Below header

କେବେ ଭାବିଛନ୍ତି ଭାରତୀୟ ପୋଲିସର ବର୍ଦ୍ଦି ଖାକି କାହିଁକି ? ଯଦି ଜାଣିନାହାଁନ୍ତି ତେବେ ପଢନ୍ତୁ ଉତ୍ତର

ଦିନ ହେଉ ବା ରାତି । କୌଣସି ଉତ୍ସବ ହେଉ ବା ପର୍ବ । ଦେଶର ଜନତାଙ୍କ ସୁରକ୍ଷା ପାଇଁ ସର୍ବଦା ନିୟୋଜିତ ଭାରତୀୟ ପୋଲିସ୍ । ମୁଣ୍ଡ ଫଟା ଖରା , ପ୍ରବଳ ଗରମ ଏବଂ ଧୂଳି ଧୂଆଁରେ ଏକ ମାତ୍ର ବର୍ଦ୍ଦି ହିଁ ଥାଏ ଯିଏ ସର୍ବଦା ଜନତାଙ୍କ ସାଥିରେ ଥାଏ । ଖାକି ବର୍ଦ୍ଦିରେ ଥିବା ପୋଲିସ୍ ସର୍ବଦା ଥାଏ ଦେଶର ଜନତାର ସହ । ହେଲେ କେତେ ଚିନ୍ତା କରିଛନ୍ତି ଭାରତୀୟ ପୋଲିସଙ୍କ ବର୍ଦ୍ଦି ଖାକି ରଙ୍ଗ କାହିଁକି ହୋଇଥାଏ ।

ଯେତେବେଳେ ଭାରତରେ ବ୍ରିଟିଶ୍ ଶାସନ ଚାଲିଥିଲା ସେତେବେଳେ ପୋଲିସ ବର୍ଦ୍ଦି ଖାକି ରଙ୍ଗ ନଥିଲା ବରଂ ଧଳା ଥିଲା । କିନ୍ତୁ ଲମ୍ବା ସମୟ ଯାଏ ଡ୍ୟୁଟି କରୁଥିବାରୁ ଖୁବ୍ ଶୀଘ୍ର ଏହି ଧଳା ରଙ୍ଗ ଖରାପ ହୋଇଯାଉଥିଲା । ଯାହା ଫଳରେ ପୋଲିସକର୍ମୀଙ୍କୁ ସମସ୍ୟା ହେଉଥିଲା ।

ଏହା ସହ ପଢନ୍ତୁ କେବେ ଭାବିଛନ୍ତି . . . ଖାକି ନୁହେଁ, କୋଲକାତା ପୋଲିସ୍ କାହିଁକି ପିନ୍ଧେ ଧଳା ବର୍ଦ୍ଦି ?

police ଏହା ପରେ ଧୀରେ ଧୀରେ ପୋଲିସକର୍ମୀ ନିଜର ବର୍ଦ୍ଦିର ରଙ୍ଗ ବଦଳାଇବା ଆରମ୍ଭ କରିଥିଲେ । କିନ୍ତୁ ବର୍ଦ୍ଦିର ରଙ୍ଗ ଭିନ୍ନ ଭିନ୍ନ ହୋଇଯିବାରୁ ଅଫିସରମାନେ ଖାକି ରଙ୍ଗର ଡାଏ ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେମାନେ ଚା ପତି କିମ୍ବା କଟନ୍ ଫେବ୍ରିକ୍ ରଙ୍ଗକୁ ଡାଏ ପରି ବ୍ୟବହାର କରି ଖାକି ବର୍ଦ୍ଦି ପ୍ରସ୍ତୁତ କଲେ । ଏହି ଖାକି ରଙ୍ଗର ଡାଏ ଲଗାଇବା ପରେ ପୋଲିସକର୍ମୀଙ୍କ ବର୍ଦ୍ଦିରେ ଧୂଳି ମାଟି କମ୍ ଦେଖାଗଲା ।

୧୮୪୭ରେ ରେ ସାର୍ ହେରୀ ଲସ୍ମଡେନ୍ ଏହି ବର୍ଦ୍ଦିକୁ ପିନ୍ଧିବା ଆରମ୍ଭ କରିଥିଲେ । ସେବେଠାରୁ ଭାରତୀୟ ପୋଲିସର ବର୍ଦ୍ଦିର ରଙ୍ଗ ଖାକି ହୋଇଗଲା । ନର୍ଥ ୱେଷ୍ଟ ଫ୍ରଣ୍ଟିୟରର ଗଭର୍ଣ୍ଣର ଥିଲେ ସାର୍ ହେରୀ ଲସ୍ମଡେନ୍ । ଯିଏ ୧୮୪୬ରେ Corps of Guides ଫୋର୍ସ ଛିଡା କରିଥିଲେ । ଏହି ଫୋର୍ସ ବ୍ରିଟିଶ୍ ଭାରତୀୟ ସେନାଙ୍କ ଏକ ରେଜିମେଣ୍ଟ ଥିଲା । ଯାହା ଉତ୍ତର ପଶ୍ଚିମ ସୀମାରେ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.