ସମୁଦ୍ର କୂଳରେ ବୁଲୁଥିବା ବେଳେ ମହିଳାଙ୍କୁ ମିଳିଲା ଲାଡେନର ‘ଚେହେରା’ ଭଳି ଶାମୁକା, ଏହାକୁ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେ ବେଳେ ଆପଣଙ୍କ ସହିତ ଏପରି କିଛି ଘଟିଥିବ, ଯାହା ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଏହା ଆପଣଙ୍କୁ ଗମ୍ଭୀର ଚିନ୍ତାରେ ପକାଇଦେବ। ଏପରି ଏକ ଘଟଣା ଇଂଲଣ୍ଡର ଜଣେ ମହିଳାଙ୍କ ସହିତ ଘଟିଛି। ସେହି ମହିଳା ଜଣକ ସମୁଦ୍ର କୂଳରେ ନିଜ ସ୍ୱାମୀଙ୍କ ସହିତ ବୁଲୁଥିବା ବେଳେ ତାଙ୍କୁ ଏଭଳି ଅଜବ ପଥର ଦେଖିବାକୁ ମିଳିଥିଲା, ଯାହା ଆତଙ୍କବାଦୀ ଓସାମା ବିନ ଲାଡେନର ଚେହେରା ସହିତ ଅନେକ ସାମଞ୍ଜସ୍ୟ ରହିଥିଲା।

laden face

ପଶ୍ଚିମ ଲଣ୍ଡନରେ ରହୁଥିବା ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିବା ଦମ୍ପତି ମାର୍ଟିନ (୬୨) ଏବଂ ଡେବ୍ରା ଓଲିଭର (୬୦) ନିଜର ୪୨ ତମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ସମୁଦ୍ର କୂଳରେ ବୁଲିବାକୁ ଯାଇଥିଲେ। ଡେବ୍ରାଙ୍କୁ ଶାମୁକା ବେଶ୍‌ ପସନ୍ଦ। ତେଣୁ ସମୁଦ୍ର କୂଳରେ ସେ ବୁଲିବା ସମୟରେ ଏହାକୁ ଗୋଟାନ୍ତି। ସେମାନେ ବିନଚୋଲିସୟାର ସମୁଦ୍ର କୂଳରେ ବୁଲିବା ସମୟରେ ସେମାନଙ୍କୁ ଏକ ବଡ ଶାମୁକା ପଥର ମିଳିଥିଲା। ଏହି ପଥର ତାଙ୍କୁ ଅଦ୍ଭୁତ ଦେଖାଗଲା। ଯେତେବେଳେ ସେ ଏହାକୁ ଉଠାଇ ଦେଖିଲେ ସେତେବେଳେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। କାରଣ ଏହି ଶାମୁକା ପଥର ବିଲକୁଲ ଓସାମା ବିନ ଲାଡେନଙ୍କ ଚେହେରା ପରି ଦେଖାଯାଉଥିଲା।

ଏହାସହ ପଢ଼ନ୍ତୁ ; ଦୁନିଆର ପ୍ରଥମ ବିଶ୍ୱବିଦ୍ୟାଳୟ, ଯାହାକୁ ନିଆଁ ଲଗାଇ ନଷ୍ଟ କରିଥିଲେ ବଖତିୟାର ଖିଲଜୀ, କିନ୍ତୁ ଜଳିବା ପାଇଁ ଲାଗିଥିଲା…

laden

ସୂଚନା ମୁତାବକ, ଓସାମା ବିନ ଲାଡେନ ଆତଙ୍କୀ ସଂଗଠନ ଅଲ-କାଏଦାର ପ୍ରମୁଖ ରହିଥିଲା। ଆମେରିକାରେ ୨୦୦୧ରେ ହୋଇଥିବା ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ରହିଥିଲା ଲାଡେନ। ୨୦୧୧ରେ ଆମେରିକାରର ନେଭି ସିଲ କମାଣ୍ଡୋ ପାକିସ୍ତାନର ଏବଟାବାଦରେ ଲାଡେନକୁ ହତ୍ୟା କରିଥିଲା। ଏହାପରେ ତାର ଶବକୁ ପାଖାପାଖି୧୩୬ କିଲୋ ଓଜନର ଲୁହା ଶିକୁଳିରେ ବାନ୍ଧି ସମୁଦ୍ରରେ ପକାଇଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.