କାହିଁକି ଅନ୍ଧକାରରେ ରହିଛି ମହାକାଶ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ମହାକାଶରେ କୋଟି କୋଟି ତାରା ରହିଛି ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଆମ ସୂର୍ଯ୍ୟ ଠାରୁ ବି ଅଧିକ ଉଜ୍ଜ୍ୱଳ କିନ୍ତୁ ଏହା ପରେ ବି ମହାକାଶ କାହିଁକି କଳା ଦେଖାଯାଏ । ଏହି ପ୍ରଶ୍ନ ତ ନିଶ୍ଚିତ ଆପଣଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନକୁ ନେଇ ବିଜ୍ଞାନ କଣ କହୁଛି ।

ଯେତେବେଳେ ବି ଆମେ ରାତିରେ ଆକାଶକୁ ଚାହିଁଥାଉ, ଆମେ ଚିକମିକ୍‌ ତାରା ଦେଖୁ । ଆକାଶରେ ଏତେ ଅଧିକ ତାରା ଥାଇ ମଧ୍ୟ ଏହା ସଂପୂର୍ଣ୍ଣ କଳା ଦେଖାଯାଏ କିମ୍ବା ଅନ୍ଧକାରରେ ହିଁ ରହିଥାଏ । ମହାକାଶରେ କୋଟି କୋଟି ତାରା ରହିଛି ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଆମ ସୂର୍ଯ୍ୟ ଠାରୁ ବି ଅଧିକ ଉଜ୍ଜ୍ୱଳ କିନ୍ତୁ ଏହା ପରେ ବି ମହାକାଶ କାହିଁକି କଳା ଦେଖାଯାଏ । ଏହି ପ୍ରଶ୍ନ ତ ନିଶ୍ଚିତ ଆପଣଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନକୁ ନେଇ ବିଜ୍ଞାନ କଣ କହୁଛି ।

ବହୁତ କମ୍ ଲୋକ ଜାଣିଛନ୍ତି ଯେ ଏହି ପ୍ରଶ୍ନର ନାମ ହେଉଛି ଓଲବର୍ସ ପାରାଡକ୍ସ । ଜ୍ୟୋତିର୍ବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ବ୍ରହ୍ମାଣ୍ଡରେ ପ୍ରାୟ ୨୦୦୦ ବିଲିୟନରୁ ବି ଅଧିକ ତାରା ରହିଛି ଏବଂ ଏହି ତାରାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମ ସୂର୍ଯ୍ୟ ଅପେକ୍ଷା ଉଜ୍ଜ୍ୱଳ । କିନ୍ତୁ ଯେତେବେଳେ ବି ଆମେ ରାତିରେ ମହାକାଶ ଆଡକୁ ଚାହିଁଥାଉ ସେଠାରେ ଆଲୋକର ବହୁତ ଅଭାବ ଦେଖାଯାଇ ଥାଏ । ମହାକାଶରେ ବହୁ ସଂଖ୍ୟକ ତାରା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦୂରତା ଅଧିକ ରହିଛି ଏବଂ ଅଧିକ ଦୂରତା ପାଇଁ ସେମାନଙ୍କର ଉଜ୍ଜ୍ୱଳତା କ୍ଷୀଣ ହୁଏ । ୧୦ ଗୁଣ ଅଧିକ ଦୂରତାରେ ତାରାର ଉଜ୍ଜ୍ୱଳତା ଶହେ ଗୁଣ କମିଯାଏ । କିନ୍ତୁ ଏହା ସଠିକ ଉତ୍ତର ନୁହେଁ ।

ଏହି ପ୍ରଶ୍ନର ଉତ୍ତରକୁ ସଠିକ୍ ଭାବରେ ବ୍ୟାଖ୍ୟା କରିବା ପାଇଁ ଆମେରିକାର ବୋୟଜି ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନର ଆସୋସିଏଟ୍ ପ୍ରଫେସର ବ୍ରାଏନ୍ ଜ୍ୟାକସନ ତାଙ୍କର ଗୋଟିଏ ଲେଖାରେ ଏହା ବିଷୟରେ ଜଣାଇଛନ୍ତି ।

ବ୍ରହ୍ମାଣ୍ଡ ମାତ୍ର ୧୩ ବିଲିୟନ ବର୍ଷ ପୁରୁଣା । ମାନବୀୟ ଦୃଷ୍ଟିକୋଣରୁ ଏହା ହୁଏତ ବହୁତ ଲମ୍ବା ସମୟ ହୋଇପାରେ କିନ୍ତୁ ବ୍ରହ୍ମାଣ୍ଡ ଦୃଷ୍ଟିକୋଣରୁ ଏହା ବହୁତ କମ୍ ସମୟ । ଦୂରରେ ଥିବା ତାରାଗୁଡ଼ିକର ଆଲୋକ ପୃଥିବୀରେ ପହଞ୍ଚିବାରେ ସକ୍ଷମ ହୁଏ ନାହିଁ । ଏହାର ଅର୍ଥ ଆମେ କେବଳ ସେହି ତାରାଗୁଡ଼ିକୁ ଦେଖିବାରେ ସକ୍ଷମ ହୋଇଥାଉ ଯାହା ପୃଥିବୀ ଠାରୁ ୧୩ ବିଲିୟନ ଆଲୋକ ବର୍ଷର ଦୂରତାରେ ରହିଛନ୍ତି ।

ଆମେ ଦେଖୁଥିବା ଦୃଷ୍ଟି ରେଖାରେ ପର୍ଯ୍ୟାପ୍ତ ତାରା ଦେଖାଯାଏ ନାହିଁ କିନ୍ତୁ ପ୍ରତ୍ୟେକ ଦୃଷ୍ଟି ରେଖାରେ ତାରା ରହିଛି । କିନ୍ତୁ ଏଗୁଡ଼ିକର ଆଲୋକ ପୃଥିବୀରେ ପହଞ୍ଚି ନଥାଏ ଏବଂ ଏଥିପାଇଁ ଅନେକ ବଡ଼ ଅଂଶ ଅନ୍ଧାର ଦେଖାଯାଏ । ସମୟ ସହିତ ଅଧିକ ତାରା ଦୃଶ୍ୟମାନ ହେବ । ବ୍ରହ୍ମାଣ୍ଡର ବିସ୍ତାର ସହିତ ତାରାମାନେ ମଧ୍ୟ ଆମ ଠାରୁ ଶୀଘ୍ର ଦୂରେଇ ଯାଉଛନ୍ତି । ଏହାର ଦୂରତା ପାଇଁ ତାରାରୁ ଆସୁଥିବା ତରଙ୍ଗ ଏପରି ରଙ୍ଗରେ ପରିଣତ ହୁଏ ଯେ ମଣିଷ ସେମାନଙ୍କୁ ଦେଖି ପାରେ ନାହିଁ । ଏପରି ପରିସ୍ଥିତିରେ ରାତି ହେଲେ ଆକାଶ ଅନ୍ଧକାର ହୋଇଯାଏ । ଅଧିକ ସମୟ ଅପେକ୍ଷା କରିବା ଦ୍ୱାରା ଅନେକ ତାରାର ବୟସ ହୋଇଯିବ ଏବଂ ତାରା ଗୁଡ଼ିକ ଶେଷ ହୋଇଯିବେ । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ପ୍ରାୟ ୧୦ ହଜାର ବିଲିୟନ ବର୍ଷ ପରେ ବ୍ରହ୍ମାଣ୍ଡରେ କେବଳ ଅନ୍ଧକାର ହିଁ ରହିଥିବ ଏବଂ କେବଳ ବ୍ଲାକ ହୋଲ୍‌ ହିଁ ମହାକାଶରେ ରହିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.