Below header

ଭେଙ୍କଟେଶ କିଏ? ଯିଏ ଟ୍ରେନ୍ ଦୁର୍ଘଟଣା ବିଷୟରେ ପ୍ରଥମେ NDRF କୁ ପଠାଇଥିଲେ ଲାଇଭ୍ ଲୋକେସନ

କୁହାଯାଉଛି ଯେ ଟ୍ରେନ୍ ଦୁର୍ଘଟଣା ପରେ ଜରୁରୀକାଳୀନ ସେବାକୁ ପ୍ରଥମେ ସୂଚନା ଦେଇଥିବା ବ୍ୟକ୍ତି ହେଉଛନ୍ତି ଏନଡିଆରଏଫ୍ ଯବାନ ଭେଙ୍କଟେଶ । ତାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଦୁର୍ଘଟଣା ଦିନ ଅର୍ଥାତ୍ ଜୁନ୍ ୨ ତାରିଖ ସନ୍ଧ୍ୟାରେ ସେ କରମଣ୍ଡଳ ଏକ୍ସପ୍ରେସରେ ହିଁ ଥିଲେ ।

କେନ୍ୟୁଜ୍:  ଲୁହ ଦେଇଗଲା ଲୌହ ଦାନବ। ବାଲେଶ୍ଵର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା କେବଳ ଓଡିଶା ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ର ଅମର ଆତ୍ମାର ସଦଗତି କାମନା କରିବା ସହିତ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମସ୍ତ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ସଭିଏଁ। ଏହାରି ଭିତରେ ୨୮୮ ନୁହେଁ ବରଂ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ଫାଇନାଲ ଫିଗର ଦିଆଯାଇଛି। ତେବେ ଚଳିତ ଶତାବ୍ଦୀର ଏହା ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି ଥିଲା । ଅତି ଭୟଙ୍କର ଓ ଛାତିଥରା ।

ତେବେ କୁହାଯାଉଛି ଯେ ଟ୍ରେନ୍ ଦୁର୍ଘଟଣା ପରେ ଜରୁରୀକାଳୀନ ସେବାକୁ ପ୍ରଥମେ ସୂଚନା ଦେଇଥିବା ବ୍ୟକ୍ତି ହେଉଛନ୍ତି ଏନଡିଆରଏଫ୍ ଯବାନ ଭେଙ୍କଟେଶ । ତାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଦୁର୍ଘଟଣା ଦିନ ଅର୍ଥାତ୍ ଜୁନ୍ ୨ ତାରିଖ ସନ୍ଧ୍ୟାରେ ସେ କରମଣ୍ଡଳ ଏକ୍ସପ୍ରେସରେ ହିଁ ଥିଲେ।

ଛୁଟି ଥିବାରୁ ଏନଡିଆରଏଫ ଜବାନ ଭେଙ୍କଟେଶ ପଶ୍ଚିମବଙ୍ଗର ହାୱଡାରୁ ତାମିଲନାଡୁ ଯାଉଥିଲେ। ସେ ତୃତୀୟ ଏସି କୋଚରେ ଥିଲେ ଏବଂ ତାଙ୍କ ସିଟ୍ ନମ୍ବର ୫୮ ଥିଲା। ସେହି ସମୟରେ, ତାଙ୍କ କୋଚ୍ ବି -୭ ହଠାତ୍ ଖସିପଡିଥିଲା ​​କିନ୍ତୁ ଆଗ କୋଚ୍ ଗୁଡିକ ସହ ମାଡ ହୋଇନଥିଲା ତେଣୁ ସେ ସୁରକ୍ଷିତ ଭାବରେ ଉଦ୍ଧାର ପାରିଥିଲେ ।

ତେବେ ଏହାରି ଭିତରେ ଏନଡିଆରଏଫ ଜବାନ ଭେଙ୍କଟେଶଙ୍କ କହିବା ଅନୁଯାୟୀ, ପ୍ରଥମେ ଏକ ପ୍ରଚଣ୍ଡ ଶବ୍ଦ ଅନୁଭବ କରିବା ମାତ୍ରକେ କିଛି ଯାତ୍ରୀ ତାଙ୍କ କୋଚରେ ପଡ଼ିଯାଇଥିବାର ସେ ଦେଖିଥିଲେ । ଏହାପରେ ସେ ପ୍ରଥମେ ବ୍ୟାଟେଲିଅନରେ ତାଙ୍କ ବରିଷ୍ଠ ଇନ୍ସପେକ୍ଟରଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ଭେଙ୍କଟେଶ ହ୍ଵାଟ୍ସଆପରେ NDRF କୁ ଲାଇଭ୍ ଲୋକେସନ ପଠାଇଥିଲେ। ଯାହାଫଳରେ ଉଦ୍ଧାରକାରୀ ଦଳ ସେହି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ନିଜ କାର୍ଯ୍ୟ ଆରମ୍ଭ କରିଥିଲେ ।

ଭେଙ୍କଟେଶ କହିଛନ୍ତି, ଦୁର୍ଘଟଣା ବିଷୟରେ ଜାଣିବା ମାତ୍ରକେ ସେ ତୁରନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଦୌଡିଥିଲେ। ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ, ସେ କୋଚ ଭିତରକୁ ଯାଇ ଜଣେ ବ୍ୟକ୍ତିଙ୍କୁ ବାହାର କରି ଏକ ଦୋକାନରେ ବସାଇଥିଲେ ଏବଂ ତା’ପରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ବାହାରିପଡିଥିଲେ । ଏହା ସହିତ ଜବାନ କହିଛନ୍ତି ଯେ ସେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ଖୋଜିବା ପାଇଁ ମୋବାଇଲ୍ ଟର୍ଚ୍ଚ ବ୍ୟବହାର କରି ସମସ୍ତ ଯାତ୍ରୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ତେବେ ଏଥିରେ ତାଙ୍କୁ ଏକ ମେଡିକାଲ ଦୋକାନର ମାଲିକ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ବହୁତ ସାହାଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.