କାହା ଅଭିଶାପରୁ ଅଯୋଧ୍ୟା ଫେରିବା ପରେ ବି ଶ୍ରୀରାମ ପତ୍ନୀ ସୀତାଙ୍କୁ ପୁଣି ହରାଇଥିଲେ, ଜାଣନ୍ତି କି ?

ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀରାମ । ତେବେ ଅନ୍ୟ ଅବତାର ଭଳି ଶ୍ରୀରାମ କେବେବି ନିଜକୁ ଐଶ୍ୱରୀୟ ଶକ୍ତିର ଅଧିକାରୀ ବୋଲି ଦର୍ଶାଇ ନଥିଲେ । ମନୁଷ୍ୟ ରୂପରେ ଜନ୍ମ ହୋଇଥିବାରୁ ସେ ଜଣେ ସାଧାରଣ ମଣିଷ ଭାବେ ଜୀବନ ଯାପନ କରୁଥିଲେ । ନିଜର ନିଷ୍ଠା ଓ ସତ୍‌କର୍ମ ପାଇଁ ତାଙ୍କୁ କୁହାଯାଏ ମର୍ଯ୍ୟାଦା ପୁରୁଷୋତ୍ତମ । ମାତା ସୀତାଙ୍କ ଅପହରଣ ପରେ ଯେତେବେଳେ ସୁଗ୍ରୀବଙ୍କ ବନ୍ଧୁତ୍ୱରେ ତାର ବଡ଼ ଭାଇ ବାଳିକୁ ବଧ କରିଥିଲେ । ବାଳି-ସୁଗ୍ରୀବ ଲଢ଼େଇ ବେଳେ ରାମ ଦୂରରୁ ଲୁଚି ରହି ଶର ମାରି ବାଳିକୁ ବଧ କରିଥିଲେ । ଏ ସୂଚନା ବାଳିର ପତ୍ନୀ ତାରା ପାଖରେ ପହଞ୍ଚିଲା । ତାରା ଜଣେ ଅପସରା । ସେ ଯେତେବେଳେ ଜାଣିଲେ ରାମ ଛଳ କପଟ କରି ବାଳିକୁ ମାରିଛନ୍ତି ସେ ଅଭିଶାପ ଦେଲେ ତୁମେ ତୁମ ପତ୍ନୀଙ୍କୁ ଫେରି ପାଇଲେ ମଧ୍ୟ ସେ ତୁମ ପାଖରେ ବେଶି ଦିନ ରହି ପାରିବେ ନାହିଁ ।
ରାବଣ ବଧ କରି ଶ୍ରୀରାମ ଅଯୋଧ୍ୟା ଫେରିବା ପରେ ବେଶି ଦିନ ସୀତା ତାଙ୍କ ପାଖରେ ରହି ପାରିଲେ ନାହିଁ । ପୁଣି ଥରେ ଅଗ୍ନି ପରୀକ୍ଷା ପାଇଁ ଅସହମତ ହେବା ପରେ ମାତା ସୀତାଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ସେ ବାଲ୍ମିକୀଙ୍କ ଆଶ୍ରମରେ ରହି ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ଇଏ ଥିଲା ସତୀ ନାରୀ ତାରାଙ୍କ ଅଭିଶାପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.