Below header

ମୃତ୍ୟୁ ପରେ ଆତ୍ମା ଯାଏ କୁଆଡ଼େ, ଆତ୍ମା ସହ କଥା ହେଉଥିବା ମହିଳା କହିଲେ ଆଶ୍ଚର୍ଯ୍ୟ କଥା

କାଲିଫୋର୍ଣ୍ଣିଆର ବାସିନ୍ଦା ଏମିଲି ଡେକ୍ସଟର୍ ଦାବି କରିଛନ୍ତି ଯେ ମୃତ୍ୟୁ ପରେ କଣ ହୁଏ ସେ ଜାଣିଛନ୍ତି । ଡେକ୍ସଟର୍ ସାଉଥ େଓ୍ଵଷ୍ଟ ନ୍ୟୁଜ୍ ସର୍ଭିସକୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ସେ ଏକ ଖାସ ସ୍ଥାନକୁ ଯାଏ । ଏମିଲି ଏହି ଦିନକୁ ସ୍ନେହରେ ଆଧ୍ୟାତ୍ମିକ ସ୍ପା ଡେ ବୋଲି କହିଛନ୍ତି ।

ମୃତ୍ୟୁ ପରେ କଣ ହୁଏ ଏହା କେହି ବି ଜାଣି ନାହାନ୍ତି । କିନ୍ତୁ ଜଣେ ମହିଳା ମୃତ୍ୟୁ ପରେ କଣ ହୁଏ ତାହା କହିଛନ୍ତି । ଗୀତାରେ କୁହାଯାଇଛି ଯେ ଆତ୍ମା ଅମର । ଆତ୍ମାର ମୃତ୍ୟୁ ହୁଏ ନାହିଁ କି ଏହା ଶେଷ ହୁଏ ନାହିଁ । ତେବେ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ ? ଆତ୍ମା ସହିତ କଣ ହୁଏ ? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ଜଣେ ମହିଳା ଏହାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମତ ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ମୃତ ଲୋକଙ୍କ ସହ କଥା ହେଉଛନ୍ତି । ଯେଉଁମାନେ ତାଙ୍କୁ କୁହନ୍ତି ମୃତ୍ୟୁ ପରେ ଆତ୍ମା କେଉଁଠାକୁ ଯାଏ । ଆତ୍ମା ସହ କଣ ହୁଏ ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ କାଲିଫୋର୍ଣ୍ଣିଆର ବାସିନ୍ଦା ଏମିଲି ଡେକ୍ସଟର୍ ଦାବି କରିଛନ୍ତି ଯେ ମୃତ୍ୟୁ ପରେ କଣ ହୁଏ ସେ ଜାଣିଛନ୍ତି । ଡେକ୍ସଟର୍ ସାଉଥ େଓ୍ଵଷ୍ଟ ନ୍ୟୁଜ୍ ସର୍ଭିସକୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ସେ ଏକ ଖାସ ସ୍ଥାନକୁ ଯାଏ । ଏମିଲି ଏହି ଦିନକୁ ସ୍ନେହରେ ଆଧ୍ୟାତ୍ମିକ ସ୍ପା ଡେ ବୋଲି କହିଛନ୍ତି । ମୃତ୍ୟୁ ପରେ ଆତ୍ମା ନିଜର ପ୍ରିୟଜନଙ୍କ ସହିତ ଏକରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାଙ୍ଗରେ ରହିଥାଏ । ପରେ ଆତ୍ମାକୁ ଏପରି ଏକ ସ୍ଥାନକୁ ନିଆଯାଏ ଯେଉଁଠାରେ ତାକୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ମଣିଷର କର୍ମ ହିସାବରେ ଆତ୍ମାକୁ ଏକ ସପ୍ତାହ, ଗୋଟିଏ ବର୍ଷ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ କଷ୍ଟ ଭୋଗିବାକୁ ପଡ଼ିପାରେ ।

ଡେକ୍ସଟର୍ କହିଛନ୍ତି ଯେ କଷ୍ଟ ସହିବା ପରେ ଆତ୍ମା ଏକ ନୂଆ ରାସ୍ତାରେ ଚାଲିବା ଆରମ୍ଭ କରେ । ଏହା ପରେ ଆତ୍ମା ଅନ୍ୟ ଏକ ଶରୀର ଧାରଣ କରି ନିଏ । ଡେକ୍ସଟର୍ କହିବା ଅନୁସାରେ ସେ ତାଙ୍କର ପିଲାଦିନରେ ଅନୁଭବ କରିଥିଲେ ଯେ ସେ ଜଣେ ମାନସିକ ରୋଗୀ । କାରଣ ସେ ଜଙ୍ଗଲରେ ଖେଳିବା ସମୟରେ ମୃତକମାନଙ୍କ ସହିତ କଥାବାର୍ତ୍ତା କରିପାରୁଥିଲେ । ବର୍ଷ ବର୍ଷ ପରେ ମଧ୍ୟ ସେ ତାଙ୍କ ପରିବାରର ମୃତ ଲୋକଙ୍କୁ ଦେଖିପାରୁଥିଲେ । ଅନେକ ଥର ସେ ନିଜର ମୃତ ସମ୍ପର୍କୀୟମାନଙ୍କୁ ତାଙ୍କ କୋଠରୀରେ ଦେଖିଥବା ପ୍ରକାଶ କରିଛନ୍ତି । ସେ ପ୍ରଥମେ ଏହାକୁ ସାମାନ୍ୟ ବୋଲି ଭାବିଥିଲେ । କାରଣ ଏଭଳି ଘଟଣା ତାଙ୍କ ସହ ସବୁବେଳେ ହେଉଥିଲା ।

ରିପୋର୍ଟ ଅନୁଯାୟୀ ଡେକ୍ସଟର୍ କହିଛନ୍ତି- ସେ ୮ ବର୍ଷ ବୟସରେ ଜାଣି ନଥିଲେ ଯେ ଏହି ଅନୁଭବ ଅନ୍ୟମାନଙ୍କଠାରୁ ଭିନ୍ନ । ଦିନେ ସେ ଏହି ଅଜବ ଘଟଣା ବିଷୟରେ ନିଜ ମା’ଙ୍କୁ କହିଥିଲେ । ତାଙ୍କ ମା’ ଏହାକୁ ବିଶ୍ୱାସ କରି ପାରି ନଥିଲେ । ବଡ଼ ହେବା ପରେ ସେ ଏହି ଘଟଣା ବିଷୟରେ କାହାକୁ କହି ନଥିଲେ । କାରଣ ସେ ଭୟ କରୁଥିଲେ ଲୋକମାନେ ଏହାକୁ ନେଇ କଣ ଭାବିବେ । କିନ୍ତୁ ଯେତେବେଳେ ସେ ୨୦ ବର୍ଷର ହେଲେ ତାଙ୍କର ଜଣେ ସମ୍ପର୍କୀୟ ମୃତକଙ୍କ ଆତ୍ମା ତାଙ୍କୁ ଏ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ କହିଥିଲେ । ମୃତ୍ୟୁ ପରେ କଣ ହୁଏ ଲୋକଙ୍କୁ ଜଣାଇବା ପାଇଁ ଆତ୍ମା କହିଥିବାରୁ ସେ ଏହା ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ଏମିଲି କହିଛନ୍ତି ଯେ ଜୀବନ ବଞ୍ଚିବା ପାଇଁ ଆତ୍ମା ମାର୍ଗଦର୍ଶକ । ଆତ୍ମା ବିଷୟରେ ଏଭଳି ତଥ୍ୟ ଦେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଖବର ଶୁଣିବା ପରେ ଲୋକମାନେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.