Below header

ପଢ଼ନ୍ତୁ ଆତ୍ମହତ୍ୟା ପରେ କେଉଁ ସଂସାରକୁ ଯାଆନ୍ତି ଲୋକେ

ଆତ୍ମହତ୍ୟାକୁ ଜୀବନରେ ସବୁଠାରୁ ବଡ଼ ଭୁଲ ବୋଲି କୁହାଯାଏ। ଆତ୍ମହତ୍ୟା କରୁଥିବା ଅଧିକାଂଶ ବ୍ୟକ୍ତି ନିଜ ସବୁ ସମସ୍ୟା ନିକଟରେ ହାର୍‌ ମାନି ନିଅନ୍ତି ଏବଂ ତାଙ୍କ ପାଖରେ ବଞ୍ଚିବା ପାଇଁ ଆଉ କୌଣସି କାରଣ ରହିନଥାଏ । ଫଳରେ ସବୁ ସମସ୍ୟାର ସମାଧାନ ତାଙ୍କୁ କେବଳ ନିଜ ଜୀବନକୁ ଶେଷ କରିବା ହିଁ ଦେଖାଦେଇଥାଏ।

କିନ୍ତୁ କ’ଣ ହେବ ଯଦି ଆତ୍ମହତ୍ୟା କରିବା ପରେ ଆପଣଙ୍କୁ ଏମିତି ଏକ ଦୁନିଆକୁ ଯିବାକୁ ପଡିବ, ଯେଉଁଠି ଦୁଃଖ, ନିରାଶ ଏବଂ ହତାଶ ବ୍ୟତୀତ କିଛି ବି ମିଳିବାହିଁ। ହତାଶ ବି ଏମିତି ଯାହାର କେବେ ଅନ୍ତ ହିଁ ନଥିବ। ଆଜ୍ଞା ହଁ, ଏମିତି ହିଁ ହୋଇଥାଏ । ଏହା ହିଁ ଚିର ସତ୍ୟ ।

suicideସମ୍ପୂର୍ଣ୍ଣ ବିଷୟ କହିବା ପୂର୍ବରୁ ଆମେ ଆପଣଙ୍କୁ ଏକ ସତ୍ୟ ବିଷୟରେ ପରିଚିତ କରାଇଦେବୁ। ଏହି ସଂସାରରେ ଭଗବାନ ସୂର୍ଯ୍ୟ ଅଛନ୍ତି ଏବଂ ଏହି କାରଣରୁ ସୂର୍ଯ୍ୟଙ୍କୁ ଜଗତର ସମସ୍ତ ଆତ୍ମା ବୋଲି ସ୍ୱୀକାର କରାଯାଏ। ବୈଦିକ ଗ୍ରନ୍ଥରେ ଆତ୍ମଘାତୀ ମନୁଷ୍ୟଙ୍କ ବିଷୟରେ କ’ଣ କୁହାଯାଇଛି ପଢ଼ନ୍ତୁ।

ଅସୂର୍ଯ୍ୟା ନାମ ତେ ଲୋକା ଅନ୍ଧେନ ତମସାବୃତା ।
ତାସ୍ତେ ପ୍ରେତ୍ୟାଭିଗଛନ୍ତି ୟେ କେ ଚାତ୍ମହନୋ ଜନାଃ।।

suicide newଏହାର ଅର୍ଥ ହେଉଛି ‘ଆତ୍ମଘାତୀ ମନୁଷ୍ୟ ମୃତ୍ୟୁ ପରେ ଅଜ୍ଞାନ ଏବଂ ଅନ୍ଧକାର ଦ୍ୱାରା ପରିପୂର୍ଣ୍ଣ, ସୂର୍ଯ୍ୟଙ୍କର ପ୍ରକାଶ ଦ୍ୱାରା ହୀନ, ଅସୂର୍ଯ୍ୟର ନାମକ ଲୋକଙ୍କୁ ଗମନ କରନ୍ତି। ତେଣୁ ଲୋକେ ଏଥିରୁ ଅନୁମାନ ଲଗାଇପାରିବେ ଯେ ଯେଉଁ ସମସ୍ୟାକୁ ନେଇ ମଣିଷ ଆତ୍ମହତ୍ୟା କରନ୍ତି। ସେହି ସମସ୍ୟାର ସମାଧାନ କେବେ ନା କେବେ ଏହି ସଂସାରରେ ହିଁ ମିଳିପାରିବ। ନଚେତ ସ୍ୱାଭାବିକ ମୃତ୍ୟୁ ପରେ ବି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । କିନ୍ତୁ ଆତ୍ମହତ୍ୟା ପରେ ସମସ୍ୟାର ସମାଧାନ ହୋଇଯିବ ତାହା ନୁହେଁ। ଆପଣ ବୋଧ ହୁଏ ଭୁଲିଯାଉଛନ୍ତି ସମସ୍ୟାର ସାମ୍ନା ସବୁବେଳେ କରିବାକୁ ପଡିବ। କାହିଁକି ନା ନୂଆ ଜୀବନ ପାଇବା ପରେ ଏମିତି ହିଁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଜୀବନରେ ସବୁକିଛି କରିବାକୁ ଚିନ୍ତା କରିବେ କିମ୍ବା ଭାବିବେ କିନ୍ତୁ କେବେ ଆତ୍ମହତ୍ୟା କରିବା କଥା ସ୍ୱପ୍ନରେ ଭାବିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.