ଏହି ଗାଁରେ କେବେ ବି ହୁଏ ନାହିଁ ବର୍ଷା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

କୁହନ୍ତି, ଜଳ ବିନା ଜୀବନ ସମ୍ଭବ ନୁହେଁ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ପ୍ରତ୍ୟେକ କାମକୁ ପୂରା କରିବା ପାଇଁ ପାଣିର ଆବଶ୍ୟକତା ପଡ଼ିଥାଏ। ପାଣି ବିନା ଆମେ ଜୀବନ କଳ୍ପନା ମଧ୍ୟ କରିପାରିବା ନାହିଁ। ପାଣିର ମୁଖ୍ୟ ସ୍ରୋତ ହେଉଛି ବର୍ଷା। ଯେତେବେଳେ ବର୍ଷା କମ ହୋଇଥାଏ, ତ ଜଳ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ବର୍ଷା ହୋଇ ନ ଥାଏ।

yemen2

ଆମେ କହୁଛୁ ୟମନର ରାଜଧାନୀ ସନାର ପଶ୍ଚିମରେ ଥିବା ମନଖ ହରଜ ଅଞ୍ଚଳର କଥା। ଅଲ ହୁତେବ ନାମକ ଏହି ଗାଁରେ କେବେ ବି ବର୍ଷା ହୋଇ ନ ଥାଏ। ପାହାଡ଼ ଉପରେ ବସିଥିବା ଏହି ଗାଁ ବହୁତ ଆକର୍ଷଣୀୟ। ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ଏବଂ ମନୋରମ ଦୃଶ୍ୟର ଲାଭ ଉଠାଇଥାନ୍ତି।

yemen3

ଏହି ଗାଁ ପୃଥିବୀ ପୃଷ୍ଠଠାରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ। ଗାଁ ଚାରିପାଖର ବାତାବରଣ ବାସ୍ତବରେ ବହୁତ ଗରମ। ଯଦିଓ ଏଠାରେ ଶୀତଦିନେ ସକାଳର ପରିବେଶ ବହୁତ ଥଣ୍ଡା ହୋଇଥାଏ। କିନ୍ତୁ ଯେତେବେଳେ ହିଁ ସୂର୍ଯ୍ୟ ଉଇଁଥାନ୍ତି, ଏଠାକାର ଲୋକଙ୍କୁ ଗରମକୁ ସାମ୍ନା କରିବାକୁ ପଡ଼ିଥାଏ।

yemen4

ପ୍ରାଚୀନ ଏବଂ ଆଧୁନିକ ବାସ୍ତୁକଳାକୁ ଯୋଡୁଥିବା ଏହି ଗାଁ ଏବେ ‘ଅଲ ବୋହରା ବା ଅଲ ମୁକରମା’ ଲୋକଙ୍କ ଗଡ଼। ଏଠାରେ ୟମନି ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଗାଁର ସବୁଠୁ ଖାସ କଥା ହେଉଛି, ଏଠାରେ କେବେ ବି ବର୍ଷା ହୋଇ ନ ଥାଏ। ଏହି କାରଣରୁ ଏହି ଗାଁ ବାଦଲ ଉପରେ ରହିଛି। ବାଦଲ ଏହି ଗାଁର ତଳେ ହିଁ ସୃଷ୍ଟି ହୋଇଥାଏ ଏବଂ ବରସି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.