କ’ଣ ପାଇଁ କମି କମି ଯାଉଛି ଗୋବର୍ଦ୍ଧନ ପର୍ବତର ଉଚ୍ଚତା ? ଏହି କାହାଣୀରେ ଲୁଚି ରହିଛି ଏହାର ରହସ୍ଯ

ଦୀପାବଳି ଉତ୍ସବ ପର ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପ୍ରକୋପରୁ ଗୋକୁଳବାସୀଙ୍କୁ ବଞ୍ଚାଇବା ପାଇଁ ତର୍ଜନୀ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠେଇଥିଲେ। ସେବେଠାରୁ ଗୋବର୍ଦ୍ଧନ ପର୍ବ ପାଳନ କରିବା ପରମ୍ପରା ଚାଲିଆସିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ପୂର୍ବରୁ ଏହି ବିଶାଳକାୟ ପର୍ବତ ଉଚ୍ଚତା ପଛରେ ସୂର୍ଯ୍ୟ ଲୁଚି ଯାଉଥିଲେ। କିନ୍ତୁ ବର୍ତ୍ତମାନ ଏହି ପର୍ବତର ଉଚ୍ଚତା ପ୍ରତିଦିନ ମୁଠାଏ ଲେଖାଏ କମି କମିଯାଉଛି।

୫ ହଜାର ବର୍ଷ ପୂର୍ବରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ୩୦ ହଜାର ମିଟର ଥିଲା। କିନ୍ତୁ ବର୍ତ୍ତମାନ ଏହାର ଉଚ୍ଚତା ୨୫ରୁ ୩୦ ମିଟର ରହିଛି। ଜଣେ ଋଷିଙ୍କ ଅଭିଶାପ ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଉଛି ବୋଲି କୁହାଯାଏ। ଏକ ଧାର୍ମିକ କଥା ଅନୁସାରେ, ଥରେ ପୂଲସ୍ତ୍ୟ ଋଷି ଗିରିରାଜ ପର୍ବତ ଦେଇ ଯାଉଥିଲେ। ପର୍ବତର ସୌନ୍ଦର୍ଯ୍ୟ ତାଙ୍କୁ ଆକୃଷ୍ଟ କରିଥିଲା। ପୂଲସ୍ତ୍ୟ ଋଷି ଦ୍ରୋଣାଞ୍ଚଳଙ୍କୁ ଅନୁରୋଧ କରିଥିଲେ ଯେ ସେ କାଶୀରେ ରହିବାକୁ ଚାହୁଁଛନ୍ତି ଏବଂ ସେ ନିଜ ପୁତ୍ର ଗୋବର୍ଦ୍ଧନ ତାଙ୍କୁ ଦେଇଦିଅନ୍ତୁ। ସେ ଏହାକୁ କାଶୀରେ ସ୍ଥାପିତ କରିବାକୁ ଚାହୁଁଛନ୍ତି। ଦ୍ରୋଣାଞ୍ଚଳ ଏହା ଶୁଣି ବହୁତ ଦୁଃଖୀ ହେଲେ। ଗୋବର୍ଦ୍ଧନ ଋଷିଙ୍କୁ କହିଲେ ଯେ ସେ ତାଙ୍କ ସହ ଯିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ କହିଥିଲେ ଯେ, ତାଙ୍କୁ ସେ ଯେଉଁଠାରେ ରଖିବେ ସେ ସେଠାରେ ସ୍ଥାପିତ ହୋଇଯିବେ। ପୂଲସ୍ତ୍ୟ ଋଷି ପ୍ରତିଶୃତି ଦେଲେ। ଗୋବର୍ଦ୍ଧନ କହିଥିଲେ ‘ମୁଁ ଦୁଇ ଯୋଜନ ଉଚ୍ଚ ଓ ପାଞ୍ଚ ଯୋଜନ ଚଉଡା। ଆପଣ ମୋତେ କାଶୀ କେମିତି ନେଇଯିବେ ?’ ପୂଲସ୍ତ୍ୟ ଜବାବ ଦେଲେ ଯେ ସେ ନିଜ ତପୋବଳ ବଳରେ ତାଙ୍କୁ ପାପୁଲିରେ ନେଇଯିବେ।

parbat

ରାସ୍ତାରେ ବ୍ରିଜ ଧାମ ପଡିଲା। ସେତେବେଳେ ଗୋବର୍ଦ୍ଧନଙ୍କୁ ମନେପଡ଼ିଲା ଯେ ଭଗବାନ ଶ୍ରୀକୃଷ୍ଣ ଏଠାରେ ବାଲ୍ୟକାଳରେ ଲୀଳା କରୁଥିଲେ। ଗୋବର୍ଦ୍ଧନ ପୂଲସ୍ତ୍ୟଙ୍କ ପାପୁଲିରେ ଧୀରେ ଧୀରେ ଓଜନିଆ ହେବାକୁ ଲାଗିଲା। ଯାହାଫଳରେ ତାଙ୍କ ତପସ୍ୟା ଭାଙ୍ଗିଗଲା। ପୂଲସ୍ତ୍ୟ ଗୋବର୍ଦ୍ଧନ ପର୍ବତକୁ ସେଠାରେ ରଖିଦେଲେ ଓ ତାଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିଦେଲେ। କିଛି ସମୟରେ ପୂଲସ୍ତ୍ୟ ଗୋବର୍ଦ୍ଧନକୁ ଉଠାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ପାରିଲେନି। ସେତେବେଳେ ପୂଲସ୍ତ୍ୟ ରାଗିଯାଇ ଗୋବର୍ଦ୍ଧନକୁ ଅଭିଶାପ ଦେଇଥିଲେ ଯେ ତାଙ୍କର ବିଶାଳକାୟ ଉଚ୍ଚତା ଦୈନିକ ଟିକିଏ ଟିକିଏ ହ୍ରାସ ପାଇବ। ସେବେଠାରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ହ୍ରାସ ପାଇବାରେ ଲାଗିଛି।

puja

ହିନ୍ଦୁ ଧର୍ମରେ ଗୋବର୍ଦ୍ଧନ ପର୍ବତ ପରିକ୍ରମାର ଅନେକ ମହତ୍ତ୍ୱ ରହିଛି। ଯଦି କୌଣସି ବ୍ୟକ୍ତି ଚାରି ଧାମ ଯାତ୍ରା କରିନପାରନ୍ତି ତାହେଲେ ସେ ଗୋବର୍ଦ୍ଧନ ପର୍ବତ ପରିକ୍ରମା ନିଶ୍ଚୟ କରିବା ଉଚିତ। ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। ଗୋବର୍ଦ୍ଧନ ପର୍ବତ ପାଖାପାଖି ୧୦ କିଲୋମିଟର ଯାଏଁ ବିସ୍ତାର କରିଛି। ଗୋବର୍ଦ୍ଧନ ପର୍ବତ ପରିକ୍ରମା ୨୧ କିମି ରହିଥାଏ ଯାହାକୁ ବୁଲିବା କ’ଣ ପାଇଁପାଇଁ ପାଖାପାଖି ୫ରୁ ୬ ଘଣ୍ଟା ସମୟ ଲାଗିଥାଏ। ଏହି ପର୍ବତ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଦୁଇ ରାଜ୍ୟ ମଧ୍ୟରେ ବିଭାଜିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.