ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର, ସରକାରଙ୍କ ବଡ଼ ଘୋଷଣା

ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ ।

ନୂଆଦିଲ୍ଲୀ : ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ । ଏଡିଜି ସଂଜୟ ସିଙ୍ଘଲଙ୍କ ତରଫରୁ ସମସ୍ତ ଆଇଜି ରେଞ୍ଜ, ଏଡିଜି ଜୋନ, ସମସ୍ତ ୭ ପୋଲିସ କମିଶନର ସହ ପୋଲିସର ସମସ୍ତ ବିଭାଗକୁ ଏହି ଆଦେଶ ପଠାଯାଇଛି । ଏନେଇ କାମ ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ କନଷ୍ଟେବଲଙ୍କଠୁ ନେଇ ଇନ୍ସପେକ୍ଟର ରାଙ୍କ ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ବାଧ୍ୟତାମୂଳକ ଅବସର ଦେବା ପାଇଁ ସ୍କ୍ରିନିଂ କରାଯିବ। ଯୋଗୀ ସରକାରଙ୍କ ଏହି ବଡ କାର୍ଯ୍ୟାନୁଷ୍ଠାନ ପରେ ୟୁପି ପୋଲିସରେ ଭ୍ରଷ୍ଟ ପୋଲିସ କର୍ମଚାରୀଙ୍କ ପଦ ଯିବା ନିଶ୍ଚିତ। ଏହି ସବୁ ପୋଲିସ କର୍ମଚାରୀଙ୍କୁ ଛଟେଇ କରାଯିବ ଯାହାଙ୍କ ବୟସ ୨୦୨୦ ମାର୍ଚ୍ଚ ୩୧ରେ ୫୦ ବର୍ଷ ବୟସ ପୂରା ହୋଇଥିବ। କେବଳ ବୟସ ନୁହେଁ ଯେଉଁ ପୋଲିସ କର୍ମୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯିବ । ଏହାସହ ପୋଲିସ ବିଭାଗର ଅଯୋଗ୍ୟ ଅଧିକାରୀଙ୍କୁ ମଧ୍ୟ ଅବସର ଦିଆଯିବ । ଏନେଇ ଏଡିଜିଙ୍କ ତରଫରୁ ସେହିଭଳି ପୋଲିସ କର୍ମୀଙ୍କ ତାଲିକା ମଗାଯାଇଛି ଯେଉଁମାନେ ଏହି ସବୁ ନିୟମ ପରିସରକୁ ଆସୁଛନ୍ତି । ସବୁ ନିୟମ ପରିସରକୁ ଆସୁଥିବା ପୋଲିସ କର୍ମୀଙ୍କ ତାଲିକା ମାଗିଛନ୍ତି ଏଡିଜି ।

ସୂଚନା ଅନୁଯାୟୀ ଏମିତି ୩୦ ଅଫିସରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ବର୍ତ୍ତମାନ ବାଧ୍ୟତାମୂଳକ ଅବସର ଦିଆଯିବ। ଏଥିରୁ ୧୭ ଇନ୍ସପେକ୍ଟର, ୮ ସବ ଇନ୍ସପେକ୍ଟର, ତିନି ଜଣ ସଚିବ ଓ ଦୁଇ ଜଣ ଉପ ସଚିବ ସାମିଲ। ଏମାନଙ୍କ ବିରୋଧରେ ପୂର୍ବରୁ ହୋଇଥିବା ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲାର ତଥ୍ୟ ସଂଗ୍ରହ କରାଯାଉଛି। ଯଦ୍ଵାରା ଏମାନଙ୍କୁ ଚାକିରିରୁ ହଟାଇବାର ପର୍ଯ୍ୟାପ୍ତ ପ୍ରମାଣ ମହଜୁଦ ରହିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ୧୫ ବରିଷ୍ଠ ଆଇଟି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର କରାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ଯେଉଁ ଅଫିସର ବା କର୍ମଚାରୀଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ ସେମାନଙ୍କୁ ବିଦା କରି ତାଙ୍କ ସ୍ଥାନରେ ଯୋଗ୍ୟ ଅଫିସରଙ୍କୁ ନିଯୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.