Below header

ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ ଲିଭିନସ କିଣ୍ଡୋଙ୍କ ହୃଦଘାତରେ ପରଲୋକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ ଲିଭିନସ କିଣ୍ଡୋ(୭୬)ଙ୍କ ହୃଦଘାତରେ ପରଲୋକ । ରବିବାର ରାତି ସାଢେ ୧୦ଟାରେ ରାଜଗାଙ୍ଗପୁରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

୧୯୪୫ ମାର୍ଚ୍ଚ ୧୩ ତାରିଖରେ ରାଜଗାଙ୍ଗପୁର ଵ୍ଲକ ମାଳିଡିହିରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ କିଣ୍ଡୋ ୧୯୭୦ରେ ଅର୍ଥନୀତିରେ ଏମଏ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏହାପରେ ୧୯୮୯ରେ ୟୁକେ ଗ୍ଲାସଗୋ ଵିଶ୍ବବିଦ୍ୟାଳୟରେ ଅର୍ଥନୀତିର ବିକାଶ ବିଷୟରେ ପିଏଚଡି ଶିକ୍ଷା ଲାଭ କରିଥିଲେ।

ଓଡିଶା କ୍ୟାଡର ଆଇଏଏସ ଥିବା ସ୍ବର୍ଗତ କିଣ୍ଡୋ ଜିଲ୍ଲାପାଳ, ରାଜସ୍ବ ଉନ୍ନୟନ ଆୟୁକ୍ତ, ଓଡ଼ିଶା ପବ୍ଲିକ ସର୍ଭିସ କମିସନ ଅଧ୍ୟକ୍ଷ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦି ଦାୟିତ୍ଵ ନିର୍ବାହ କରି ଅବସର ନେଇଥିଲେ। ତାଙ୍କ ମୃତ୍ୟୁରେ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.