ବିଷ୍ଣୁଙ୍କ ମୂର୍ତ୍ତିକୁ କ’ଣ ପାଇଁ ୪୦ ବର୍ଷ ପର୍ଯ୍ୟନ୍ତ ଜଳମଗ୍ନ କରି ରଖାଯାଏ, ଜାଣନ୍ତୁ କ’ଣ ରହିଛି ପୌରାଣିକ କାହାଣୀ
ତାମିଲନାଡୁର କାଞ୍ଚିପୁରମରେ ଏପରି ଏକ ମନ୍ଦିର ରହିଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ଅବତାର ଅତିବରଦାର ମୂର୍ତ୍ତିକୁ ୪୦ ବର୍ଷ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖାଯାଇଥାଏ। ୪୦ ବର୍ଷ ପରେ ଏହାକୁ ପାଣିରୁ କଢାଯାଇ ୪୮ ଦିନ ପର୍ଯ୍ୟନ୍ତ ଦର୍ଶନ ପାଇଁ ରଖାଯାଇଥାଏ। ଏହି ସମୟରେ କାଞ୍ଚିପୁରମକୁ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ୪୮ ଦିନ ପରେ ଏହି ମୂର୍ତ୍ତିକୁ ଆଗାମୀ ୪୦ ବର୍ଷ ପର୍ଯ୍ୟନ୍ତ ଜଳମଗ୍ନ କରି ରଖାଯାଏ। କ’ଣ ରହିଛି ଏହାର କାରଣ, କ’ଣ ପାଇଁ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ୪୦ ବର୍ଷ ପର୍ଯ୍ୟନ୍ତ ଜଳମଗ୍ନ କରି ରଖାଯାଏ।
କ’ଣ ରହିଛି ପୌରାଣିକ କାହାଣୀ :
ପ୍ରଚଳିତ କଥା ଅନୁଯାୟୀ, ଭଗବାନ ବିଷ୍ଣୁଙ୍କ ଅବତାର ଅତିବଡଧରଣର ପ୍ରତିମା। ଏହି ପ୍ରତିମାର ନିର୍ମାଣ କାର୍ଯ୍ୟ ନିଜେ ବ୍ରହ୍ମା ହିଁ କରିଥିଲେ। ବୈଷ୍ଣବ ସଂପ୍ରଦାୟର କିଛି ଲୋକ କୁହନ୍ତି, ପୁରାଣରେ ହସ୍ତଗିରୀ ନାମକ ଏକ ସହର ବିଷୟରେ କୁହାଯାଇଛି, ଯାହା ଆଜି କାଞ୍ଚିପୁରମ ନାମରେ ପରିଚିତ। ଭଗବାନ ବ୍ରହ୍ମା ପୃଥିବୀ ଲୋକରେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ବ୍ରହ୍ମାଙ୍କୁ ବିଷ୍ଣୁ ହସ୍ତଗିରୀ ଅର୍ଥାତ କାଞ୍ଚିପୁରମରେ ଅଶ୍ବମେଧ ଯଜ୍ଞ କରିବା ପାଇଁ କହିଥିଲେ। ଏହି ଯଜ୍ଞ ସମୟରେ ଭଗବାନ ବିଷ୍ଣୁ ଅଗ୍ନି ରୂପରେ ଆସି ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ।
କିପରି ନିର୍ମାଣ କରାଯାଇଥିଲା ମୂର୍ତ୍ତି:
ବୈଷ୍ଣବ ସଂପ୍ରଦାୟ ଅନୁଯାୟୀ, ଯଜ୍ଞ ପରେ ବ୍ରହ୍ମାଙ୍କ ଗୁହାରି ପରେ ବିଶ୍ବକର୍ମା ଅଞ୍ଜିର (ତାମିଲରେ ଅତି) ବାଡିରେ ୯ ଫୁଟର ମୂର୍ତ୍ତି ତିଆରି କରିଥିଲେ ଏବଂ କାଞ୍ଚିପୁରମରେ ଏହାର ସ୍ଥାପନା କରିଦେଇଥିଲେ।
ପାଣିରେ ମୂର୍ତ୍ତି ରଖିବାର କାରଣ:
ପୌରାଣିକ କାହାଣୀ ମୁତାବକ, ବ୍ରହ୍ମାଙ୍କ ଯଜ୍ଞଶାଳାରୁ ବିଷ୍ଣୁ ବାହାରିବା ମାତ୍ରେ ତାଙ୍କ ଶରୀର ଜ୍ବଳାପୋଡା ହେବାକୁ ଲାଗିଥିଲା। ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଅଭିଷେକ ହଜାର କଳସ ପାଣିରେ ହେବ ବୋଲି ନିଷ୍ପତ୍ତି ହୋଇଥଲା। ଏବଂ ତାଙ୍କୁ ମନ୍ଦିରର ପୋଖରୀରେ ଜଳମଗ୍ନ କରାଯାଇଥିଲା। ଏହାପରେ ଭଗବାନ ବିଷ୍ଣୁଙ୍କ ଅବତାରକୁ ଜଳାଶୟରେ ଜଳମଗ୍ନ କରିଦିଆଯାଇଥିଲା।