କୋଲ୍ଡ ଡ୍ରିଙ୍କ୍ସ ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ମାରାତ୍ମକ, ଜାଣନ୍ତୁ କିପରି

ଗରମ ଦିନେ କୋଲ୍ଡ ଡ୍ରିଙ୍କ୍ସ ର ସେବନ ସମସ୍ତଙ୍କୁ ଭଲ ଲାଗିଥାଏ | ଏହା ଥଣ୍ଡା ଲାଗିବା ସହ ଏହାର ସ୍ୱାଦ ମଧ୍ୟ ବହୁତ ଟେଷ୍ଟି ହୋଇଥାଏ | ହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ମାରାତ୍ମକ ଜାଣନ୍ତି କି ?

ଗରମ ଦିନରେ ଲୋକେ ଦିନରେ ବହୁବାର କୋଲ୍ଡ ଡ୍ରିଙ୍କ୍ସ ପିଇଥାନ୍ତି | ଘରକୁ କେହି ଅତିଥି ଆସିଲେ ମଧ୍ୟ ଆମେ କୋଲ୍ଡ ଡ୍ରିଙ୍କ୍ସ ଦେଇଥାଉ | ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଅହିତକର ହୋଇଥାଏ | କୋଲ୍ଡ ଡ୍ରିଙ୍କ୍ସ ବା ଥଣ୍ଡା ପାନୀୟ ସେବନ ଦ୍ୱାରା କେବଳ ଯେ ଶରୀର ର ସୁଗର ମାତ୍ରା ବଢି ନଥାଏ, ଏହା ଆହୁରି ଅନେକ କ୍ଷତି କରିଥାଏ | ଆସନ୍ତୁ ଜାଣିବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ |

ଓଜନ ବଢିଥାଏ :

ଯଦି ଆପଣ ଅଧିକ କୋଲ୍ଡ ଡ୍ରିଙ୍କ୍ସ ବା ଥଣ୍ଡା ପାନୀୟ ସେବନ କରୁଛନ୍ତି ତେବେ ଆପଣଙ୍କ ଓଜନ ବଢିପାରେ | କୋଲ୍ଡ ଡ୍ରିଙ୍କ୍ସ ରେ ସୁଗର ମାତ୍ରା ଅଧିକ ଥାଏ | ଏଥିରେ ଥିବା ସୁଗର ମାତ୍ରା ଓଜନ ବଢାଇବା ସହ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ | ଗୋଟିଏ ଗ୍ଲାସ କୋଲ୍ଡ ଡ୍ରିଙ୍କ୍ସ ରେ 10 ଚାମଚ ସୁଗର ରହିଥାଏ | ଏହା ଶରୀରରେ ସୁଗର ମାତ୍ର ବଢାଇବା ସହ ବହୁ ପ୍ରକାର ରୋଗ ସୃଷ୍ଟି କରିଥାଏ |

ଫ୍ୟାଟି ଲିଭର ସମସ୍ୟା :

କୋଲ୍ଡ ଡ୍ରିଙ୍କ୍ସ ସେବନ ଦ୍ୱାରା ଆପଣଙ୍କ ଫ୍ୟାଟି ଲିଭର ସମସ୍ୟା ଦେଖା ଦେଇପାରେ | କୋଲ୍ଡ ଡ୍ରିଙ୍କ୍ସ ରେ ଦୁଇ ପ୍ରକାର ସୁଗର ରହିଥାଏ | ଗ୍ଲୁକୋଜ ଓ ଫ୍ରୁକ୍ଟୋସ ଯାହାକି ଶରୀରରେ ତୁରନ୍ତ ମିଶିଯାଇଥାଏ | ଯଦି ଆପଣ ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି ତେବେ ଏହା ଲିଭରରେ ଜମା ହୋଇଯାଏ | ଫଳରେ ଫ୍ୟାଟି ଲିଭର ଓ ବିଭିନ୍ନ ପ୍ରକାର ଲିଭର ସମସ୍ୟା ରୋଗ ସୃଷ୍ଟି କରିଥାଏ |

ମଧୁମେହ ସମସ୍ୟା :

କୋଲ୍ଡ ଡ୍ରିଙ୍କ୍ସ ରେ ସୁଗର ମାତ୍ରା ଅଧିକ ଥାଏ | ଫଳରେ ଶରୀରରେ ମଧୁମେହ ସମସ୍ୟା ସୃଷ୍ଟି କରିଥାଏ | ଏହା ଶରୀରରେ ସୁଗର ମାତ୍ରାକୁ ତୁରନ୍ତ ବଢ଼ାଇ ଦେବା କାରଣରୁ ଇନସୁଲିନ ହର୍ମୋନ ବାରମ୍ବାର ଡିଷ୍ଟର୍ବ ହୋଇଥାଏ |

ଦାନ୍ତ ଉପରେ ପ୍ରଭାବ :

କୋଲ୍ଡ ଡ୍ରିଙ୍କ୍ସ ରେ ସୁଗର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ଉପରେ ପ୍ରଭାବ ପକାଇଥାଏ | କୋଲ୍ଡ ଡ୍ରିଙ୍କ୍ସ ରେ ଫୋସ୍ଫୋରିକ ଏସିଡ ସହ ଅନ୍ୟ କେତକ ଏସିଡ ମଧ୍ୟ ଥାଏ ଯାହା ଦାନ୍ତକୁ କ୍ଷତି ପହଞ୍ଚାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.