ଭଉଣୀକୁ କାହିଁକି ବିବାହ କରିପାରିବନି ଭାଇ, ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ

ଭାରତରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ସବୁଠୁ ପବିତ୍ର ସମ୍ପର୍କ କୁହାଯାଏ। ହେଲେ କିଛି ଲୋକଙ୍କ ପାଇଁ ଏହି ସମ୍ପର୍କ ଦଳି ହୋଇଯାଉଛି। ୨୦୧୮ ମସିହାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ଭୋଜପୁର ଜିଲ୍ଲାରେ। ସେଠାରେ ଭାଇ ହିଁ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିଲା ଆଉ ଝିଅଟି ଗର୍ଭବତୀ ହେଲା ପରେ ଦୁଇ ଜଣ ବିବାହ କରିନେଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ଝିଅର ବାପା ବ୍ୟସ୍ତ ହୋଇ ଥାନାକୁ ଯାଇ ଝିଅକୁ କେହି ଅପହରଣ କରିଥିବା ନେଇ ରିପୋର୍ଟ ଲେଖାଇଥିଲେ। ପୋଲିସ ଖୋଜାଖୋଜି ଆରମ୍ଭ କରିବା ବେଳେ ଭାଇ-ଭଉଣୀ ଥାନାରେ ପହଞ୍ଚିଥିଲେ। ଝିଅ ନିଜେ ପୋଲିସ୍ ଆଗରେ କହିଥିଲା ଯେ ସେମାନେ ବିବାହ କରି ନେଇଛନ୍ତି। ଏବେ ଇଏ ମୋ ଭାଇ ନୁହେଁ ମୋ ସ୍ଵାମୀ । ମୁଣ୍ତରେ ହାତ ଦେଇ କଣ କରିବେ ଚିନ୍ତା ରେ ପଡ଼ିଗଲେ ପୋଲିସ୍। ପରେ ଗାଁ ଲୋକ ଏହି ସମ୍ପର୍କକୁ ସମାଜ ପାଇଁ କଳଙ୍କ କହି ଦୁଇ ଜଣକୁ ଗାଁରେ ପୂରେଇ ନଥିଲେ। ଏଥିସହ ପୋଲିସ୍ ପୁଅ ଝିଅ ଉଭୟଙ୍କୁ ଜେଲ ପଠାଇଦେଇଥିଲେ। ନିକଟରେ ଭଉଣୀ ଜେଲରୁ ବାହାରିଛି, କିନ୍ତୁ ଭାଇ ଆହୁରି ୨ ବର୍ଷ ଦଣ୍ଡ ଭୋଗିବ। ତେବେ ଆଗକୁ ଉଭୟ ଆଉ ଏକାଠି ରହି ପାରିବେ ନାହିଁ ବୋଲି କୁହାଯାଇଛି।

ତେବେ ଆସନ୍ତୁ ଜାଣିବା ଭାରତୀୟ ସଂସ୍କୃତିରେ ଭାଇ-ଭଉଣୀଙ୍କ ବିବାହ କାହିଁକି ମନା:

ଏହା ପୂର୍ବରୁ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଛଡା ମୁସଲିମ ଓ ଇସାଇ ଧର୍ମରେ କେମିତି ଭାଇ ଭଉଣୀ ବିବାହ କରନ୍ତି। ମୁସଲିମ ଧର୍ମରେ ଗୋଟେ ଭାଇ ତା’ ଭଉଣୀକୁ ସେତେବେଳେ ବିବାହ କରିପାରିବ ଯେତେବେଳେ ଦୁଇ ଜଣଙ୍କ ଭିତରୁ ଜଣେ ଗୋଟାଏ ମାଆର ସ୍ତନ୍ୟ ପାନ କରିନଥିବ। ସେଠାରେ ଇସାଇ ଧର୍ମରେ ସଂପର୍କୀୟ ଭଉଣୀଙ୍କୁ ଭାଇ ବିବାହ କରି ପାରିବେ। ହେଲେ ହିନ୍ଦୁ ମାନ୍ୟତା ଅନୁସାରେ ଗୋଟାଏ ଗାଁ ରେ ଦୁଇ ଭଉଣୀଙ୍କୁ ବିବାହ ଦେବା ବି ଭୁଲ୍ ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା କାହିଁକି…

ସାଢ଼େ ପାଞ୍ଚ ହଜାର ବର୍ଷ ତଳୁ ହିନ୍ଦୁ ସଭ୍ୟତା ଚାଲି ଆସୁଛି। ହଜାର ବର୍ଷ ପୂର୍ବେ ମାନବମାନଙ୍କ ଭିତରେ ସଭ୍ୟତା ଆଣିବା ପାଇଁ ବିବାହ ଭଳି ଏକ କାର୍ଯ୍ୟ ଆରମ୍ଭ କରାଗଲା। ଧୀରେ ଧୀରେ ମୁନି ଋଷିମାନେ ମଣିଷଙ୍କୁ ସଭ୍ୟ କରିବା ପାଇଁ ଏକ ରୂପ ଦେଲେ। ଆଧୁନିକ ବିଜ୍ଞାନ ଅନୁସାରେ ଭାଇ-ଭଉଣୀ କିମ୍ବା ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କଲେ ଅନେକ ପ୍ରକାରର ରୋଗ ଶରୀରରେ ଜନ୍ମ ନିଏ। ଏହି କଥା ଆମକୁ ଆଧୁନିକ ଯୁଗରେ ବିଜ୍ଞାନ ଜଣାଇଥିଲେ ମଧ୍ୟ ଆଜିଠୁ ହଜାର ବର୍ଷ ପୂର୍ବରୁ ବୈଦିକ ଋଷି ମୁନିମାନେ ଗରୁଡ ପୁରାଣରେ ମଧ୍ୟ ଏହା ଲେଖିଛନ୍ତି।

ଗରୁଡ ପୁରାଣ ଅନୁଯାୟୀ କେବଳ ଭାଇ ଭଉଣୀ ନୁହେଁ ରକ୍ତର ସଂପର୍କୀୟଙ୍କୁ ବିବାହ କରିବା ବି ପାପ। ଏତିକି ନୁହେଁ, ନିଜ ମିତ୍ରଙ୍କ ପତ୍ନୀ, ଗୁରୁଙ୍କ ପତ୍ନୀ, ଭାଇଙ୍କ ପତ୍ନୀଙ୍କୁ ବି ବିବାହ କରିବା ଭୁଲ୍ । ଏଭଳି ଭୁଲ୍ କରୁଥିବା ବ୍ୟକ୍ତିଙ୍କର ଆୟୁଷ ପୂରିବା ପୂର୍ବରୁ ହିଁ ମୃତ୍ୟୁ ଘଟେ। ଏମାନେ ଆଗାମୀ ହଜାର ହଜାର ବର୍ଷ ଯାଏଁ ପ୍ରେତ ହୋଇ ରୁହନ୍ତି । ଆଧୁନିକ ବିଜ୍ଞାନ ବି କହୁଛି ଭାଇ ଭଉଣୀ କିମ୍ବା ରକ୍ତ ସଂପର୍କୀୟଙ୍କ ସହ ସମ୍ପର୍କ ରଖି ଯେଉଁ ସନ୍ତାନ ଜନ୍ମ ନିଏ ସେ ଥାଲସେମିଆ ରୋଗରେ ପୀଡିତ ହେବା ସମ୍ଭାବନା ରହିଛି। ଏଭଳି ପରିସ୍ଥିତରେ ଜନ୍ମ ନେଇଥିବା ଶିଶୁ ପାଗଳ କିମ୍ବା ମୃତ ଜନ୍ମ ନିଅନ୍ତି। ଏଣୁ ହିନ୍ଦୁ ଧର୍ମରେ ଭାଇ ଭଉଣୀଙ୍କ ବିବାହକୁ ଅବୈଧ ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.