ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁର ଏଟିଏମ ମେସିନ୍‌ ଲୁଟ୍‌ ଘଟଣା: ୨ ଲୁଟେରା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁରରୁ ଏସବିଆଇ ଏଟିଏମ ମେସିନ୍‌ ତାଡ଼ି ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

ଏଟିଏମ ମେସିନ୍‌ ତାଡ଼ି ଏକ ଟାଟା ଏସି ଗାଡ଼ିରେ ନେଇ ଦୟା ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ସ୍ପେଶାଲ ସ୍କ୍ଵାର୍ଡ ତଦନ୍ତ ଚଳାଇଥିଲା । ସରାଇ ଆପ ଜରିଆରେ ଲୁଟେରାଙ୍କୁ ଚିହ୍ନଟ କରିଥିଲା ପୋଲିସ । ଏହି ଘଟଣାରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିଲେ । ଲୁଟ୍‌ ପରେ ଲୁଟେରା ମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ତେବେ କମିଶନରେଟ୍‌ ପୋଲିସର ଏକ ଟିମ୍‌ ସେଠାରେ ଚଢ଼ାଉ କରି ୨ ଜଣଙ୍କୁ କାବୁ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ବାଂଲାଦେଶର ବୋଲି ସୂଚନା ମିଳିଛି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଲୁଟ୍‌ ଟଙ୍କା ଜବତ କରିପାରିନି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.