Below header

ଫୋନରେ ଗପି ଗପି ଟ୍ରେନ ଟ୍ରାକରେ ଶୋଇପଡିଲେ ଯୁବତୀ, ଯୁବତୀଙ୍କ ଉପରେ ମାଡିଗଲା ଟ୍ରେନ: ଦେଖନ୍ତୁ ଭିଡିଓ

ପ୍ରତିଦିନ ଇଣ୍ଟରନେଟରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କିଛି ଆପଣଙ୍କୁ ଅତି ମଜାଳିଆ ଲାଗିଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯାଏ ନିଶ୍ଚିତ। ଆଇପିଏସ ଅଫିସର ଦୀପାଂଶୁ କାବ୍ରା ଏହି ଭିଡିଓକୁ ଅପଲୋଡ କରିଛନ୍ତି। ଯେଉଁଥିରେ ଜଣେ ଯୁବତୀ ଫୋନରେ ଗପି ଗପି ଟ୍ରେନ ଟ୍ରାକରେ ଶୋଇପଡିଥିବା ନଜର ଆସିଛନ୍ତି।

ଭିଡିଓରେ ଯୁବତୀ ଜଣକ ଫୋନରେ ଗପି ଗପି ଟ୍ରେନ ଟ୍ରାକରେ ସିଧା ହୋଇ ଶୋଇପଡିଛନ୍ତି। ଟ୍ରେନଟି ତାଙ୍କ ଉପର ଦେଇ ଚାଲିଯାଇଥିଲେ ସୁଦ୍ଧା ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବତୀ ଜଣକ ସେତିକିରେ ମଧ୍ୟ ଭୟ କରି ନାହାନ୍ତି। ଟ୍ରେନଟି ଯିବା ପରେ ଯୁବତୀ ଜଣକ ଉଠି ସେମିତି ଟ୍ରାକ ଉପରେ ବସି ଫୋନରେ କଥା ହେବାରେ ବ୍ୟସ୍ତ ରହିଛନ୍ତି। କିଛି ସମୟ ପରେ ସେଠାରୁ ଉଠି ଆସୁଛନ୍ତି। ଭିଡିଓରେ ଯୁବତୀ ଜଣକର ମୁହଁ ନଜର ଆସିନାହିଁ। ଯୁବତୀ ଜଣକ ମୁହଁରେ କପଡା ଘୋଡାଇଛନ୍ତି। କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

କେବଳ ସେତିକି ନୁହେଁ, ଯୁବତୀ ଜଣକ ଟ୍ରାକରୁ ଉଠି ଆସିବା ପରେ ଭିଡିଓ ସୁଟ୍‌ କରୁଥିବା ଯୁବକଙ୍କ ସହିତ ମଧ୍ୟକଥାବାର୍ତ୍ତା ହେଉଛନ୍ତି। ଆଉ ଏହି ଭିଡିଓ ଟ୍ଵିଟରରେ ନିଆଁ ଲଗାଇଛି। କିଏ କହୁଛି ଫୋନରେ ଗପିବା ଅତି ଜରୁରୀ ତ ଆଉ କିଏ ଯୁବତୀଙ୍କୁ ଚାପୁଡା ମାରିବା ପାଇଁ ପ୍ରତିକ୍ରିୟା ଦେଉଛନ୍ତି। ଆଉ କିଏ ଏହାକୁ ପ୍ରଧାନମନ୍ତ୍ରୀଙ୍କଅଫିସକୁ ଟ୍ୟାଗ୍‌ କରିବା ପାଇଁ କହୁଛି। କେତେ ଜଣ ୟୁଜର୍ସ ଯୁବତୀ ଜଣକୁ ଗିରଫ କରିବା ପାଇଁ ମଧ୍ୟ କହୁଛନ୍ତି।

ଗତ କିଛିଦିନ ତଳେ ଆଉ ଜଣେ ଯାତ୍ରୀ ଟ୍ରେନ ଟ୍ରାକରେ ହଠାତ୍‌ ଗଳିପଡିଥିଲେ। ଯାହାଙ୍କୁ ଆରପିଏଫ ପୋଲିସ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ। ଏହି ଭିଡିଓ ଟ୍ଵିଟରରେ ମଧ୍ୟ ଭାଇରଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.