Below header

ଲାଉଡ଼ସ୍ପିକରରେ ବାଜି ପାରିବନି ହନୁମାନ ଚାଳିଶା ଓ ଭଜନ !

ଅଜାନ ଓ ହନୁମାନ ଚାଳିଶା ବିବାଦ ଉପରେ ନାସିକ ପ୍ରଶାସନ ଏକ ବଡ ଫଇସଲା ନେଇଛନ୍ତି । ସେଠାରେ ଏବେ ହନୁମାନ ଚାଳିଶା କିମ୍ବା ଭଜନ ବଜାଇବା ପୂର୍ବରୁ ସେଠାକାର ପ୍ରଶାସନ ପାଖରୁ ଅନୁମତି ନେବାକୁ ପଡିବ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଅଜାନ ପୂର୍ବରୁ ତଥା ପରେ ୧୫ ମିନିଟ ସମୟ ପର୍ଯ୍ୟନ୍ତ ହନୁମାନ ଚାଳିଶା ବଜାଇବା ନେଇ ଅନୁମତି ମିଳିବ ନାହିଁ । ଏହା ସହ ମସଜିଦର ୧୦୦ ମିଟର ପରିସର ଭିତରେ ହନୁମାନ ଚାଳିଶା ତଥା ଭଜନ ବଜାଇବା ପାଇଁ ଅନୁମତି ମିଳିବ ନାହିଁ ।

ନାସିକ ପୋଲିସ କମିସିନର ଦୀପକ ପାଣ୍ଡେଙ୍କ କହିବା ଅନୁଯାୟୀ ଭଜନ କିମ୍ବା ହନୁମାନ ଚାଳିଶା ବଜାଇବା ପୂର୍ବରୁ ଲୋକଙ୍କୁ ଏନେଇ ଅନୁମତି ନେବାକୁ ପଡିବ । ସହରରେ ଶାନ୍ତି ତଥା ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଏହି ବ୍ୟବସ୍ଥା ଜାରି କରାଯାଇଛି । ଦୀପକ ପାଣ୍ଡେ ଏହା ମଧ୍ୟ କହିଛନ୍ତିକି ଆସନ୍ତା ମେ ୩ ତାରିଖ ଅର୍ଥାତ ଇଦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ଗୁଡିକୁ ଲାଉଡ଼ସ୍ପିକର ବଜାଇବା ନେଇ ଅନୁମତି ନେବାକୁ ହେବ । ଯଦି ମେ ୩ ତାରିଖ ପରେ କେହି ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ଦୃଷ୍ଟିକୁ ଆସନ୍ତି ତେବେ ତାଙ୍କ ଉପରେ କଡା ପଦକ୍ଷେପ ନିଆଯିବ ।

କହିରଖିବା ଉଚିତ ହେବକି, କିଛି ଦିନ ହେବ ମହାରାଷ୍ଟ୍ରରେ ଲାଉଡ଼ସ୍ପିକରକୁ ନେଇ ରାଜନୀତି ବେଶ ସରଗରମ ଅଛି । ସର୍ବ ପ୍ରଥମେ ଏମଏନଏସ ପ୍ରମୁଖ ରାଜ ଠାକରେଙ୍କ କହିବା ଅନୁଯାୟୀ ମେ ୩ ତାରିଖ ସୁଦ୍ଧା ମସଜିଦରେ ଲାଗିଥିବା ଲାଉଡ଼ ସ୍ପିକର ଗୁଡିକୁ ହଟାଇ ଦେବା ଉଚିତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.