ଏବେ ଜଗନ୍ନାଥଙ୍କୁ ଜଗୁଛି କିଏ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ମେ ୩ ତାରିଖ ପ୍ର୍ରଳୟଙ୍କରୀ ବାତ୍ୟା ଫନି ସବୁଠାରୁ ବେଶି କ୍ଷତିଗ୍ରସ୍ତ କରିଛି ଶ୍ରୀକ୍ଷେତ୍ର ପୁରୀକୁ । ଏମିତିକି କଳା ଠାକୁରଙ୍କ ବାସସ୍ଥାନ ଶ୍ରୀମନ୍ଦିର ବି ବାଦ୍‌ ପଡ଼ି ନାହିଁ । ବାତ୍ୟାକୁ ୧୫ ଦିନ ବିତି ଯାଇଥିଲେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରି ନାହିଁ ପୁରୀ ସହର କିମ୍ବା ଶ୍ରୀମନ୍ଦିରରେ ବିଦ୍ୟୁତ୍‌ ଓ ପାଣି ବ୍ୟବସ୍ଥା । ଏପଟେ ମନ୍ଦିରରେ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି ପାଇଁ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି । ହେଲେ ଏ ସବୁ ଭିତରେ ଯଦି ଦେଖିବା ତେବେ ବାତ୍ୟା ଦିନ ଭାଙ୍ଗି ପଡ଼ିଥିଲା ସିଂହଦ୍ୱାରରେ ଥିବା ଜୟ ବିଜୟ ମୂର୍ତ୍ତିରୁ ଜୟ ମୂର୍ତ୍ତିଟି । ଜୟ ବିଜୟ ହେଲେ ମହାପ୍ରଭୁଙ୍କ ଦ୍ୱାରପାଳ । ତାଙ୍କୁ ସୁରକ୍ଷା ଦିଅନ୍ତି । ତେଣୁ ମନକୁ ପ୍ରଶ୍ନ ଆସୁଛି ମହାପ୍ରଭୁଙ୍କୁ ଏବେ ଜଗୁଛି କିଏ ?

JAY BIJAY-3

କିଏ ଏହି ଜୟ ବିଜୟ

ସିଂହଦ୍ୱାରରେ ଅସ୍ତ୍ର ଧରି ଜଗିଥାନ୍ତି ନୀଳ ରଙ୍ଗର ଦୁଇଟି ମୂର୍ତ୍ତି । ବାମ ପଟେ ଜୟ ଓ ଡାହାଣ ପଟେ ବିଜୟ । ଏମାନେ ହେଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦ୍ୱାରପାଳ । ଯଦି ପୁରାଣକୁ ଯିବା ତେବେ ଭଗବତ ପୁରାଣ ଅନୁସରରେ ଜୟ ବିଜୟ ହେଉଛନ୍ତି ମହାପ୍ରଭୁ ନାରାୟଣ ବା ବିଷ୍ଣୁଙ୍କର

hiranyakhyaଦ୍ୱାରପାଳ । ସେମାନେ ବୈକୁଣ୍ଠରେ ପ୍ରଭୁ ନାରାୟଣ ଓ ମହାଲକ୍ଷ୍ମୀଙ୍କୁ ଜଗି ରହିଥାନ୍ତି । କେହି ଭେଟିବାକୁ ଆସିଲେ ସୂଚନା ଦେଇଥାନ୍ତି ମହାପ୍ରଭୁଙ୍କୁ । ଥରେ ଏମିତି ହେଲା ଯେ ବ୍ରହ୍ମାଙ୍କର ୪ ଜଣ ମାନସପୁତ୍ର ସନକ, ସନନ୍ଦନ, ସନାତନ ଏବଂ ସନ୍ତକୁମାର ଶିଶୁ ବେଶରେ ଥିବା ବେଳେ ବୈକୁଣ୍ଠକୁ ଗଲେ ନାରାୟଣଙ୍କ ଦର୍ଶନ ପାଇଁ । ତେବେ ଦ୍ୱାରପାଳ ଜୟ ବିଜୟ ସେମାନଙ୍କୁ ଛୋଟ ପିଲା ହେୟଜ୍ଞାନ କଲେ । ସେମାନଙ୍କୁ ଅଟକାଇବା ସହ ପ୍ରଭୁ ଏବେ ବିଶ୍ରାମ କରୁଛନ୍ତି ବୋଲି କହିଲେ ଓ ଭିତରକୁ ଛଡ଼ିଲେ ନାହିଁ । ତେବେ ସନ୍ତ କୁମାର ଯୁକ୍ତି କରି କହିଲେ ଯେ ପ୍ରଭୁ ସବୁବେଳେ ଭକ୍ତଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ପାଇଁ ସମୟ ଦେଇଥାନ୍ତି । ତଥାପି ଜୟ ବିଜୟ ସେମାନଙ୍କୁ ଛାଡ଼ିଲେ ନାହିଁ । ଫଳରେ ସେମାନେ ଦୁଇ ଦ୍ୱାରପାଳଙ୍କୁ ଅଭିଶାପ ଦେଲେ ମର୍ତ୍ତ୍ୟରେ ଜନ୍ମ ନେଇ ମଣିଷ ଭଳି ଚଳିବା ପାଇଁ । ଯାହାଫଳରେ ଆଉ ସେମାନଙ୍କର ଦେବତ୍ୱ ରହିବ ନାହିଁ । ଏହି ସମୟରେ ସ୍ୱୟଂ ବିଷ୍ଣୁ ଭଗବାନ ଉପସ୍ଥିତ ହେଲେ । ଜୟବିଜୟ ବ୍ରହ୍ମାପୁତ୍ରଙ୍କୁ କ୍ଷମା ମାଗିଲେ ଏବଂ ଅଭିଶାପ ଫେରାଇ ନେବା ଲାଗି ବିଷ୍ଣୁଙ୍କ ନିକଟରେ ଗୁହାରୀ କଲେ ।

HIRANYAKASHYAP

ତେବେ ନାରାୟଣଙ୍କ ଦ୍ୱାରପାଳ ଭାବେ ଜୟ ବିଜୟଙ୍କର ମନରେ ଅହଙ୍କାର ଥିଲା । ସେହି ଅହଂକାର ଭାଙ୍ଗିବା ପାଇଁ ଏଭଳି ନାଟକ ରଚିଥିଲେ ସ୍ୱୟଂ ଭଗବାନ । ବିଷ୍ଣୁ କହିଲେ ଯେ ଅଭିଶାପ ଫେରାଇବା ସମ୍ଭବ ନୁହେଁ । ତଥାପି ସେମାନଙ୍କୁ ଦୁଇଟି ବିକଳ୍ପ ସୁଯୋଗ ଦେଲେ ।

RAM

ପ୍ରଥମଟି ସାତଥର ମର୍ତ୍ତ୍ୟ ଲୋକରେ ଜନ୍ମ ହୋଇ ବିଷ୍ଣୁଭକ୍ତ ଭାବେ ରହିବ । ଦ୍ୱିତୀୟଟି ଥିଲା, ବିଷ୍ଣୁଙ୍କ ଶତ୍ରୁ ଭାବେ ତିନିଟି ଜନ୍ମ ନେବ । ଏହାପରେ ତୁମେ ପୁଣି ବୈକୁଣ୍ଠକୁ ଫେରି ନିଜ ଦାୟିତ୍ୱ ତୁଲାଇବ । ଜୟ ବିଜୟ ଦ୍ୱିତୀୟ ବିକଳ୍ପଟିକୁ ବାଛିଥିଲେ । କାରଣ ମାତ୍ର ତିନିଟି ଜନ୍ମ ପରେ ସେମାନେ ବୈକୁଣ୍ଠ ଫେରି ଆସିବେ ।

ଏହାପରେ ସତ୍ୟଯୁଗରେ ହିରଣ୍ୟାକ୍ଷ ଓ ହିରଣ୍ୟ କଶ୍ୟପୁ ଭାବେ ଜନ୍ମ ନେଇ ଯଥାକ୍ରମେ ବରାହ ଅବତାର ଓ ନୃସିଂହ ଅବତାର ହାତରେ ବଧ ହୋଇଥିଲେ ଜୟ ବିଜୟ । ଦ୍ୱିତୀୟ ଜନ୍ମରେ ତ୍ରେତୟା ଯୁଗରେ ରାବଣ ଓ କୁମ୍ଭକର୍ଣ୍ଣ ଭାବେ ଜନ୍ମ ହୋଇ ରାମଙ୍କ ହାତରେ ମୃତ୍ୟୁବରଣ କରିଥିଲେ ।

KRISHNA

ଆଉ ଦ୍ୱାପର ଯୁଗରେ ଶିଶୁପାଳ ଓ ଦନ୍ତବକ୍ର ଭାବେ ଜନ୍ମ ନେଇ କୃଷ୍ଣଙ୍କ ଶତ୍ରୁ ସାଜିଥିଲେ ଏବଂ ମୃତ୍ୟୁ ମୁଖରେ ପଡ଼ିଥିଲେ ।
ଏହାପରେ ଜୟ ବିଜୟ ଅଭିଶାପ ମୁକ୍ତ ହୋଇ ବୈକୁଣ୍ଠକୁ ଫେରିଥିଲେ । କଳିଯୁଗରେ ଏହି ଜୟ ବିଜୟ ବିଷ୍ଣୁ ରୂପୀ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦ୍ୱାରପାଳ ଭାବେ ସିଂହଦ୍ୱାରରେ ବିରାଜମାନ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.