ପ୍ରେମିକକୁ ବଶୀଭୂତ କରିବା ପାଇଁ ୫ ହଜାର ଟଙ୍କା ଦେଇ ମଣିଷ ମୁଣ୍ଡ କିଣୁଥିଲେ ମହିଳା, ରାତି ଅଧରେ କରୁଥିଲେ ତନ୍ତ୍ର ସାଧନା

ଉତ୍ତର ପ୍ରଦେଶର କାନପୁରରେ ଚାଞ୍ଚଲ୍ୟ। ପ୍ରେମିକକୁ ପାଇବା ପାଇଁ ତନ୍ତ୍ର ପୂଜା । ତାହା ପୁଣି କୌଣସି ସାଧାରଣ ପୂଜା ନୁହେଁ ବରଂ ନର ମୁଣ୍ଡ ରଖି ଭୟଙ୍କର କଳାଯାଦୁ କରୁଥିଲେ ମହିଳା । ତେବେ ମହିଳାଙ୍କର ଏହି କଳା ଜାଦୁର ବାସ୍ନା ଚାରଆଡେ ମହକିଗଲା। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତନ୍ତ୍ର ସାଧନା କରୁଥିବା ମହିଳାଙ୍କୁ ଗିରଫ କରି ନେଇଛି।

blackକାନପୁରରେ ଗୀତା ନାମକ ଜଣେ ମହିଳା ନିଜ ପ୍ରେମିକ ଅଶୋକଙ୍କୁ ପାଇବା ପାଇଁ ଏହି ତନ୍ତ୍ର ସାଧନା କରୁଥିଲେ । ଗୋଟିଏ ନୁହେଁ ବରଂ ୪ଟି ମଣିଷ ଖପୁରୀ ରଖି ସେ ତନ୍ତ୍ର ବିଦ୍ୟା ଚଳାଇଥିଲେ । କିନ୍ତୁ କିଛି ଫାଇଦା ନହେବାରୁ ସେ ୪ଟି ଯାକ ମଣିଷ ଖପୁରୀକୁ ଡଷ୍ଟବିନରେ ଫିଙ୍ଗି ଦେଲେ । ଲୋକମାନେ ଡଷ୍ଟବିନରେ ମଣିଷ ଖପୁରୀ ପଡିଥିବା ଦେଖି ତାଜୁବ୍‌ ହୋଇଗଲେ। ପୋଲିସ ଏହା ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା ଆଉ ପରେ ଗୀତାଙ୍କୁ ଧରିଥିଲା । ସେ ନିଜର ପ୍ରେମିକକୁ ବଶୀକରଣ କରିବାକୁ ମଣିଷ ଖପୁରୀ ରଖି ପୂଜା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି ।

skullଗୀତା କାନପୁରର କାଶୀରାମ କଲୋନୀରେ ରୁହନ୍ତି । ତାଙ୍କର ସ୍ୱାମୀଙ୍କ ଦେହାନ୍ତ ପରେ ସେ ଅଶୋକଙ୍କୁ ଭଲ ପାଉଥିଲେ । କିନ୍ତୁ ଅଶୋକ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାପରେ ଗୀତା କଳାଯାଦୁକୁ ଆପଣାଇଥିଲେ । ଆଉ ୫ ହଜାର ଟଙ୍କା ଦେଇ ୪ଟି ମଣିଷ ଖପୁରୀ କିଣି ତନ୍ତ୍ରସାଧନା ଆରମ୍ଭ କରିଦେଲେ ।

womennସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଗୀତା ନିଜ ଘରେ ହିଁ ଖପୁରୀ ରଖି ପୂଜା କରୁଥିଲେ । ଏପରିକି ପଡୋଶୀମାନେ ବି ଏ ବିଷୟରେ ସାମାନ୍ୟ ଟେର୍ ପାଇନଥିଲେ । ଏବେ ଗୀତାଙ୍କ କାରନାମା ଜାଣିବା ପରେ କଲୋନୀରେ ଆତଙ୍କ ଖେଳିଯାଇଛି । ଆଉ ଗୀତା ଏବେ ଗିରଫ ହୋଇ ଜେଲର ଚାରି କାନ୍ଥ ଭିତରେ ବନ୍ଧା ହୋଇ ପଶ୍ଚାତାପ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.