ପ୍ରଥମେ କେଉଁଠି ଓ କେମିତି ଆସିଲା ଡେଲଟା ପ୍ଲସ ଭେରିଆଣ୍ଟ, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

କରୋନା ଭାଇରସର ଦ୍ୱିତୀୟ ଲହରର ଭୟ ଲୋକଙ୍କ ଭିତରେ ଯାଇନଥିବାବେଳେ ଏବେ କୋଭିଡର ନୂଆ ଭେରିଆଣ୍ଟ ଡେଲଟା ପ୍ଲସ ଲୋକଙ୍କ ମନରେ ଚିନ୍ତା ବଢ଼ାଇଲାଣି। ଏହି ନୂଆ ଭାଇରସ୍‌ ବହୁତ ଦୃତ ବେଗରେ ବ୍ୟାପିବାରେ ଲାଗିଛି। ୧୧ଟି ରାଜ୍ୟରେ ୪୮ କେସ୍‌ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଓଡିଶାର ଦେବଗଡ ଜିଲ୍ଲାରୁ ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲ୍ଟା ପ୍ଲସ୍‌ ପ୍ରଜାତିର ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ଏଯାଏ ୩ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ଦୁଇଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ଜୀବନ ଯାଇଛି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

ସର୍ବପ୍ରଥମେ ଭାରତରେ ହିଁ ଏହି ଭେରିଆଣ୍ଟ ମିଳିଥିଲା। କିନ୍ତୁ ଏବେ ଧିରେ ଧିରେ ବହୁ ଦେଶରେ ଏହାର ମାମଲା ସାମ୍ନାକୁ ଆସିଲାଣି। କରୋନା ଭାଇରସ ରୂପରେ ପରିବର୍ତ୍ତନ କାରଣରୁ ଡେଲଟା ପ୍ଲସ ଭେରିଆଣ୍ଟ ସୃଷ୍ଟି ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭାଇରସର ପ୍ରଥମ ମାମଲା ୟୁରୋପରେ ମିଳିଥିଲା। ସ୍ପାଇକ ପ୍ରୋଟୀନ କରୋନା ଭାଇରସର ମୁଖ୍ୟ ଅଂଶ। ଯାହା ସାହାଯ୍ୟରେ ଏହି ଭାଇରସ ମଣିଷ ଶରୀରରେ ପଶି ସଂକ୍ରମଣ ସୃଷ୍ଟି କରିଥାଏ।

ଡେଲଟା ପ୍ଲସ ଭୂତାଣୁ ଲକ୍ଷଣ

ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଡେଲଟା ପ୍ଲସ ଷ୍ଟ୍ରେନର ଲକ୍ଷଣ ସଂର୍ପକରେ ଜଣାପଡ଼ିଛି । ଡେଲଟା ପ୍ଲସରେ ଆକ୍ରାନ୍ତଙ୍କ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟିନାଲ ସମସ୍ୟା ଦେଖବାକୁ ମିଳୁଛି । ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି । ବାନ୍ତି ହେବା ସହ ଭୋକ କମିବାରେ ଲାଗିଛି । ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେବା ଦେଖିବାକୁ ମିଳୁଛି । ଡେଲଟା ପ୍ଲସ ଭେରିଆଣ୍ଟର ସାମାନ୍ୟ ଲକ୍ଷଣରେ ଜ୍ୱର, ସୁଖିଲା କାଶ ଏବଂ ଥକ୍କାପଣ ଭଳି ଲକ୍ଷଣ ଦେଖାଯାଏ। ଡେଲଟା ପ୍ଲସ ଭେରିଆଣ୍ଟର ଗମ୍ଭୀର ଲକ୍ଷଣରେ ଛାତିରେ ଯନ୍ତ୍ରଣା, ନିଶ୍ୱାସରେ କଷ୍ଟ ଭଳି ଲକ୍ଷଣ ଦେଖାଯାଏ।

ଡେଲଟା ପ୍ଲସ ଭେରିଆଣ୍ଟରୁ କେମିତି ନିଜକୁ ରକ୍ଷା କରିବା

    • ଘରୁ ବାହାରକୁ ବାହାଲେ ଡବଲ ମାସ୍କ ନିଶ୍ଚୟ ପିନ୍ଧିବା ଆବଶ୍ୟକ।
    • ଅତି ଦରକାର ପଡିଲେ ଯାଇ ବାହାରକୁ ବାହାରନ୍ତୁ।
    • ହାତକୁ ବାରମ୍ବାର ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ।
    • ସାମାଜିକ ଦୂରତା ନିହାତି ଭାବେ ପାଳନ କରନ୍ତୁ ଏବଂ ଲୋକଙ୍କ ଠାରୁ ୬ ଫୁଟ ଦୂରତାରେ ରୁହନ୍ତୁ।
    • ଘରର ଜିନିଷ ଏବଂ ଏହାର ଆଖପାଖ ଯାଗାକୁ ସଫା ରଖନ୍ତୁ ଏବଂ ଡିସଇନଫେକ୍‌ଟ ନିଶ୍ଚୟ କରନ୍ତୁ।
    • ବାହାରୁ ଆଣୁଥିବା ଜିନିଷକୁ ତୁରନ୍ତ ନଛୁଇଁ ଡିସଇନଫେକ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.