ବ୍ରାଜିଲରେ ନୂଆ ରାଷ୍ଟ୍ରପତିଙ୍କୁ ବିରୋଧ କରି ହଙ୍ଗାମା, ସଂସଦ ଭବନରେ ଧସେଇ ପଶିଲେ ଆନ୍ଦୋଳନକାରୀ

ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକଙ୍କ ସଂସଦରେ ହଙ୍ଗାମା । ସମର୍ଥକମାନେ ସଂସଦ ଭବନ ଏବଂ ମନ୍ତ୍ରଣାଳୟର ବିଲିଡିଂରେ ଧସେଇ ପଶିଥିଲେ । ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି, ସମର୍ଥକମାନେ ନୀଳ ଏବଂ ହଳଦିଆ ପତାକା ଧରି ହଜାର ହଜାର ଲୋକ ରାଜଧାନୀର ବ୍ରାସିଲିଆ ସ୍ଥିତ ସଂସଦରେ ଧସେଇ ପସିଥିଲେ । ଭିଡରେ ଥିବା ବହୁତ ଲୋକ ସଂସଦର ଅଧ୍ୟକ୍ଷଙ୍କ ଚେୟାର ଉପରେ ଚଢି ହଙ୍ଗାମା କରିଥିଲେ ।

ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡି ସିଲଭା ଦାୟିତ୍ୱ ନେବା ପରେ ବିରୋଧ ତେଜୁଛି । ବୋଲସୋନାରୋଙ୍କ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀ ପୋଲିସ ବ୍ୟାରିକେଡ ଭାଙ୍ଗି କଂଗ୍ରେସ ଭବନ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ପ୍ରବେଶ କରିଥିଲେ । ହଳଦିଆ ଓ ନୀଳ ପତାକା ଧରି ହଜାରରୁ ଅଧିକ ପ୍ରଦର୍ଶନକାରୀ କଂଗ୍ରେସ ବିଲ୍ଡିଂରେ ପ୍ରବେଶ କରି ହଙ୍ଗାମା କରିଛନ୍ତି । ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି ଆନ୍ଦୋଳନକାରୀ । ପ୍ରଦର୍ଶନ ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସଂସଦ ଭବନରେ ପଶି ସ୍ପିକରଙ୍କ ଚେୟାର ଉପରେ ଚଢିଲେ ଆନ୍ଦୋଳନକାରୀ ।

ଏଥିସହ କିଛି ଆନ୍ଦୋଳନକାରୀ ସେଠାରେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି । ବ୍ରାଜିଲର ରାଜରାସ୍ତାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବୋଲସୋନାରୋଙ୍କ ହଜାର ହଜାର ସମର୍ଥକ । ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସ ୩୦ ତାରିଖରେ ହୋଇଥିବା ନିର୍ବାଚନରେ ବୋଲସୋନାରୋଙ୍କୁ ଅତି ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ଲୁଲା ରାଷ୍ଟ୍ରପତି ହୋଇଥିଲେ। ଯେହେତୁ ଲୁଲା ଅଳ୍ପ ଭୋଟ୍‌ରେ ବିଜୟୀ ହୋଇଥିଲେ, ତାଙ୍କୁ କ୍ଷମତାସୀନ ନ କରାଇ ଦେବା ଲାଗି ସେନାର ହସ୍ତକ୍ଷେପ ଲୋଡ଼ି କଠୋରପନ୍ଥୀ ବୋଲସୋନାରୋଙ୍କ ସମର୍ଥକମାନେ ବ୍ରାଜିଲ୍‌ ସ୍ଥିତ ‘ଆର୍ମି ବେସ୍‌’ରେ ପ୍ରତିବାଦ ଚଳାଇଥିଲେ।

ରବିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ କଂଗ୍ରେସ ଭବନ ଛାତରେ ଚଢ଼ି ଗୋଟାଏ ପତାକା ଉତ୍ତୋଳନ କରିଥିଲେ। ପତାକାରେ ସେନାବାହିନୀକୁ ନିବେଦନ କରି ଲେଖାଯାଇଥିଲା ‘ହସ୍ତକ୍ଷେପ’। ପ୍ରତିବାଦକାରୀମାନେ କବାଟ ଓ ଝରକା ଭାଙ୍ଗି କଂଗ୍ରେସ ଭବନରେ ପ୍ରବଶେ କରିବା ସହିତ ସାଂସଦମାନଙ୍କର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା କଥା ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.