ପିଅନ ଚାକିରି ପାଇଁ ଲମ୍ବା ଲାଇନ, ହେଲେ ଦେବାକୁ ପଡିଲା ସାଇକେଲ ଟେଷ୍ଟ
କେରଳରେ ପିଅନ୍ ଚାକିରି ପାଇଁ ଏକ ନୋଟିଫିକେସନ୍ ଜାରି ହୋଇଛି । ଏହି ଚାକିରି ପାଇଁ ବିଟେକ୍ ଓ ଗ୍ରାଜୁଏସନ ପିଲାମାନେ ଆବେଦନ କରିଛନ୍ତି । ତେବେ ପିଅନ୍ ଚାକିରି ପାଇଁ ଆବେଦନ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ସରକାରୀ କାର୍ଯ୍ୟଳୟ ସାମ୍ନାରେ ବହୁତ ଲମ୍ବା ଲାଇନ୍ ଦେଖିବା ପାଇଁ ମିଳିଛି । ଏହି ଚାକିରି ପାଇଁ ସପ୍ତମ ପାସ୍ କରିବା ସହ ସାଇକେଲ୍ ଚଲାଇବା ମଧ୍ୟ ଜାଣିବା ଜରୁରୀ ।

ବର୍ତ୍ତମାନ ସମୟରେ ଚାକିରିକୁ ନେଇ ଅନେକ ସମସ୍ୟା ହେଉଛି । ଏହିପରି ସମୟରେ କେରଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କେରଳରେ ପିଅନ୍ ଚାକିରି ପାଇଁ ଏକ ନୋଟିଫିକେସନ୍ ଜାରି ହୋଇଛି । ଏହି ଚାକିରି ପାଇଁ ବିଟେକ୍ ଓ ଗ୍ରାଜୁଏସନ ପିଲାମାନେ ଆବେଦନ କରିଛନ୍ତି । ତେବେ ପିଅନ୍ ଚାକିରି ପାଇଁ ଆବେଦନ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ସରକାରୀ କାର୍ଯ୍ୟଳୟ ସାମ୍ନାରେ ବହୁତ ଲମ୍ବା ଲାଇନ୍ ଦେଖିବା ପାଇଁ ମିଳିଛି ।
ଅନେକ ଲୋକ ଏହି ଚାକିରି ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ଜଣେ ବ୍ୟକ୍ତି କହିଥିଲେ, ଯେ ଏହି ଚାକିରି ପାଇଁ ସପ୍ତମ ପାସ୍ କରିବା ସହ ସାଇକେଲ୍ ଚଲାଇବା ମଧ୍ୟ ଜାଣିବା ଜରୁରୀ । ତାସହ ଅନ୍ୟ ଚାକିରି ଅପେକ୍ଷା ଏହି ଚାକିରିରେ ସୁରକ୍ଷିତ ରହିବେ । କାରଣ ଅନ୍ୟ ସବୁ ପରିବହନ ଅପେକ୍ଷା ସାଇକେଲ୍ କମ୍ ବ୍ୟବହାର ହେଉଛି ଓ ସୁରକ୍ଷିତ ମଧ୍ୟ ରହିବେ ।
ପିଅନ୍ ଚାକିରି ପାଇଁ ଦରମା ୨୩,୦୦୦ ଟଙ୍କା ରହିଛି । ଏହାସହ ସାଇକେଲ୍ ଚଲାଇବା ଜାଣିବା ମଧ୍ୟ ଜରୁରୀ । ଏହି ଟେଷ୍ଟ ଦେବାକୁ ଆସିଥିବା ଜଣେ ଇଞ୍ଜିନିୟର କହିଲେ, ଯେ ଏହି ଚାକିରି ସବୁଠାରୁ ସୁରକ୍ଷିତ । କାରଣ ଏହି ଚାକିରିରେ କୌଣସି ବିପଦ ନାହିଁ ଓ ଚାକିରି ଯିବାର ମଧ୍ୟ କମ୍ ସମ୍ଭାବନା ରହିଛି ।
ସୂଚନା ମୁତାବକ, ଏହି ସାଇକେଲ୍ ଟେଷ୍ଟରେ ପ୍ରାୟତଃ ୧୦୧ ଜଣ ଆବେଦନକାରୀ ପାସ୍ କରିଛନ୍ତି । ଚାକିରି ପାଇଁ ପ୍ରାର୍ଥଙ୍କ ଯୋଗ୍ୟତା ଯାଞ୍ଚ କରିବା ପାଇଁ ଏହି ପରୀକ୍ଷା କରାଯାଇଥିଲା । ତେବେ ଏହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ବିଟେକ୍ ପିଲା ମଧ୍ୟ ଆବେଦନ କରିଛନ୍ତି ।
କେରଳରେ ସବୁଠାରୁ ଅଧିକ ପାଠ ପଢିଥିବା ଲୋକ ରହିଥାନ୍ତି । ଗତ ବର୍ଷ କେରଳ ଶିକ୍ଷା ମାମଲାରେ ପ୍ରଥମ ସ୍ଥାନରେ ଥିଲା । ସେଠାରେ ପ୍ରାୟ ୯୨ % ରୁ ଅଧିକ ଶିକ୍ଷାବିତ ଲୋକ ଅଛନ୍ତି । ତେବେ ଜଣେ ବିଟେକ୍ ଛାତ୍ରଙ୍କ କହିବା କଥା ଛୋଟ ଚାକିରିରେ କମ୍ ବିପଦ ରହିଥାଏ । ଏଣୁ ଏହାକୁ ନେଇ କିଛି ଲୋକଙ୍କ କହିବା ଅନୁସାରେ ଅନ୍ୟ ଚାକିରି ଅପେକ୍ଷା ଏହି ଚାକିରି ବହୁତ ସୁରକ୍ଷିତ ହୋଇଥାଏ ।