ଗାଡିରେ ଗଲେ କାହିଁକି ନିଦ ହୋଇଯାଏ ? ଏହା ପଛର କାରଣ ସବୁ ଜାଣନ୍ତୁ

କାରରେ ଯିବା ଆସିବା ସମୟରେ କାହିଁକି ନିଦ ଲାଗିଥାଏ । ଅନେକ ଏକଥା ମଧ୍ୟ କହିଥାନ୍ତି କି ସେମାନଙ୍କୁ ଗାଡିରେ କିମ୍ବା କାରରେ ଯିବା ବେଳେ ନିଦ ହୋଇଯାଏ । କିନ୍ତୁ ଏହା ପଛର କାରଣ କଣ । କେବେ ଜାଣିବାକୁ ଚେଷ୍ଠା କରିଛନ୍ତି । ଏହା ଉପରେ ବି ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚରୁ ଏହା ଜଣାପଡିଛି କି ଏହା ପଛରେ ଏକାଧିକ କାରଣ ରହିଛି ।

ଅନେକ କେଉଁଠାକୁ ଯିବା ପାଇଁ ସେହି ପ୍ଲାନ କରିବାରେ ଏତେ ମଜି ଯାଆନ୍ତି ଯେ ନିଦ ପୂରା ହୋଇନଥାଏ । ଏହା କାରରେ ନିଦର ବଡ କାରଣ ହୋଇଥାଏ । ଏମିତି ବି ହୁଏ କି ଚାଲିବା ଗାଡିରେ ନିଦ ଆସିବାର କାରଣ ଆମେ ସେହି ସମୟରେ କିିଛି କରିପାରୁନଥାଉ । ସେମିତି ଯେମିତି ରାତିରେ ଶୋଇବା ବେଳେ ଶରୀର ରିଲାକ୍ସ ହୋଇଥାଏ । ଚାଲିବା କାରରେ ହେଉଥିବା ମୁଭମେଣ୍ଟ ମଧ୍ୟ ନିଦ୍ରାର କାରଣ । ଏହା ସେହିଭଳି କାମକରେ ଯେମିତି ପିଲାବେଳେ ବାପାମାଆ ପିଲାମାନଙ୍କୁ ଝୁଲେଇ ଝୁଲେଇ ଶୁଆଇଥାନ୍ତି ।

ବିଜ୍ଞାନ ଭାଷାରେ ଏହି ସ୍ଥିତିକୁ ହାଇୱେ ହେପ୍ରୋସିସ କହନ୍ତି । ଏହା ଡ୍ରାଇଭର୍ସ ସହ ହୋଇଥାଏ । ଏକ ଲମ୍ବା ଯାତ୍ରା ମଧ୍ୟ ନିଦର କାରଣ ହୋଇଥାଏ । ଯାହାପଳରେ ଚାହା କିମ୍ବା କଫି ପିଇ ଏହି ସମୟରେ ନିଦ ଦୂର କରିବାକୁ ଚେଷ୍ଠା କରିଥାନ୍ତି ଅନେକ ।

ନିଦ ଆସିବାର ଅନ୍ୟ ଏକ କାରଣ ହେଉଛି ହ୍ଵାଟ ନଏଜ । ଏହା ଏକ ନଏଜ ଅଟେ । ଯାହା ଇଞ୍ଜିନର ଆୱାଜ ସହ ପବନର ସ୍ୱର ଓ ଗାଡି ମଧ୍ୟରେ ଥିବା ସ୍ୱରର କୋଳାହଳ ସହ ମିଶିଯାଏ । ଏମିତିକି ଗୀତ ବାଜିବା ବି ଏକ କାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.