Below header

ଷ୍ଟଣ୍ଟ ଗାର୍ଲଙ୍କ କମାଲ୍: ସାଇକେଲିଂ ସହ ସମାନ ସମୟରେ କରୁଛନ୍ତି ସ୍କିପିଂ

ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଭିଡିଓ ଦେଖିବାକୁ ମିଳେ । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବାଟା ସ୍ୱାଭାବିକ । ଆଜିର ଯୁବପିଢ଼ି ବିଶେଷ କରି ଷ୍ଟଣ୍ଟ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଷ୍ଟଣ୍ଟ ଭିଡିଓ ମଧ୍ଯ ଏବେ ବେଶ୍ ଭାଇରାଲ ହେଉଛି। ତବେ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ବି ଘୁରିଯିବ ।

ଇଣ୍ଟରନେଟରେ ସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଲୋକଙ୍କ ସଂଖ୍ୟା ନକହିବା ଭଲ। ଏହାକୁ ନେଇ ଅସଂଖ୍ୟ ଭିଡିଓ ରହିଛି । ଏହାଦ୍ବାରା କେତେକ ନିଜର ଅନ୍ତର୍ନିହିତ ଗୁଣ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଥାନ୍ତି ତ, ଆଉକିଛି କେବଳ ନିଜର ସଉକ ପାଇଁ କରିଥାନ୍ତି। କେତେକ ଏହାକୁ କେବଳ ସୋସିଆଲ୍ ମିଡିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ କରିଥାନ୍ତି। ଏବେ ଇଣ୍ଟରନେଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବତୀ ବିପଦପୂର୍ଣ୍ଣ ଷ୍ଟଣ୍ଟରେ ନିଜର ଜଲଓ୍ୱା ଦେଖାଉଛନ୍ତି। ଭିଡିଓରେ ବୁଶ୍ରା ନାମକ ଯୁବତୀ, ସାଇକେଲ ଚଲାଇବା ସମୟରେ ସ୍କିପିଂ କରୁଥିବାର ନଜର ଆସିଛନ୍ତି।

କ୍ଲିପ୍ ଟିରେ ଆପଣ ଦେଖିପାରିବେ ଏକ ସୁନ୍ଦର ଚକାଚକ୍ ରାଜପଥରେ ଯୁବତୀ ଜଣକ ସାଇକେଲ ଚଳାଉଛନ୍ତି। ସେ କେବଳ ସାଇକେଲ ଚଳାଉନାହାନ୍ତି, ସ୍କିପିଂ ମଧ୍ଯ କରୁଛନ୍ତି। ମଲ୍ଟି ଟାସ୍କିଂରେ ପାରଦର୍ଶୀ ଥିବା ଏହି ଯୁବତୀ ସମାନ ସମୟରେ ସାଇକେଲିଂ ଏବଂ ସ୍କିପିଂ ଉଭୟ କାମ କରୁଛନ୍ତି । ଏହାସହିତ ‘୨୦୨୩’ ଲେଖାଯାଥିବା ଏକ ଛୋଟ ପ୍ଲାକାର୍ଡ ମଧ୍ୟ ସେ ବେକରେ ଝୁଲାଇଥିବାର ଦେଖିବାକୁ ମିଳୁଛି।

 

View this post on Instagram

 

A post shared by 🍁 B_ush_ra🍁 (@iamsecretgirl023)

ଭିଡିଓଟିରେ ଏକ କ୍ୟାପସନ୍ ସହିତ ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି, “ଚାରୋ ତରଫ ହେ ୨୦୨୩ କେ ଚରଚେ ଏବଂ ସ୍କିପିଂ କେସି ଲାଗି” ? ଇନଷ୍ଟାଗ୍ରାମ ୟୁଜର୍ସ ମାନେ ଏହି ଷ୍ଟଣ୍ଟଟିକୁ ଖୁବ୍ ପସନ୍ଦ କରିଛନ୍ତି। ତାଙ୍କର ବାଲାନ୍ସ ସ୍କିଲ୍ ଏବଂ ସହାସିକତାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳାଙ୍କୁ ଫଲୋ କରୁଥିବା ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଖୁବ୍ ପ୍ରଶଂସା କରିବା ସହିତ କମେଣ୍ଟରେ ହାର୍ଟ ଇମୋଜିରେ ପରିପୂର୍ଣ୍ଣ କରିଦେଇଛନ୍ତି ।

ଅପରପକ୍ଷେ, ଅନ୍ୟ କେତେକ ୟୁଜର୍ସ ଯୁବତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରି ଷ୍ଟଣ୍ଟ କରିବାର ବିପଦପୂର୍ଣ୍ଣ ବୋଲି କହିଛନ୍ତି। ଆଉ କିଛି ଲେଖିଛନ୍ତି ଯେ ଯଦି ସ୍କିପିଂ ଦଉଡି ସାଇକେଲ ଚକରେ ଅଟକିଯାଏ ତେବେ ଏଭଳି ଷ୍ଟଣ୍ଟ, ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ସେହିପରି ଜଣେ ୟୁଜର୍ସ ଲେଖିଛନ୍ତି, ” ସତର୍କ ରୁହନ୍ତୁ କାରଣ ଏହା ବିପଜ୍ଜନକ ଅଟେ। ” ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ” ବହୁତ କଷ୍ଟ ସାଧ୍ୟ କିନ୍ତୁ ଉଲ୍ଲେଖନୀୟ ପ୍ରଦର୍ଶନ। ”

ତେବେ ଯାହା ସୂଚନା ଅନୁଯାୟୀ, ଯୁବତୀଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଅନୁଯାୟୀ, ତାଙ୍କର ୭,୩୨,୦୦୦ ଫଲୋର୍ସ ଅଛନ୍ତି। ସେ ବାୟୋରେ ନିଜକୁ” ଆତ୍ମ-ଶିକ୍ଷିତ ନୃତ୍ୟ କଳାକାର ” ଭାବରେ ପରିଚୟ ଦେଇଛନ୍ତି। ପୂର୍ବରୁ ସେ ସାଇକେଲ ଚଲାଇବା ସମୟରେ ନୃତ୍ୟ କରୁଥିବାର ଅନେକ ଭିଡିଓ ସେୟାର କରି ଖୁବ୍ ପ୍ରଶଂସା ସାଉଟିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.