Below header

ଜାଣନ୍ତୁ ଭଗବାନ ଶ୍ରୀ ଗଣେଶଙ୍କ ବକ୍ରତୁଣ୍ଡ ଅବତାରର ରହସ୍ୟ

କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ। ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ। କିନ୍ତୁ ଥରେ ତିନି ଲୋକରେ ଘଟିଥିବା ଘଟଣା ଭଗବାନ ଗଣେଷଙ୍କୁ କ୍ରୋଧିତ କରଥିଲା। ଯାହା ଫଳରେ ଗଣେଷ ମହାକାୟ ବକ୍ରତୁଣ୍ଡ ଅବତାର ଧାରଣ କରିଥିଲେ। ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଗଣେଷଙ୍କର ବକ୍ରତୁଣ୍ଡ ଅବତାର ଅନେକ ରହସ୍ୟମୟ। ଜାଣନ୍ତୁ ଭଗବାନଙ୍କର ଏହି ରହସ୍ୟମୟ ଅବତାର ବିଷୟରେ।

ganeshଇନ୍ଦ୍ରରାଜଙ୍କ ଠାରୁ ଭୁଲ ବଶତଃ ମତ୍ସ୍ୟରାସୁର ନାମକ ଏକ ରାକ୍ଷସ ଉତ୍ପନ୍ନ ହୋଇଥିଲା। ଏହା ପରେ ଦୈତ୍ବ ଗୁରୁ ଶୁକ୍ରାଚାର୍ଯ୍ୟ ଭଗବାନ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଦୀକ୍ଷା ପ୍ରାପ୍ତ କରିଥିଲେ। ମତ୍ସ୍ୟରାସୁର ଅନେକ ବର୍ଷ ପର୍ଯ୍ୟନ୍ତ ଗୋଟେ ଗୋଡ଼ରେ ଛିଡ଼ା ହୋଇ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ। ତାଙ୍କର କଠୋର ତପସ୍ୟା ଦେଖି ଭଗବାନ ଶିବ ପ୍ରସନ୍ନ ହୋଇ ମତ୍ସ୍ୟରାସୁରଙ୍କୁ ବରଦାନ ମାଗିବା ପାଇଁ ଆଦେଶ ଦେଇଥିଲେ। ଏହାପରେ ମତ୍ସ୍ୟରାସୁର ଭଗବାନ ଶିବଙ୍କୁ କୌଣସି ଦେବୀ-ଦେବତା, ଦୈତ୍ବ ବା ମନୁଷ୍ୟମାନଙ୍କ ହାତରେ ତାଙ୍କର ଅନ୍ତ ନହେବାର ବର ମାଗିଥିଲେ।

lord ganapatiମତ୍ସ୍ୟରାସୁରଙ୍କର ଏହି କଥା ଶୁଣିବା ପରେ ଭଗବାନ ଶିବ ତାଙ୍କୁ ଅଭୟ ବର ପ୍ରଦାନ କରିଥିଲେ। ବରଦାନ ପାଇବା ପରେ ମତ୍ସ୍ୟରାସୁର ଏହି କଥା ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଜଣାଇଥିଲେ। ଏହି କଥା ଶୁଣିବା ପରେ ଗୁରୁ ଶୁକ୍ରାଚାର୍ଯ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ। ଏହା ପରେ ମତ୍ସ୍ୟରାସୁର ପୃଥିବୀରେ ଆକ୍ରମଣ କରିଥିଲେ, ଯାହା ଫଳରେ କୌଣସି ରାଜା ମଧ୍ୟ ମତ୍ସ୍ୟରାସୁରଙ୍କ ଆଗରେ ତିଷ୍ଠି ପାରିନଥିଲେ। ଏହା ପରେ ସମଗ୍ର ପୃଥିବୀ ମତ୍ସ୍ୟରାସୁରଙ୍କ ଅଧୀନ ହୋଇଯାଇଥିଲା। ସମସ୍ତ ଦେବତା ମାନଙ୍କୁ ପରାସ୍ତ କଲା ପରେ ସେ ତିନି ଲୋକରେ ରାଜା ହୋଇଥିଲେ।

Lord-Ganesha-Imagesଏହି ସବୁ ଦେଖି ମଧ୍ୟ ଭଗବାନ ଶିବ କିଛି କରିପାରି ନଥିଲେ। କାରଣ ଶିବ ତାଙ୍କୁ ନିଜେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହା ପରେ ସମସ୍ତ ଦେବତାଗଣ ମତ୍ସ୍ୟରାସୁରଙ୍କୁ କିପରି ପରାସ୍ତ କରିବେ ନେଇ ଚିନ୍ତାରେ ପଡ଼ିଥିଲେ। ଏହାପରେ ଅଚାନକ କୈଳାସ ପର୍ବତ ଉପରେ ମତ୍ସ୍ୟରାସୁର ଶିବଙ୍କୁ ଆକ୍ରମଣ କରିଥିଲେ। ଶେଷରେ ଭଗବାନ ଦତ୍ତାତ୍ରେୟଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ଏକାକ୍ଷରୀ ମନ୍ତ୍ର ଜପ କରିବା ପରେ ଏବଂ ସମସ୍ତ ଦେବୀ-ଦେବତାଙ୍କର ଆରାଧନା ଶୁଣିବା ପରେ ଭଗବାନ ଗଣେଶ ବକ୍ରତୁଣ୍ଡ ଅବତାର ଧାରଣ କରି ପ୍ରକଟ ହୋଇଥିଲେ। ଶେଷରେ ଭଗବାନ ଗଣେଶ ବକ୍ରତୁଣ୍ଡ ଅବତାରରେ ମତ୍ସ୍ୟରାସୁର ଦାନବର ଅନ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.