୍ରତି ସେକେଣ୍ଡରେ ୨୬୦ ମେଗା ବାଇଟ୍ସ ରହିବ । ଏବଂ ଏହା ଚନ୍ଦ୍ରରୁ ୪ ହଜାର ହାଇ ଡେଫିନିସନ ଭିଡିଓ ପଠାଇବାରେ ସକ୍ଷମ ହେବ । ଭିଡିଓ ଏବଂ ଫଟୋ ବ୍ୟତୀତ ଏହା ଅନେକ ପ୍ରତିକ୍ରିୟା, ଅନ୍ୟାନ୍ୟ ଚିତ୍ର ଏବଂ ଉଡ଼ାଣ ଯୋଜନାକୁ ପଠାଇବ । ଓରିଓନ ଏବଂ ପୃଥିବୀର ମିଶନ କଣ୍ଟ୍ରୋଲ ମଧ୍ୟରେ ଏହା ଏକ ଲିଙ୍କ ଭାବେ କାର୍ଯ୍ୟ କରିବ ।

ତଥ୍ୟ ସଂଗ୍ରହ କରିବା ପରେ O2O ଦୁଇଟି ଗ୍ରାଉଣ୍ଡ ଷ୍ଟେସନ ମଧ୍ୟରୁ ଗୋଟିଏ ଷ୍ଟେସନକୁ ଲେଜର୍‌ ସଂକେତ ମାଧ୍ୟମରେ ସୂଚନା ପଠାଇବ । ଏହି ଷ୍ଟେସନ ମଧ୍ୟରୁ ଗୋଟିଏ ମେକ୍ସିକୋର ଲାସ କ୍ରୁସେସ ହୋଇଥିବା ବେଳେ ଅନ୍ୟଟି କାଲିଫର୍ଣ୍ଣିଆର ଟେବୁଲ ମାଉଣ୍ଟେନ । ଓରିଓନ ସହ ଯୋଡ଼ିବା ପୂର୍ବରୁ O2O ଲେଜର ଟର୍ମିନାଲ କୁ ପରିବେଶର ଅନେକ ପରୀକ୍ଷଣରେ ସାମିଲ କରାଯାଇଥିଲା, କାରଣ ଏହା ମହାକାଶର କଠିନ ବାତାବରଣରେ ଯେପରି ସହଜରେ ସହି ପାରିବ ଏବଂ କାଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ । ଏହି ଉନ୍ନତ ପ୍ରଣାଳୀରେ ମିଳୁଥିବା ଗତିର ସ୍ପିଡ ଦ୍ୱାରା ବୈଜ୍ଞାନିକମାନେ ଅଧିକ ଅନୁସନ୍ଧାନ କରିବାକୁ ସକ୍ଷମ ହେବେ । ଏହା ବୈଜ୍ଞାନିକଙ୍କୁ ଅଧିକ ତଥ୍ୟ ଦେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.